ଲେସ୍ଲି ତ୍ରିପାଠୀ
ଲେସ୍ଲି ତ୍ରିପାଠୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ପ୍ରଥମେ ଓଡ଼ିଆ ଆଲବମ୍ରେ ଅଭିନୟ ଆରମ୍ଭ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର ଡବ୍ଲ୍ୟୁ (W) ମାଧ୍ୟମରେ ସେ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହା ପରେ ସେ ଦକ୍ଷିଣ ଭାରତର ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ କିଛି ହିନ୍ଦୀ ଗୀତରେ ମଧ୍ୟରେ ମଧ୍ୟ ଅଭିନୟ କରିଥିଲେ ।[୩][୪][୫] [୬]
ଲେସ୍ଲି ତ୍ରିପାଠୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
ପିତାମାତା(s) | ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀ (ବାପା) ଅଶୋକ ତ୍ରିପାଠୀ |
ସମ୍ପର୍କୀୟ | ସେକ୍ସପିଅର ତ୍ରିପାଠୀ (ଭାଇ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଲେସ୍ଲି ଓଡ଼ିଶାର କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀ ଜଣେ ଇଂରାଜୀ ଅଧ୍ୟାପକ ଏବଂ ମାଆ ଅଶୋକା ତ୍ରିପାଠୀ ଜଣେ ଇଂରାଜୀ ଶିକ୍ଷକ ।[୭] ଲେସ୍ଲି ଚେନ୍ନାଇର ଏସିଆନ୍ କଲେଜ ଅଫ୍ ଜର୍ଣ୍ଣାଲିଜିମ୍ରୁ ସାମ୍ବାଦିକତା କରିଥିଲେ । ସେ ମହିଳା ସଂରକ୍ଷଣ ପାଇଁ କିଛି ପ୍ରସଙ୍ଗ ଲେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଲେସ୍ଲି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ଓଡ଼ିଆ ଆଲବମ୍ରେ ଅନେକ ଗୀତରେ ଅଭିନୟ କରିଥିଲେ ।[୮]
୨୦୦୮ ମସିହାରେ ଲେସ୍ଲି ପୋଲିସ୍ ସୁରକ୍ଷା ଲୋଡ଼ିଥିଲେ । ରାଜା ଆଚାର୍ଯ୍ୟ ନାମକ ଜଣେ ଗ୍ୟାଙ୍ଗଷ୍ଟାର ଲୋସ୍ଲିଙ୍କୁ ହଇରାଣ କରୁଥିଲେ । ଏହି ଘଟଣାକୁ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଫଳସ୍ୱରୂପ ବିରଞ୍ଚିଙ୍କର ହତ୍ୟା କରିଦିଆଯାଇଥିଲା ।[୯]
ଲେସ୍ଲି ମହାନଦୀ ସୁରକ୍ଷା ଯୋଜନାରେ ଜଣେ ଯୁବ ବାର୍ତ୍ତାବହ ଭାବରେ ନିଯୁକ୍ତ ହୋଇଥିଲେ ।[୧୦]
ଅଭିନୟ ଜୀବନ
ସମ୍ପାଦନାଲେସ୍ଲି ପ୍ରାରମ୍ଭରୁ ଓଡ଼ିଆ ଆଲ୍ବମ୍ରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଅଲ୍ବମ୍ରେ ଅଭିନୟ ଆରମ୍ଭ କରିଥିଲେ ଗିରିଶ ମହାନ୍ତିଙ୍କ ସହ ।[୧୧] ଏହା ପରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କାମ ପାଇଥିଲେ ମାତ୍ର ଜୁଡ଼ୋ କୋଚ୍ ବିରଞ୍ଚି ହତ୍ୟା ସମୟରେ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କ ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କୌଣସି କାମ ମିଳିନଥିଲା ଏବଂ ମିଳିଥିବା କାମ ହାତରୁ ଚାଲିଯାଇଥିଲା । ଏହା ପରେ ଲେସ୍ଲି ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ପ୍ରଥମେ ତିନି ମାସ ପାଇଁ ବିଜିନେସ୍ କମୁନିକେସନ୍ ପଢ଼ାଇଥିଲେ ।[୧୨] ଏହା ପରେ ଲେସ୍ଲି ଚେନ୍ନାଇରେ ସାମ୍ବାଦିକତା ପଢ଼ିଥିଲେ ଏବଂ ଆଜ୍ ତକ୍ରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରଥମ ସାକ୍ଷାତକାର ଶାହାରୁଖ ଖାଁଙ୍କର ନେଇଥିଲେ । ଏହା ପରେ ସେ ହିନ୍ଦୀ କଥାଚିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର ଡବ୍ଲ୍ୟୁ (W)ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲଗୁ ଚଳଚ୍ଚିତ୍ର ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭାଷା |
---|---|---|
୨୦୧୪ | ଡବ୍ଲ୍ୟୁ (W) | ହିନ୍ଦୀ |
୨୦୧୪ | ଚୁସିନୋଡ଼ିକି ଚୁସିନ୍ତା | ତେଲୁଗୁ |
୨୦୧୬ | ଇଧୁ ବେଦାଲମ୍ ସୋଲ୍ଲୁମ୍ କାଧାଇ | ତାମିଲ |
ଆଧାର
ସମ୍ପାଦନା- ↑ Ashok Palit (31 January 2013). "Odisha: Leslie Tripathy to act in Hindi cinema". Bhubaneswar. Archived from the original on 17 February 2015. Retrieved 13 April 2017.
- ↑ Ashok Palit (1 March 2014). "Odia actress Leslie Tripathy upcoming Hindi film scheduled to be released in March". Bhubaneswar. Archived from the original on 17 February 2015. Retrieved 13 April 2017.
- ↑ "Leslie Tripathy and her rejected, dejected suitors". Merinews. 27 May 2008. Archived from the original on 17 February 2015. Retrieved 13 April 2017.
- ↑ Ashok Palit (2 August 2014). "Leslie Tripathy in Telugu Movie". Indian Express. Archived from the original on 17 February 2015. Retrieved 13 April 2017.
- ↑ D N Singh (21 April 2008). "Don dares the `Babus`". Zee News. Retrieved 13 April 2017.
- ↑ Rajaram Satapathy (15 April 2008). "Budhia coach murder: Actor adds twist to tale". Times of India. Retrieved 13 April 2017.
- ↑ Jigsaw Creations. "Poesie India International - All About Us!". oocities.org. Retrieved 13 April 2017.
- ↑ Tripathy, Leslie. "Biography". imdb.com. Arunab Das.
- ↑ "Biranchi case: officials summon Leslie Tripathy". The Hindu. Retrieved 13 April 2017.
- ↑ "Sky's the Limit for Lezlie Tripathy". Odisha News Insight. Odisha News Insight. Retrieved 13 April 2017.
- ↑ "Gaap saap Ep412_26Feb2017". ଓ ଟିଭି. 26 February 2017. Retrieved 13 April 2017.
- ↑ "Sidhakatha with Actress Leslie Tripathy(Full Episode) - Etv News Odia". ଇ ଟିଭି ନ୍ୟୁଜ୍ ଓଡ଼ିଆ. 24 February 2017. Retrieved 13 April 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲେସ୍ଲି ତ୍ରିପାଠୀ