ଲିକ୍ସିସେନାଟାଇଡ
ଲିକ୍ସିସେନାଟାଇଡ, ଲିକ୍ସୁମିଆ ଏବଂ ଆଡଲିକ୍ସିନ ଏହାର ବିକ୍ରୟ ନାମ, ହେଉଛି, ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ସହିତ ଅନ୍ୟାନ୍ୟ ଔଷଧ, ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ବ୍ୟବହୃତ ହୁଏ ଯେତେବେଳେ ଏଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
Clinical data | |
---|---|
Trade names | Lyxumia (EU), Adlyxin (US) |
AHFS/Drugs.com | monograph |
MedlinePlus | a617005 |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Identifiers | |
ECHA InfoCard | 100.210.612 |
Chemical and physical data | |
Formula | C215H347N61O65S |
Molar mass | ୪,୮୫୮.୫୬ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଜିଏଲପି-୧ ରିସେପ୍ଟର ଆଗୋନିଷ୍ଟ (GLP-1 ରିସେପ୍ଟର ଆଗୋନିଷ୍ଟ) ଯାହା ଅଗ୍ନାଶୟରୁ ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରିଥାଏ ।[୨] [୧]
୨୦୧୩ ମସିହାରେ ୟୁରୋପରେ ଏବଂ ୨୦୧୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଲିକ୍ସିସେନାଟାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ଏକ ମାସର ଖର୍ଚ୍ଚ ମୂଲ୍ୟ ୫୮ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୬୦ ଡଲାର ଅଟେ ।[୪] ଇନସୁଲିନ୍ ଗ୍ଲାର୍ଜିନ୍ ସହିତ ଏହି ଔଷଧର ଏକ ମିଶ୍ରଣ ଉପଲବ୍ଧ ହୁଏ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Lyxumia". Archived from the original on 11 November 2020. Retrieved 23 November 2021.
- ↑ ୨.୦ ୨.୧ ୨.୨ "Lixisenatide Monograph for Professionals". Drugs.com (in ଇଂରାଜୀ). Archived from the original on 12 January 2021. Retrieved 23 November 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 740. ISBN 978-0857114105.
- ↑ "Lixisenatide Prices, Coupons & Savings Tips - GoodRx". GoodRx. Archived from the original on 25 April 2020. Retrieved 24 November 2021.