ଲିଷ୍ଟେରିଓସିସ ହେଉଛି ଏକ ଜୀବାଣୁ ସଂକ୍ରମଣ ଯାହା ଫଳରେ ସାଧାରଃ ତରଳ ଝାଡ଼ା, ଜ୍ୱର ଏବଂ ମାଂସପେଶୀ ଯନ୍ତ୍ରଣା ଅନୁଭବ ହୁଏ ।[୧] ରୋଗ ଜଟିଳ ହେଲେ ସେପସିସ, ମେନିଞ୍ଜାଇଟିସ୍ କିମ୍ବା ଏନସେଫାଲାଇଟିସ ହୋଇପାରେ। [୧] ସଂସ୍ପର୍ଶରେ ଆସିବାର 4 ସପ୍ତାହ ପରେ ଗୁରୁତର ରୋଗ ଆରମ୍ଭ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ମୃତ ପ୍ରସବ, ସ୍ପୃତ ଗର୍ଭପାତ, ଅବଧି ପୂର୍ବ ପ୍ରସବ ହୋଇପାରେ ।[୧]

Listeriosis
ବିଭାଗInfectious disease
ଲକ୍ଷଣDiarrhea, fever[୧]
କାରଣListeria monocytogenes[୧]
ବିପଦ କାରକImmunocompromised, pregnancy, extremes of age[୧]
ରୋଗ ନିର୍ଣ୍ଣୟ ପଦ୍ଧତିCulture of blood or spinal fluid[୧]
ସଠିକ ରୋଗ ନିର୍ଣ୍ଣୟHerpes simplex virus, mononucleosis, influenza[୨]
ପ୍ରତିକାରSafe food handling, avoiding unpasteurized milk[୧]
ଚିକିତ୍ସାAmpicillin, gentamicin[୩]
ପୁନଃପୌନିକ23,000 cases per year[୪]
ମୃତ୍ୟୁ ସାନ୍ଦ୍ରତା20% (severe disease)[୧]

ଲିସ୍ଟେରିଆ ମୋନୋସାଇଟୋଜେନିସ ପ୍ରଦୂଷିତ ଖାଦ୍ୟ ଖାଇବା ପରେ ଏହି ରୋଗ ହୁଏ ।[୧] ସଂସ୍ପର୍ଶରେ ଆସିଲେ ମଧ୍ୟ କ୍ୱଚିତ ଗୁରୁତର ରୋଗ ହୁଏ ।[୩] ଅତି ଅଳ୍ପ ବା ଅତି ବେଶୀ ବୟସରେ, ଇମ୍ମ୍ୟୁନିଟି ଅଭାବ ଥିଲେ ବା ଗର୍ଭାବସ୍ଥା ଥିଲେ ସାଧାରଣତଃ ଏହି ରୋଗ ହୁଏ । ରକ୍ତ ବା ସିଏସଏଫ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ରୁଟିନ ମଳ କଲଚର କଲେ ଏହା ମିଳେ ନାହିଁ ।

କଲଚରରେ ଯୁକ୍ତାତ୍ମକ ବାହାରିଲେ ଆମ୍ପିସିଲିନ ଓ ଜେଣ୍ଟାମାଇସିନ ଭଳି ଆଣ୍ଟିବାୟୋଟିକ ୨ରୁ ୩ ସପ୍ତାହ ପାଇଁ ଦିଆଯାଏ ।[୩] ପେନିସିଲିନ ଆଲର୍ଜି ଥିଲେ ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ ଦିଆଯାଇପାରେ ।[୨] ସୁରକ୍ଷିତ ଖାଦ୍ୟ, ପାଶ୍ଚୁରାଇଜ କ୍ଷୀର ଓ ଥଣ୍ଡା ମାଂସ ଖାଇବା ବର୍ଜନ କରି ଏହି ରୋଗ ପ୍ରତିଷେଧ କରାଯାଇପାରେ ।[୧] ପ୍ରାୟ ୨୦% ରୋଗୀଙ୍କର ମୃତ୍ୟୁ ସଙ୍କଟ ରହେ ।

୨୦୧୦ ମସିହାରେ ସାରା ବିଶ୍ୱରେ ପ୍ରାୟ ୨୩,୦୦୦ ରୋଗ ହୋଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହା ବର୍ଷକୁ ପ୍ରାୟ ୧୬୦୦ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ପ୍ରାୟ ୨୬୦ ଜଣଙ୍କର ମୃତ୍ୟୁ ଘଟିଥାଏ ।[୧] [୩] ମହାମାରୀ ଭାବରେ ଏକ ଅଂଶ ହୋଇପାରେ। [୧] ଏହା ପ୍ରଥମେ ୧୯୮୧ ମସିହାରେ ଖାଦ୍ୟ ପରିବାହୀ ରୋଗ ଭାବରେ ଆବିଷ୍କୃତ ହୋଇଥିଲା ।[୨] ଅନ୍ୟ ପ୍ରାଣୀ ମଧ୍ୟ ପ୍ରଭାବିତ ହୋଇପାରନ୍ତି। [୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Frequently Asked Questions about Listeria". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 March 2018. Archived from the original on 8 May 2017. Retrieved 24 July 2022.
  2. ୨.୦ ୨.୧ ୨.୨ Rogalla, Denver; Bomar, Paul A. (2022). "Listeria Monocytogenes". StatPearls. StatPearls Publishing. Archived from the original on 10 July 2022. Retrieved 9 July 2022.
  3. ୩.୦ ୩.୧ ୩.୨ ୩.୩ "Information for Health Professionals and Laboratories | Listeria | CDC". www.cdc.gov (in ଆମେରିକୀୟ ଇଂରାଜୀ). 30 March 2021. Archived from the original on 8 July 2022. Retrieved 24 July 2022.
  4. ୪.୦ ୪.୧ de Noordhout CM, Devleesschauwer B, Angulo FJ, Verbeke G, Haagsma J, Kirk M, Havelaar A, Speybroeck N (November 2014). "The global burden of listeriosis: a systematic review and meta-analysis". The Lancet. Infectious Diseases. 14 (11): 1073–1082. doi:10.1016/S1473-3099(14)70870-9. PMC 4369580. PMID 25241232.
  5. Shamloo, E.; Hosseini, H.; Abdi Moghadam, Z.; Halberg Larsen, M.; Haslberger, A.; Alebouyeh, M. (2019). "Importance of Listeria monocytogenes in food safety: a review of its prevalence, detection, and antibiotic resistance". Iranian Journal of Veterinary Research. 20 (4): 241–254. ISSN 1728-1997. Archived from the original on 28 February 2022. Retrieved 11 July 2022.