ଲୋପିନାଭିର/ରିଟୋନାଭିର

ଲୋପିନାଭିର/ରିଟୋନାଭିର (ଇଂରାଜୀ ଭାଷାରେ Lopinavir/ritonavir ବା LPV/r ବିକ୍ରୟ ନାମ କାଲେଟ୍ରା ଏକ ନିର୍ଦ୍ଦିଷ୍ଟ ମାତ୍ରାର ଆଣ୍ଟିରେଟ୍ରୋଭାଇରାଲ ଔଷଧ (fixed dose combination) ମିଶ୍ରଣ ଯାହା ଏଚଆଇଭି/ଏଡସ ନିମନ୍ତେ ଦିଆଯାଏ ।[୧] ଏଥିରେ ଲୋପିନାଭିର (lopinavir) ସ‌ହିତ ଅଳ୍ପ ମାତ୍ରାର ରିଟୋନାଭିର (ritonavir) ଥାଏ । ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ (antiretrovirals) ଔଷଧ ସ‌ହିତ ଦିଆଯାଏ । ଏହା ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ଓ ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣମାନଙ୍କର ପ୍ରତିଷେଧ ଭାବରେ ଦିଆଯାଏ । ବଟିକା ବା ଦ୍ରବଣ ଆକାରରେ ପାଟିରେ ଦିଆଯାଏ । [୧]

ଲୋପିନାଭିର/ରିଟୋନାଭିର
Combination of
LopinavirProtease inhibitor
RitonavirProtease inhibitor (pharmacokinetic booster)
Clinical data
Trade namesKaletra, Aluvia
AHFS/Drugs.commonograph
MedlinePlusa602015
Pregnancy
category
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
Identifiers
CAS Number
NIAID ChemDB
 ☒NcheckY (what is this?)  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଥକ୍କା ଅନୁଭବ, ମୁଣ୍ଡବଥା ଓ ପେଶୀ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା ଓ ଉଚ୍ଚ ରକ୍ତ ଶର୍କରା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରାଯାଏ ଓ ନିରାପଦ ଜଣାଯାଏ । ଏହି ଔଷଧଦ୍ୱୟ ଏଚଆଇଭି ପ୍ରୋଟିଏଜ ଇନହିବିଟର ଭାବରେ କାମ କରନ୍ତି । ଲୋପିନାଭିରର କ୍ଷୟକୁ ରିଟୋନାଭିର ଧୀର କରିଦିଏ ।[୧]

ଲୋପିନାଭିର/ରିଟୋନାଭିର ଦ୍ୱୟ ଏକ‌କ ଔଷଧ ଭାବରେ ବ୍ୟବ‌ହାର କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୦ରେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧଦ୍ୱୟର ମାସିକ ଖର୍ଚ୍ଚ ପ୍ରାୟ ୧୮.୯୬ରୁ ୧୧୩.୫୨ ଆମେରିକୀୟ ଡଲାର ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ଭାବରେ ମିଳେନି ଓ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Lopinavir and Ritonavir". The American Society of Health-System Pharmacists. Retrieved 28 November 2016.
  2. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  3. "Lopinavir + Ritonavir". International Drug Price Indicator Guide. Archived from the original on 5 March 2017. Retrieved 28 November 2016.
  4. Tarascon Pharmacopoeia 2016 Professional Desk Reference Edition (in ଇଂରାଜୀ). Jones & Bartlett Publishers. 2016. p. 67. ISBN 9781284095302.