ଲିସିପ୍ରିୟା କଂଗୁଜମ

ଭାରତୀୟ ପରିବେଶ କର୍ମୀ

ଲିସିପ୍ରିୟା କଂଗୁଜମ (ଇଂରାଜୀ ଭାଷାରେ Licypriya Kangujam (ଜନ୍ମ ଅକ୍ଟୋବର ୨, ୨୦୧୧ ମସିହା) ଭାରତର ଜଣେ ଶିଶୁ ପରିବେଶ କର୍ମକର୍ତ୍ତା (environmental activist) । ସନ ୨୦୧୯ରେ ତାଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଶିଶୁ ପୁରସ୍କାର ଦିଆଯାଇଥିଲା,[୧] ଯାହା ଏକ ପୃଥିବୀ ଶିଶୁ ଶାନ୍ତି ପୁରସ୍କାର (World Children Peace Prize) ଓ ଭାରତ ଶାନ୍ତି ପୁରସ୍କାର ।

ଲିସିପ୍ରିୟା କଂଗୁଜମ‌
Licypriya Kangujam at the United Nations Asia-Pacific Climate Week 2019 in Bangkok, Thailand on 5 September 2019.
ଜନ୍ମ
Licypriya Kangujam

(2011-10-02) ୨ ଅକ୍ଟୋବର ୨୦୧୧ (ବୟସ ୧୨)
Bashikhong, Manipur, India
ବୃତ୍ତି(ସମୂହ)Student, environmental activist
ସକ୍ରିୟ ବର୍ଷ2018–present
ଆନ୍ଦୋଳନThe Child Movement
ପିତାମାତାs
  • Bidyarani Devi Kangujam Ongbi (mother)
  • K. K. Singh (father)
ସମ୍ପର୍କୀୟChinglensana Kangujam (uncle)
ପୁରସ୍କାର
  • Dr. APJ Abdul Kalam Children Award (2019)
  • World Children Peace Prize (2019)
  • India Peace Prize (2019)
  • Rising Star of Earth Day Network (2019)

ସନ ୨୦୧୯ରେ ଗ୍ରେଟା ଥନ‌ବର୍ଗ (Greta Thunberg) ଓ ଜାମି ମାର୍ଗୋଲିଙ୍କ (Jamie Margolin) ସ‌ହିତ ତାଙ୍କୁ ମିଳିତ ଜାତିସଂଘ ବିକାଶ ପ୍ରୋଗ୍ରାମରେ (United Nations Development Programme) ହଜିଲା ଭବିଷ୍ୟତର ଯୁବଶକ୍ତି ଓ ଜଳବାୟୁ ନିମନ୍ତେ ଯୁଦ୍ଧ କରୁଥିବା ଏକ ଫିଚରଡ ପରିବେଶ କର୍ମକର୍ତ୍ତା ଭାବରେ ବଛାଯାଇଥିଲା । ଇଣ୍ଡିଆ ଟାଇମସ (India Times) ଅନୁସାରେ ସେ ସବୁଟାରୁ ସ୍ୱଳ୍ପ ବୟସ୍କ ଜଳବାୟୁ କର୍ମକର୍ତ୍ତା ।

ଜୀବନ ସମ୍ପାଦନା

ଲିସିପ୍ରିୟା କଂଗୁଜମ‌ ଅକ୍ଟୋବର ୨ତାରିଖ ୨୦୧୧ରେ ଭାରତର ମଣିପୁର ରାଜ୍ୟର ବସିଖୋଙ୍ଗ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଓ ମାତାଙ୍କ ନାମ ଯଥାକ୍ରମେ କେ. କେ. ସିଂହ ଓ ବିଦ୍ୟାରାଣି ଦେବୀ କଙ୍ଗଜୁମ ଓଙ୍ଗବି । କଂଗୁଜନ ମାତ୍ର ୭ ବର୍ଷ ବୟସ୍କ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନ (climate change) ଓ ବିପତ୍ତି ସଙ୍କଟ କମ୍ କରିବାକୁ ସ୍ୱର ଉତ୍ତୋଳନ କରିବାକୁ ଆରମ୍ଭ କଲେ । ଜୁନ ୨୦୧୯ରେ ସେ ଭାରତର ପାର୍ଲିଆମେଣ୍ଟ ସମ୍ମୁଖରେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଜଳବାୟୁ ପରିବର୍ତ୍ତନ ନିୟମ ଲାଗୁ କରିବାକୁ ଅନୁରୋଧ କରିଥିଲେ । [୨][୩][୪][୫]

୨୦୧୮–୨୦୧୯ ସକ୍ରିୟତା ସମ୍ପାଦନା

 
Kangujam addressing UNESCO Partners' Forum 2019 (Biennial Luanda) in Angola on 20 September 2019.

ଆଫ୍ରିକା ଗସ୍ତ ସମ୍ପାଦନା

ଲିସିପ୍ରିୟା ୨୯୧୯ ମସିହା ୧୪-୨୪ ତାରିଖ ପର୍ଯ୍ୟନ୍ତ ଆଙ୍ଗୋଲା ପରିଦର୍ଶନ କରିଥିଲେ ଓ ସେଠାର ଲୁଆଣ୍ଡା ସ‌ହରରେ ୫୦,୦୦୦ ପିଲା ଓ ଯୁବକମାନଙ୍କ ସମ୍ମୁଖରେ ଜଳବାୟୁ ହରତାଳ କରି ପୃଥିବୀର ନେତାମାନଙ୍କର ଧ୍ୟାନ ଆକର୍ଷଣ କରି ସେମାନଙ୍କର ଭବିଷ୍ୟତ ଜୀବନ ସୁରକ୍ଷା ନିମନ୍ତେ ତୁରନ୍ତ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।[୬][୭][୮]

ଲିସିପ୍ରିୟା ୟୁନେସ୍କୋଦ୍ୱାରା ନିମନ୍ତ୍ରିତ ହୋଇ ଆଙ୍ଗୋଲାର ଲୁଆଣ୍ଡା ସ‌ହରରେ ୨୦୧୯ର ୟୁନେସ୍କୋ ପାର୍ଟନରସ ଫୋରମରେ କଂଗୁଜମ‌ ଯୋଗଦାନ କରିଥିଲେ । ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ ଆଙ୍ଗୋଲା, ମାଲି, ମାଲାୱି, ରିପବ୍ଲିକ ଅଫ କଙ୍ଗୋର ସଭାପତି ଯଥାକ୍ରମେ ଜୋଅଓ ଲୌରେଙ୍କୋ, ଇବ୍ରାହିମ ବୌବାକାର, ହାଗେ ଗିଙ୍ଗୋବ ଓ ଡେନିସ ସାସୌ; ନାମିବିଆର ପ୍ରଥମ ଲେଡି, ସନ ୨୦୧୮ର ନୋବେଲ ପୁରସ୍କାର ବିଜେତା ଡେନିସ କୁକ୍ୱେଗେଯୁନେସ୍କୋର ଡେପୁଟି ଡାଇରେକ୍ଟର ଜେନେରାଲ, ଗିନିର ଡେପୁଟି ପ୍ରଧାନ ମନ୍ତ୍ରୀ ଓ ଆଫ୍ରକିକା ସମସ୍ତ ସାଂସ୍କୃତିକ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ।


ସମ୍ମାନ ଓ ପୁରସ୍କାର ସମ୍ପାଦନା

ଖ୍ୱାଦ ଫାଉଣ୍ଡେସନ ୨୭ ଜୁଲାଇ ୨୦୧୯ରେ ତାଙ୍କୁ "ଡକ୍ଟର ଏପିଜେ କଲାମ ଚିଲଡ୍ରେନ ଆୱାର୍ଡ" ଦେଇ ପୁରସ୍କୃତ କରିଥିଲେ । [୧]

ଅଗଷ୍ଟ ୩୧, ୨୦୧୯ରେ ସେ ଗ୍ଲୋବାଲ ଶାନ୍ତି ଇଣ୍ଡେକ୍ସ- ଇନଷ୍ଟିଚ୍ୟୁଟ ଫର ଇକୋନୋମିକ ଆଣ୍ଡ ପିସ (Global Peace Index - Institute for Economics & Peace (IEP) ସଂସ୍ଥାରୁ ପୃଥିବୀ ଶିଶୁ ଶାନ୍ତି ପୁରସ୍କାର (World Children Peace Prize) ପୁରସ୍କାର ପାଇଥିଲେ ।

ସେପ୍ଟେମ୍ବର ୨୩, ୨୦୧୯ରେ ଯୁବ ସମ୍ମିଟରେ ଆନ୍ତର୍ଜାତୀୟ ଯୁବ କମିଟି ଗୌର ଗୋପାଳ ଦାସ, ଦିନେଶ ସୁବସେଙ୍ଗେଙ୍କ ସ‌ହିତ ତାଙ୍କୁ ଭାରତୀ ଶାନ୍ତି ପୁରସ୍କାର ଦେଇଥିଲେ ।

ଅକ୍ଟୋବର ୨,୨୦୧୯ରେ ୟୁଏସଏସ୍ଥିତ ଆର୍ଥ ଡେ ନେଟ‌ୱର୍କ ହେଡକ୍ୱାର୍ଟର, ୱାସିଙ୍ଗଟନ ଡିସି ତାଙ୍କୁ ରାଇଜିଙ୍ଗ ସ୍ଟାର ଉପାଧିରେ ସମ୍ମାନିତ କରିଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ http://e-pao.net/epSubPageExtractor.asp?src=news_section.Top_Stories.Top_Stories_2019.Licypriya_Kangujam_given_Dr_APJ_Abdul_Kalam_Children_Award_2019
  2. "A 7-Year-Old Takes Stand Near The Parliament Urging PM Modi To Pass The Climate Change Law". ScoopWhoop. 22 June 2019. Retrieved 22 June 2019.
  3. "Angola backs Licypriya's green world campaign". Poknapham. 24 September 2019. Archived from the original on 9 February 2021. Retrieved 24 September 2019.
  4. "Seven-year-old becomes the youngest green activist". Daily News and Analysis. 9 September 2019. Retrieved 9 September 2019.
  5. "Aged 7, Licypriya Kangujam stands outside Parliament to urge Prime Minister, MPs to pass climate change law". Mirror Now. 22 June 2019. Retrieved 22 June 2019.
  6. "Angola backs Licypriya's green world campaign". People's Chronicle. 27 September 2019. Archived from the original on 18 October 2019. Retrieved 27 September 2019.
  7. "Licypriya to launch climate change movement in Angola". 27 September 2019. Archived from the original on 18 October 2019. Retrieved 20 September 2019.
  8. "Licypriya draws attention of world leaders on her maiden climate change movement in Angola". Rediff Realtime. 20 September 2019. Retrieved 20 September 2019.