ଲୈଲା ହାସନ
ଲୈଲା ହାସନ (ଜନ୍ମ: ୧୯୪୬) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ନର୍ତ୍ତକୀ ଓ ନୃତ୍ୟୁଗୁରୁ ।[୧] କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ବଙ୍ଗଳାଦେଶ ସରକାର ତାଙ୍କୁ ୨୦୧୦ ମସିହାରେ ଏକୁଶୀ ପଦକ ପ୍ରଦାନ କରିଥିଲେ ।[୨]
ଲୈଲା ହାସନ | |
---|---|
ଜନ୍ମ | ୧୯୪୬ |
ଶିକ୍ଷା | ଢାକା ବିଶ୍ୱବିଦ୍ୟାଳୟ (ସ୍ନାତକୋତ୍ତର) |
ବୃତ୍ତି(ସମୂହ) | ନର୍ତ୍ତକୀ ଅଭିନେତ୍ରୀ |
ବୈବାହିକ-ସାଥୀ | ସ୍ୟେଦ ହାସନ ଇମାମ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନା୧୯୪୬ ମସିହାରେ, ସେ ବ୍ରିଟିଶ ଭାରତରେ ଜନ୍ମଗ୍ରହଣ କରିଥିଲେ । ୧୯୭୦ ମସିହାରେ, ସେ ଢାକା ବିଶ୍ୱବିଦ୍ୟାଳୟରୁ ଦର୍ଶନରେ ସ୍ନାତକୋତ୍ତର କରିଥିଲେ ।[୧]
ଅଭିନୟ ଜୀବନ ଓ ପେଷା
ସମ୍ପାଦନାବୁଲବୁଲ ଏକାଡେମୀ ଫର ଫାଇନ ଆର୍ଟସର ମଣିବର୍ଦ୍ଧନ ମହାଶୟ, ଅଜିତ ସାନ୍ୟାଲ, ବାବୁ ରାମ ସିଂହ, ଜିଏ ମନ୍ନାନ ଓ ଶମାର ଭଟ୍ଟାଚାର୍ଯ୍ୟଙ୍କଠାରୁ ସେ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ।[୩] ୧୯୮୦-୮୫ରେ ସେ ବାଂଲାଦେଶ ଟେଲିଭିଜନରେ ଟିଭି ଶୋ' ରୁମ୍ଝୁମ୍ର ଉପସ୍ଥାପିକା ଥିଲେ । ରୁମାନା ରସିଦ ଇଶିତା, ତାରିନ ଜାହାଁ, ଶ୍ରାବନ୍ତି, ରିୟା ଓ ରିଚି ସୋଲାଇମାନ ଏହି କାର୍ଯ୍ୟକ୍ରମରେ ତାଙ୍କର ଶିଷ୍ୟା ଥିଲେ ।[୩]
ସେ ଥିଏଟର, ଟେଲିଭିଜନ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୧] ସେ ୧୯୯୦ ମସିହାରେ 'ନଟରାଜ' ନାମକ ଏକ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ୧୯୯୬ ମସିହାରେ ନଟରାଜ ନଇମ ହାସନ ସୁଜାଙ୍କ ସହ ଥିଏଟର, ମଞ୍ଚ ନାଟକ ଆରମ୍ଭ କରିଥିଲେ । ଲୈଲା ହାସନ୍ ନଟରାଜରେ ସଭାପତି ଓ ନଇମ୍ ହାସନ ସୁଜା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।[୧] ସେ ବଙ୍ଗଳା ଏକାଡେମୀ ଓ ପଶ୍ଚିମବଙ୍ଗ ନୃତ୍ୟ ମହାସଂଘର ଆଜୀବନ ସଦସ୍ୟ ଅଟନ୍ତି । ସେ ଏସିଆଟିକ୍ ସୋସାଇଟିର ସଦସ୍ୟ ଏବଂ ବାଂଲାଦେଶ ନୃତ୍ୟ ଶିଳ୍ପୀ ଶାଙ୍ଗସ୍ଥାର ସଭାପତି ମଧ୍ୟ ଅଟନ୍ତି । ସେ ନୃତ୍ୟ ଉପରେ ଦୁଇଟି ପୁସ୍ତକ ହୃଦୟେ ବାଜେ ନୁପୁର (୧୯୯୬) ଏବଂ ସୌନ୍ଦର୍ଯ୍ୟ ଉପରେ ମୋହନରୂପେ ପ୍ରକାଶ କରିଛନ୍ତି ।[୪]
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଅଭିନେତା ହାସନ ଇମାମଙ୍କୁ ବିବାହ କରିଛନ୍ତି ।[୫] ତାଙ୍କର ୬ ଭାଇ ଭଉଣୀ ଅଛନ୍ତି । ଜଣେ ଭଉଣୀ ଡେଜି ଅହମ୍ମଦ ମଧ୍ୟ ଜଣେ ଅଭିନେତ୍ରୀ ।[୫]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ବଚଶାଶ ପୁରସ୍କାର (୨୦୦୧)
- କାଜି ମହବୁବ ଉଲ୍ଲାଃ ବେଗମ ଜେବୁନ୍ନେସ୍ସା ଟ୍ରଷ୍ଟ ପୁରସ୍କାର (୨୦୦୧)
- ଏକୁଶେୟ ପଦକ (୨୦୧୦)
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Zahangir Alom (26 February 2010). "The multi-faceted world of Laila Hasan". The Daily Star.
- ↑ "Felicitation for Ekushey Padak recipient Laila Hasan". The Daily Star. 6 April 2010.
- ↑ ୩.୦ ୩.୧ "Through the eyes of Laila Hasan". The Daily Star. 12 August 2017. Retrieved 10 October 2017.
- ↑ Alom, Zahangir (2010-02-26). "The multi-faceted world of Laila Hasan". The Daily Star (in ଇଂରାଜୀ). Retrieved 2024-10-23.
- ↑ ୫.୦ ୫.୧ "A tale of two sisters". The Daily Star. 27 February 2015.