ଲୋକ୍ୱେଟ୍ (ବୈଜ୍ଞାନିକ ନାମ ଏରିଓବୋଟ୍ରିଆ ଜାପାନିକା) ଏକ ଚିର ସବୁଜ ଉଦ୍ଭିଦ । ଏହା ଏହାର କମଳା ରଙ୍ଗର ଫଳ ପାଇଁ ବ୍ୟବସାୟିକ ଭାବରେ ଖ୍ୟାତ । ଏହାର ପତ୍ର ଚାହା ଭାବରେ ବ୍ୟବହୃତ ହୁଏ ଯାହାକି ଜାପାନରେ "ବିୱା ଚା" ଭାବରେ ଜଣାଶୁଣା । ଏହା ଏକ ଅଳଙ୍କାରିକ ଉଦ୍ଭିଦ ଭାବରେ ମଧ୍ୟ ଚାଷ କରାଯାଏ ।

ଏହା ରୋଜାସି ଉଦ୍ଭିଦ ପରିବାରରେ ସଦସ୍ୟ । ଦକ୍ଷିଣ-ମଧ୍ୟ ଚାଇନାର ଶୀତଳ ପାହାଡ଼ିଆ ଅଞ୍ଚଳରୁ ଏହାର ଉତ୍ପତ୍ତି ହୋଇଛି । ଜାପାନରେ ଲୋକ୍ୱେଟ୍ ୧୦୦୦ ବର୍ଷରୁ ଅଧିକ ସମୟ ଧରି ଚାଷ କରହେଉଛି । ବିଶ୍ୱରେ ଅନ୍ୟାନ୍ୟ ଉପକ୍ରାନ୍ତୀୟ ଜଳବାୟୁ ଓ ମୃଦୁ ତାପମାତ୍ରା ଜଳବାୟୁ ବିଶିଷ୍ଠ ଅଞ୍ଚଳରେ ଏହାକୁ ଚାଷ କରଯାଉଛି ।

ନାମର ଉତ୍ପତ୍ତି ସମ୍ପାଦନା

ଲୋକ୍ୱେଟର ନାଁ ଚାଇନିଜ୍ ଭାଷାର ଶବ୍ଦ 'ଲୋଉ ଗ୍ୱାଟ୍'ରୁ ଉତ୍ପନ୍ନ ଯାହାର ଅର୍ଥ "କଳା କମଳା"।

ଉତ୍ପତ୍ତି ସମ୍ପାଦନା

 
ଲୋକ୍ୱେଟର ଚିତ୍ର, ଦ୍ୱାଦଶ ଶତାବ୍ଦୀ

ଏହି ଉଦ୍ଭିଦ ମୂଳତଃ ଚୀନରୁ ଆସିଛି, ଯେଉଁଠାରେ ଏହାର ସମ୍ପର୍କିୟ ପ୍ରଜାତିଗୁଡିକ ଜଙ୍ଗଲରେ ଦେଖିବାକୁ ମିଳେ । ସେଠାରେ ଏହାକୁ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ଚାଷ କରାଯାଇଆସୁଛି | ଜର୍ଜିଆ, ଆର୍ମେନିଆ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଆଜେରବାଇଜାନ, ବରମୁଡା, ଚିଲି, କେନିଆ, ଭାରତ, ଇରାନ, ଇରାକ, ଦକ୍ଷିଣ ଆଫ୍ରିକା, ସମଗ୍ର ଭୂମଧ୍ୟସାଗରୀୟ ଅଞ୍ଚଳ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ରେୟୁନିଅନ, ଟୋଙ୍ଗା, ମଧ୍ୟ ଆମେରିକା, ମେକ୍ସିକୋ, ଦକ୍ଷିଣ ଆମେରିକା ଏବଂ ଯୁକ୍ତରାଷ୍ଟ୍ରର ଉଷ୍ମ ଅଞ୍ଚଳରେ (ହାୱାଇ, କାଲିଫର୍ଣ୍ଣିଆ, ଟେକ୍ସାସ୍, ଲୁଧିଆନା, ମିସିସିପି, ଆଲାବାମା, ଫ୍ଲୋରିଡା, ଜର୍ଜିଆ ଏବଂ ଦକ୍ଷିଣ କାରୋଲିନା)ଏହାକୁ ଚାଷ କରଯାଉଛି ।

ବର୍ଣ୍ଣନା ସମ୍ପାଦନା

ଏହା ଏକ ଚିର ସବୁଜ ଗଛ । ଏହା ୫-୧୦ ମିଟର (୧୬–୩୩ ଫୁଟ) ପର୍ଯ୍ୟନ୍ତ ବଢିପାରେ, କିନ୍ତୁ ପ୍ରାୟତଃ ପ୍ରାୟ ୩–୪ ମିଟର (୧୦–୧୩ ଫୁଟ) ଉଚ୍ଚ ହୋଇଥାଏ । ତାପମାତ୍ରା ଉପରେ ନିର୍ଭର କରି ବସନ୍ତରୁ ଗ୍ରୀଷ୍ମ ସମୟରେ ଏହାର ଫଳ ପାଚିବା ଆରମ୍ଭ କରେ | ପତ୍ରଗୁଡ଼ିକ ସରଳ, ୧୦-୨୫ ସେଣ୍ଟିମିଟର (୪-୧୦ ଇଞ୍ଚ) ଲମ୍ବା, ଗାଢ ସବୁଜ ରଙ୍ଗର ହୋଇଥାଏ ।[୧] ଲୋକ୍ୱେଟ୍ ଗଛରେ ଫୁଲ, ଶରତ କିମ୍ବା ଶୀତ ଋତୁର ପ୍ରାରମ୍ଭରେ ଫୁଟିଥାଏ । ଫଳଗୁଡ଼ିକ ବସନ୍ତର ଆରମ୍ଭରୁ ଗ୍ରୀଷ୍ମ ପ୍ରାରମ୍ଭ ପର୍ଯ୍ୟନ୍ତ ଯେ କୌଣସି ସମୟରେ ପାଚିଥାଏ | ଫୁଲଗୁଡିକ ୨ ସେମି (୧ ଇଞ୍ଚ) ବ୍ୟାସ ବିଶିଷ୍ଠ । ଫୁଲର ରଙ୍ଗ ଧଳା ଓ ଏଥିରେ ପାଞ୍ଚଟି ପାଖୁଡ ଥାଏ । ଗୋଟିଏ ପେନ୍ଥାରେ ତିନିରୁ ଦଶଟି ଫୁଲ ରହିଥାଏ | ଫୁଲଗୁଡ଼ିକରେ ଏକ ମଧୁର ସୁଗନ୍ଧ ଯୁକ୍ତ ଅଛି ଯାହା ଦୂରରୁ ଗନ୍ଧ ହୋଇପାରେ |

 
ପକ୍ୱ ଲୋକ୍ୱେଟ୍

ଏହାର ଫଳଗୁଡ଼ିକ, ଅଣ୍ଡାକାର, ଗୋଲାକାର କିମ୍ବା ନାସପାତି ଆକୃତିର ହୋଇଥାଏ । ଫଳର ଆକାର ୩-୫ ସେଣ୍ଟିମିଟର (୧-୨ ଇଞ୍ଚ) ଲମ୍ବା । ଫଳର ଚୋପା ଚିକ୍କଣ ଏବଂ ହଳଦିଆ କିମ୍ବା କମଳା, ବେଳେବେଳେ ଲାଲ ରଙ୍ଗର ହୋଇଥାଏ । କିସମ ଉପରେ ନିଭର୍ର କରି ଫଳର ମାଂସ ଧଳା, ହଳଦିଆ କିମ୍ବା କମଳା ରଙ୍ଗର ଏବଂ ମିଠାରୁ ସାମାନ୍ୟ ଖଟା ସ୍ୱାଦର ହୋଇଥାଏ ।[୨]

ଚାଷ ସମ୍ପାଦନା

 
ଲୋକ୍ୱେଟ୍ ଫୁଲ ପେନ୍ଥା

ଏସିଆରେ ୮୦୦ରୁ ଅଧିକ ଲୋକ୍ୱେଟ୍ କିସମ ରହିଛି |ଲୋକ୍ୱେଟ୍ ଉପକ୍ରାନ୍ତୀୟରୁ ମୃଦୁ ତାପମାତ୍ରା ବିଶିଷ୍ଠ ଜଳବାୟୁରେ ସହଜରେ ବଢିଥାଏ । ଏହା ପ୍ରାୟତଃ ଏକ ଆଳଙ୍କାରିକ ଉଦ୍ଭିଦ ବ୍ୟବହୃତ ହୁଏ, ବିଶେଷତଃ ଏହାର ମଧୁର ସୁଗନ୍ଧିତ ଫୁଲ ପାଇଁ ଏବଂ ଦ୍ୱିତୀୟତଃ ଏହାର ସୁସ୍ବାଦୁ ଫଳ ପାଇଁ ।[୩]

ଜାପାନ ହେଉଛି ଲକ୍ୱାଟର ଅଗ୍ରଣୀ ଉତ୍ପାଦକ ଦେଶ । ଇସ୍ରାଏଲ ଏବଂ ବ୍ରାଜିଲ ଲୋକ୍ୱେଟ୍ ଉତ୍ପାଦନରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଆଧାର ସମ୍ପାଦନା

  1. "Eriobotrya japonica in Flora of China @ efloras.org". eFloras.org Home. Retrieved 2020-11-27.
  2. "Loquat Fact Sheet". Fruit & Nut Research & Information Center. Retrieved 2020-11-27.
  3. Staub, J. (2009). 75 Remarkable Fruits for Your Garden. Gibbs Smith, Publisher. ISBN 978-1-4236-0881-3. Retrieved 2020-11-27.