ଲିଙ୍କୋମାଇସିନ

ଏହା ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍

ଲିଙ୍କୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲିଙ୍କୋସିନ, ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟ କୋଣସି ବିକଳ୍ପ ଔଷଧ ଉପଯୁକ୍ତ ନ ହେଲେ ଏହା ଅବଶେଷରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[୧] ଏହା ମାଂସପେଶୀ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଲିଙ୍କୋମାଇସିନ
Ball-and-stick model of lincomycin
Clinical data
Trade namesLincocin, Biocine, others
AHFS/Drugs.commonograph
MedlinePlusa609005
Pregnancy
category
  • US: C (Risk not ruled out)
Routes of
administration
IM/IV
Legal status
Legal status
Pharmacokinetic data
BioavailabilityN/A
Elimination half-life5.4 ± 1.0 h after IM or IV administration
Excretionrenal and biliary
Identifiers
  • (2S,4R)-N-[(1R,2R)-2-Hydroxy-1-[(2R,3R,4S,5R,6R)-3,4,5-trihydroxy-6-(methylsulfanyl)oxan-2-yl]propyl]-1-methyl-4-propylpyrrolidine-2-carboxamide
ECHA InfoCard100.005.296 Edit this at Wikidata
Chemical and physical data
FormulaC18H34N2O6S
Molar mass୪୦୬.୫୪ g·mol−1
3D model (JSmol)
  • O=C(N[C@@H]([C@H]1O[C@H](SC)[C@H](O)[C@@H](O)[C@H]1O)[C@H](O)C)[C@H]2N(C)C[C@H](CCC)C2
  • InChI=1S/C18H34N2O6S/c1-5-6-10-7-11(20(3)8-10)17(25)19-12(9(2)21)16-14(23)13(22)15(24)18(26-16)27-4/h9-16,18,21-24H,5-8H2,1-4H3,(H,19,25)/t9-,10-,11+,12-,13+,14-,15-,16-,18-/m1/s1 checkY
  • Key:OJMMVQQUTAEWLP-KIDUDLJLSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଲ ଝାଡ଼ା, ରାସ, ଗଲୁ, ମାଂସପେଶୀ ଯନ୍ତ୍ରଣା, କାନନାଦ ଏବଂ ବିଶ୍ୱ ଘୂର୍ଣ୍ଣନ ଭଳି ଅନୁଭବ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ, ପାନସାଇଟୋପେନିଆ ବା ନିମ୍ନ ରକ୍ତ କଣିକା ସ୍ତର ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ଲିଙ୍କୋସାମାଇଡ, ଯାହା କ୍ଲିଣ୍ଡାମାଇସିନ ତୁଳନାରେ ସମାନ କିନ୍ତୁ କମ୍ ପ୍ରଭାବଶାଳୀ ।[୧]

୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଙ୍କୋମାଇସିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୬୦୦ମିଗ୍ରା ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ୨୦୨୧ ମସିହାର ୨୮୦ ଡଲାର ଥିଲା ।[୨] ଏହା ଷ୍ଟ୍ରେପ୍ଟୋମାଇସେସ ଲିଙ୍କୋଲନେନସିସରୁ ତିଆରି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lincomycin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 November 2021.
  2. "Lincomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 23 November 2021.