ଲିସଫ୍ରାଙ୍କ ଆଘାତ

ଏହା ମାନବ ପାଦର ଏକ ଆଘାତର ନାମ ।

ଲିସଫ୍ରାଙ୍କ ଆଘାତ ଅନ୍ୟ ନାମ ଲିସଫ୍ରାଙ୍କ ଅସ୍ଥିଭଗ୍ନ, ପାଦର ଏକ ଆଘାତର ନାମ ଯେଉଁଥିରେ ମେଟାଟାର୍ସାଲ ହାଡ଼ ଏବଂ ଟାର୍ସାଲ ହାଡ଼ ମଧ୍ୟରେ ଥିବା ଗଣ୍ଠି ଆଘାତପ୍ରାପ୍ତ ହୋଇଥାଏ । [୧] [୨] ଏହାର ଲକ୍ଷଣ ମଧ୍ୟରେ ଫୁଲା, ଯନ୍ତ୍ରଣା ଏବଂ ମଧ୍ୟ ପାଦରେ ବ୍ରୁଇ ହୋଇପାରେ । [୨] [୧] ଚାଲିବାର ପ୍ରୟାସଦ୍ୱାରା ଧିକ ଲକ୍ଷଣ‌ଯୁକ୍ତ ହୋଇଯାଏ | [୨] ଚିକିତ୍ସା ବିନା ଏହା ଜଟିଳ ହୋଇ ଆର୍ଥ୍ରାଇଟିସ୍ ଏବଂ ସ୍ଥାୟୀ ଯନ୍ତ୍ରଣା ହୋଇପାରେ । [୧]

Lisfranc injury
Lisfranc fracture, Lisfranc dislocation, Lisfranc fracture dislocation, tarsometatarsal injury, midfoot injury
An X-ray of a Lisfranc injury showing widening between the 1st and 2nd metatarsal base.
ବିଭାଗOrthopedics
ଲକ୍ଷଣSwelling, pain, and bruising of the midfoot[୧][୨]
କାରଣInjury[୨]
ରୋଗ ନିର୍ଣ୍ଣୟ ପଦ୍ଧତିX-ray or CT scan[୩]
ଚିକିତ୍ସାOpen reduction and internal fixation[୩]
PrognosisHealing may take months[୨]
ପୁନଃପୌନିକRelatively uncommon[୧]

ଏହାର କାରଣ: ପାଦ ମୋଡ଼ିହେଲେ, ଯେପରିକି କ୍ରୀଡାରେ, ଖେଳିବା ସମୟରେ, କିମ୍ବା ଉଚ୍ଚତାରୁ ଖସିଯିବା ପରି ଅଧିକ ଗୁରୁତର ଆଘାତରେ ହୁଏ | [୨] ସାଧାରଣତଃ ଏହାର ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ନଥାଏ, ଯଦିଓ ମଧୁମେହ ରୋଗୀ ଅଧିକ ପ୍ରଭାବିତ ହୁଅନ୍ତି | [୧] ଓଜନ ଉଠେଇଲା ବେଳର ରଞ୍ଜନରଶ୍ମି ବା ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । [୩] ଯଦି ମଝି ପାଦ ଯନ୍ତ୍ରଣା ୫ ଦିନରୁ ଅଧିକ ରହିଲେ ମଧ୍ୟ ଏହି ଆଘତ ସନ୍ଦେହ ପରିସରକୁ ଆସେ । [୧]

ପ୍ରାରମ୍ଭିକ ଚିକିତ୍ସାରେ ଭଙ୍ଗା ରିଡକସନ, ସ୍ପ୍ଲିଣ୍ଟ ଓ ପାଦକୁ ଉଚ୍ଚରେ ରଖିବା ଉପଦେଶ ଦିଆଯାଏ । [୧] ଯଦି ଆଘାତ ଅସ୍ଥିର କିମ୍ବା ବିସ୍ଥାପିତ ହୁଏ, ତେବେ ଅସ୍ତ୍ରୋପଚାର ଅସ୍ତ୍ରୋପଚାର କରାଯାଏ | [୩] [୧] ଆରୋଗ୍ୟ ପାଇଁ କିଛି ମାସ ଲାଗିପାରେ | [୨]

ଲିସଫ୍ରାଙ୍କ ଆଘାତ ଅପେକ୍ଷାକୃତ ଅସାଧାରଣ ଓ ମୋଟ ଭଙ୍ଗାର ମାତ୍ର 0.୨% ଥାଏ । [୧] ମଧ୍ୟ ବୟସ୍କ ପୁରୁଷମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୧] ୧୮୧୫ ମସିହାରେ ହୋଇଥିବା ଷଷ୍ଠ କୋଅଲିସନ ଯୁଦ୍ଧ ସମୟର ଫ୍ରାନସର ଜଣେ ସର୍ଜନ ଜାକେସ ଲିସଫ୍ରାଙ୍କ ଡି ସେଣ୍ଟ ମାର୍ଟିନ ସେଠାରେ ଅଶ୍ୱାରୋହୀମାନଙ୍କ ମଧ୍ୟରେ ଏହି ଆଘାତ ଲାଗୁଥିବା ଲକ୍ଷ କରିଥିଲେ ଓ ତାଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଥିଲା। [୪] [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Buchanan, BK; Donnally III, CJ (January 2021). "Lisfranc Dislocation". PMID 28846306. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Lisfranc (Midfoot) Injury - OrthoInfo - AAOS". www.orthoinfo.org. Retrieved 9 March 2021.
  3. ୩.୦ ୩.୧ ୩.୨ ୩.୩ "Fracture-Dislocation of the Midfoot (Lisfranc Injury) - Injuries; Poisoning". Merck Manuals Professional Edition. Retrieved 9 March 2021.
  4. Lisfranc, J (1815). Nouvelle méthode opératoire pour l'amputation partielle du pied dans son articulation tarso-métatarsienne: méthode précédée des nombreuses modifications qu'a subies celle de Chopart (in ଫରାସୀ). Paris: L’imprimerie de Feuguery. pp. 1–52.