ଲିପିକା ସିଂ ଦରାଇ
ଲିପିକା ସିଂ ଦରାଇ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶିକା । ସେ ମୁଖ୍ୟତଃ ଅଣ ଫିଚର ଧର୍ମୀ ଚଳଚ୍ଚିତ୍ର ନିର୍ମାଣ କରନ୍ତି ଏବଂ ଏଥିପାଇଁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିସାରିଛନ୍ତି ।
ଲିପିକା ସିଂ ଦରାଇ | |
---|---|
ଜନ୍ମ | ୨୯ ନଭେମ୍ବର ବାରିପଦା, ଓଡ଼ିଶା |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ଶବ୍ଦାଙ୍କନ |
ଶିକ୍ଷାନୁଷ୍ଠାନ | ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ |
ବୃତ୍ତି(ସମୂହ) | ଚଳଚ୍ଚିତ୍ର ନିର୍ଦ୍ଦେଶକ, ସାଉଣ୍ଡ ଇଂଜିନିୟର |
(s) | କୁଇ ଫିଲ୍ମସ୍, ଭୁବନେଶ୍ୱର |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶନା |
ବୈବାହିକ-ସାଥୀ | ଇନ୍ଦ୍ରନୀଳ ଲାହିରି |
ପିତାମାତା | ଲୋଚନ ମୁଣ୍ଡା,ସୁମନ ସିଂ |
ପୁରସ୍କାର | ଜାତୀୟ ପୁରସ୍କାର (ଚଳଚ୍ଚିତ୍ର) ୨୦୧୦ ଓ ୨୦୧୨, ୨୦୧୩ |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟବର୍ତ୍ତୀ ଭୁଗୁଡାକଟାରେ ଏକ 'ହୋ' ସମ୍ପ୍ରଦାୟର ଆଦିବାସୀ ପରିବାରରେ ତାଙ୍କର ଜନ୍ମ । ବାରିପଦାର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା । ଝାରସୁଗୁଡ଼ାର ଭି.ଏସ.ଏସ ହାଇସ୍କୁଲରୁ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଗ୍ରହଣ କରିଥିଲେ । ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ +୨ ବିଜ୍ଞାନ ପଢିସାରି, ସେ କ୍ରମେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଓ ପରେ ବିଶାଖାପାଟଣାରୁ +୩ ବାଣିଜ୍ୟ ପାଠ ପଢ଼ିଥିଲେ । ତାପରେ, ସେ ପୁଣେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ସାଉଣ୍ଡ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ।
ବୃତ୍ତିଗତ ଜୀବନ
ସମ୍ପାଦନାଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପାଠ ପଢ଼ା ସମୟରେ ଲିପିକା, ଉମେଶ କୂଲକର୍ଣ୍ଣିଙ୍କୁ ତାଙ୍କ ଚଳଚ୍ଚିତ୍ରରେ ସହଯୋଗ କରିଥିଲେ ଓ ସୋନି ଟେଲିଭିଜନ ଚ୍ୟାନେଲରେ ୟଶରାଜ ଫିଲ୍ମର ଏକ ଧାରବାହିକ 'ଖୋଟେ ସିକ୍କେ' ପାଇଁ ମଧ୍ୟ କାମ କରିଥିଲେ । ପରବର୍ତ୍ତୀ ସମୟରେ, ସେ ନିର୍ଦ୍ଦେଶକ ମନି କଲଙ୍କ ସହଯୋଗୀ ଭାବରେ ମଧ୍ୟ କାମ କରିଥିଲେ । ବର୍ତ୍ତମାନ, ସେ ଭୁବନେଶ୍ୱରରେ ରହି ଓଡ଼ିଶାର ବିଭିନ୍ନ କଥାବସ୍ତୁକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ଅଛନ୍ତି । [୧] ୨୦୧୩ ମସିହାରେ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ତାଙ୍କୁ ଇଣ୍ଡିଆନ ପାନରୋମାରେ ଜୁରି ଭାବରେ ମନୋନୀତ କରାଯାଇଛି ।[୨]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଭଏସ୍ ନ୍ୟାରେସନ, କଙ୍କି ଓ ସାପ ଚଳଚ୍ଚିତ୍ର ପାଇଁ) - ୨୦୧୩[୩]
- ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଏକ ଗଛ, ଏକ ମଣିଷ, ଏକ ସମୁଦ୍ର ଚଳଚ୍ଚିତ୍ର ପାଇଁ) - ୨୦୧୨[୪]
- ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ସାଉଣ୍ଡ ମିକ୍ସିଂ, ଗାରୁଦ ମରାଠି ଚଳଚ୍ଚିତ୍ର ପାଇଁ) - ୨୦୧୦[୫]
ଆଧାର
ସମ୍ପାଦନା- ↑ ସମାଜ ୨୮/୧୧/୨୦୧୩ରେ ପ୍ରକାଶିତ ସାକ୍ଷାତକାର
- ↑ http://www.planet-goa.com/event_details.php?id=2264[permanent dead link]
- ↑ ସମ୍ବାଦ ୦୬/୦୮/୨୦୧୪ ପୃଷ୍ଠା ୧୩
- ↑ "Lipika Singh Darai National Film Award Best Debut Film of a Director". incredibleorissa.com. 2013. Retrieved 20 March 2013.
The 60th National Film Awards for the best debut film of a director has been conferred to Odisha-based film director Lipika Singh Darai for Odia film 'Eka Gachha Eka Manisa Eka Samudra'.
- ↑ http://newindianexpress.com/states/odisha/article1507974.ece[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲିପିକା ସିଂ ଦରାଇ
- Odisha's Lipika Singh Darai bags National Film Award again[permanent dead link]