ଲିଓନାର୍ଡୋ ଦା ଭିନ୍‌ସି (Leonardo di ser Piero da Vinci: Italian pronunciation: [leoˈnardo da vˈvintʃi] pronunciation (help•info); 15 April 1452 – 2 May 1519, Old Style) ଜଣେ ଇତାଲିୟ ବ୍ୟକ୍ତି ଥିଲେ ଓ ଏକା ଧାରରେ ଜଣେ ଚିତ୍ରକର, ସ୍ଥପତି, ଆର୍କିଟେକ୍ଟ, ସଙ୍ଗୀତଜ୍ଞ, ଗଣିତଜ୍ଞ, ଯନ୍ତ୍ରୀ (ଇଞ୍ଜିନିଅର), ଉଦ୍ଭାବକ, ଶରୀର ଗଠନ ବିଶେଷଜ୍ଞ (ଆନାଟମିଷ୍ଟ), ଭୂତତ୍ତ୍ୱବିଦ (ଜେଓଲୋଜିଷ୍ଟ), କାର୍ଟୋଗ୍ରାଫର, ଉଭିଦବିଜ୍ଞାନୀଲେଖକ ଥିଲେ । ସେ ଅତ୍ୟଧିକ କୌତୁହଳି ଓ ଅନୁସନ୍ଧିତ୍ସୁ ଥିଲେ । ତାଙ୍କୁ ରେନାସାଁ ମଣିଷ ବା ଅତୃପ୍ତ କୌତୁହଳି ଓ ଅତ୍ୟଧିକ ଉଦ୍ଭାବନୀ ଚିନ୍ତାଧାରା ସମ୍ପର୍ଣ୍ଣ କୁହାଯାଉଥିଲା [୧]। ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଚିତ୍ରକର ଓ ବିବିଧ କଳାସମ୍ପର୍ଣ୍ଣ ମଣିଷ କୁହାଯାଏ [୨]। ଐତିହାସିକ ହେଲେନ ଗାର୍ଡନରଙ୍କ ମତରେ ତାଙ୍କ ଭଳି ଅନୁସନ୍ଧାନ ଆଗ୍ରହୀ ସଂସାରରେ ଅଦ୍ୱିତୀୟ ଓ ଅବିଦିତ । ତାଙ୍କର ମନ personality ସେ ଅତିମାନବୀୟ ଥିଲେ ତଥା ସେ ନିଜେ mysterious ଓ remote ଥିଲେ[୧] । ମାର୍କୋ ରୋଷୀ ମତରେ ଲିୟନାର୍ଡୋଙ୍କ ବିଷୟରେ ବହୁତ ଜିଜ୍ଞାସା ଥିଲେ ମଧ୍ୟ ସେ ତତ୍ତ୍ୱାନୁମୋଦିତ ଥିଲେ । ତାଙ୍କର ଦୃଷ୍ଟିରେ ସଂସାର ରହସ୍ୟମୟ ନ ହୋଇ ତାତ୍ୱିକ ଥିଲା । ତାଙ୍କର କର୍ମ ପଦ୍ଧତି ସେ ଯୁଗ ନିମନ୍ତେ ଅସାଧାରଣ ଥିଲା[୩]
ଫ୍ଲୋରେନ୍ସ ଇଲାକାର ଭିନ୍ସିଠାରେ ନୋଟାରି କାମ କରୁଥିବା ପିଏରୋ ଡା ଭିନ୍ସି ଓ ଚାଷୀ ପରିବାରର ଲଳନା କାଟେରିନାଙ୍କ ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ । ଫ୍ଲୋରେନ୍ସର ବିଖ୍ୟାତ ଚିତ୍ରକର ଭେରୋଛିଓଙ୍କର ଷ୍ଟୂଡିଓରେ ସେ ଶିକ୍ଷା ଗ୍ରହଣ କରିଥିଲେ । ମିଲାନର ଲୁଡୋଭିକୋ ଇଲ ମୋରୋଙ୍କ ସାଙ୍ଗରେ ତାଙ୍କର ପ୍ରାରମ୍ଭିକ କର୍ମମୟ ଜୀବନ ବିତିଥିଲା । ପରେ ସେ ରୋମ, ବୋଲୋନାଭେନିସରେ କାମ କରିଥିଲେ । ଶେଷ ଜୀବନରେ ସେ ଫ୍ରାନ୍ସରେ ରହିଥିଲେ ।
ଲିଓନାର୍ଡୋ ପ୍ରଥମେ ଚିତ୍ରକର ଭାବରେ ସୁଖ୍ୟାତି ପାଇଥିଲେ ଓ ଏବେ ବି ପାଉଛନ୍ତି । ତାଙ୍କର କୃତି ମଧ୍ୟରେ ‘ମୋନାଲିସା’ ଚିତ୍ର ସବୁଠାରୁ ଅଧିକ ବିଖ୍ୟାତ [୪]। ଧର୍ମ ସମ୍ବନ୍ଧୀୟ ଚିତ୍ର ଦି ଲାଷ୍ଟ ସପର (The Last Supper) ସର୍ବକାଳୀନ ସର୍ବାଧିକ ପୁନରୁତ୍ପନ୍ନ (reproduced) ଚିତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଏଭଳି ପ୍ରସିଦ୍ଧି ପାଖକୁ କେବଳ ମାଇକେଲଆଞ୍ଜେଲୋଙ୍କର ଦି କ୍ରିଏସନ ଅଫ ଆଡାମ ଚିତ୍ର ଆସିଛି[୧] । ତାଙ୍କର ଭିଟୃଭିଆନ ମ୍ୟାନ ଚିତ୍ର ସାଂସ୍କୃତିକ ଆଇକନ ଭାବରେ ପ୍ରସିଦ୍ଧ ।[୫]
ଏହି ଚିତ୍ରକୁ ମୁଦ୍ରା, ପାଠ୍ୟ ପୁସ୍ତକ ଓ ଟି-ସାର୍ଟମାନଙ୍କରେ ଅଙ୍କା ଯାଉଥିଲା । ତାଙ୍କର ଅଙ୍କିତ ମାତ୍ର ପନ୍ଦରଟି ଚିତ୍ର ରହିଛି । ଏତେ ଅଳ୍ପ ସଂଖ୍ୟାର କାରଣ ହେଲା ସେ ସର୍ବଦା ନୂଆ ନୂଆ ପରୀକ୍ଷା ନିରୀକ୍ଷା କରୁଥିଲେ । ତଥାପି ଏହି ସ୍ୱଳ୍ପ ସଂଖ୍ୟକ ଚିତ୍ର ସହ ତାଙ୍କର ଟିପା ଖାତାରେ ଲିଖିତ ଓ ଅଙ୍କିତ ଚିତ୍ର, ବୈଜ୍ଞାନିକ ଚିତ୍ର, ତାଙ୍କର ପେଣ୍ଟିଙ୍ଗ ବିଷୟରେ ଚିନ୍ତାଧାରା ପରବର୍ତ୍ତୀ ପିଢୀକୁ (genetation) ଦାନ କରିଥିଲା ଯାହାକି କେବଳ ମାଇକେଲଆଞ୍ଜେଲୋ ସହ ସମକକ୍ଷ ଥିଲା । ଲିୟନାର୍ଡୋ ତାଙ୍କର ଟେକ୍ନୋଲୋଜିକାଲ ଦକ୍ଷତା ନିମନ୍ତେ ପୂଜ୍ୟ । ସେ ଉଡନ୍ତା ମେସିନ, ଟ୍ୟାଙ୍କ, ସୌର ଶକ୍ତି, ଡବଲ ହଲ (ଜଳ ଯାହାଜର ନିମ୍ନ ଅଂଶ) ଓ ମିଶାଣ ଯନ୍ତ୍ର[୬] ଇତ୍ୟାଦିର ଧାରଣା ଓ ପ୍ଳାନ ପ୍ରସ୍ତୁତ କରିଥିଲେ । ତାଙ୍କର ଜୀବଦ୍ଦଶାରେ ଏ ସମସ୍ତ ଉଦ୍ଭାବନ ପ୍ରାଥମିକ ସ୍ତରରେ ରହିଲା ଓ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ, କିନ୍ତୁ ସିଲେଇ ମେସିନର ବବିନ ଓ ଟେନସାଇଲ ଶକ୍ତି ମାପିବା ଯନ୍ତ୍ର ସେତେବେଳେ କାର୍ଯ୍ୟରେ ଲାଗିଥିଲା । ଶରୀର ଗଠନ, ସିଭିଲ ଇଂଜିନିଯରିଂ, ଅପଟିକ ଓ ହାଇଡ୍ରୋଡାଇନାମିକ୍ସ ବିଷୟମାନଙ୍କରେ ଅନେକ ନୂତନ ତଥ୍ୟ ଆବିଷ୍କାର କରିଥିଲେ, କିନ୍ତୁ ସେ ସମସ୍ତ ଛପେଇ ନ ଥିବାରୁ ପରବର୍ତ୍ତୀ କାଳର ବିଜ୍ଞାନରେ କୌଣସି ପ୍ରଭାବ ଛାଡି ନ ଥିଲା [୭]

ଲିଓନାର୍ଡୋ ଦା ଭିନ୍‌ସି
Francesco Melzi - Portrait of Leonardo - WGA14795.jpg
ମେଲ୍‌ଜି ଅଙ୍କିତ ଲିଓନାର୍ଡଙ୍କ ଛିତ୍ର
ଜନ୍ମ ଓ ଜନ୍ମସ୍ଥାନ
Leonardo di ser Piero da Vinci

ଅପ୍ରେଲ ୧୫, ୧୪୫୨(1452-04-15)
ମୃତ୍ୟୁମଇ ୨, ୧୫୧୯(1519-05-02) (ବୟସ ୬୭)
ପ୍ରସିଦ୍ଧିDiverse fields of the arts and sciences
ଜଣାଶୁଣା କାମ
Mona Lisa
The Last Supper
The Vitruvian Man
Lady with an Ermine
ଶୈଳୀHigh Renaissance
ଦସ୍ତଖତ
Firma de Leonardo Da Vinci.svg

ତାଙ୍କର ଜୀବନସମ୍ପାଦନ କରନ୍ତୁ

 
ଆଞ୍ଚିଆନୋରେ ଥିବା ଲିଓନାର୍ଡୋଙ୍କ ପିଲାଦିନର ଘର
 
ଲିଓନାର୍ଡୋଙ୍କ ଅଙ୍କିତ ପ୍ରାରମ୍ଭିକ ଚିତ୍ର 'ଆର୍ନୋ ଭାଲି (୧୪୭୩)', Uffizi

ପିଲାଦିନ, ୧୪୫୨-୬୬ସମ୍ପାଦନ କରନ୍ତୁ

ଲିଓନାର୍ଡୋ ୧୫ ଏପ୍ରିଲ ୧୪୫୨ ମସିହାରେ ଭିନ୍‌ସି ସ୍ଥାନର ଟୁସ୍କାନ ଟାଉନରେ ରାତିର ତୃତୀୟ ଘଣ୍ଟାରେ ଜନ୍ମଗ୍ରହଣ କରିଥିଲେ (ସେତେବେଳର ଗଣନା ଅନୁସାରେ)[୮]|group="nb"}} in the Tuscan hill town of Vinci, in the lower valley of the Arno River in the territory of the Medici-ruled Republic of Florence.[୯] । ତାଙ୍କର ପିତା ମାତା ବିବାହ କରି ନ ଥିଲେ । ପିତାଙ୍କ ନାମ ମେସର ପିଏରୋ ଫ୍ରୁଓସିନୋ ଦି ଅଣ୍ଟୋନିଓ ଦା ଭିନ୍‌ସି ( Messer Piero Fruosino di Antonio da Vinci) ଥିଲା ଓ ମାତାଙ୍କ ନାମ କାଟେରିନା ଥିଲା[୮][୧୦] । ତାଙ୍କର ନାମ ସହ ସାଙ୍ଗିଆ ନ ଥିଲା । ତାଙ୍କର ଜନ୍ମ ସମୟର ନାମ ଥିଲା ଲିଓନାର୍ଡୋ ଡି ସର ପିଏରୋ ଦା ଭିନସି ଯାହାର ଅର୍ଥ "ଲିଓନାର୍ଡୋ, ଭିନସିର ମେସର ପିଏରୋଙ୍କର ପୁତ୍ର ( "Lionardo di ser Piero da Vinci", meaning "Leonardo, (son) of (Mes)ser Piero from Vinci"), ସର ଶବ୍ଦର ଅର୍ଥ ଭଦ୍ରଲୋକ ।
ତାଙ୍କର ପିଲାଦିନ ବିଷୟରେ ବିଶେଷ ତଥ୍ୟ ନାହିଁ । ଜୀବନର ପ୍ରଥମ ପାଞ୍ଚ ବର୍ଷ ସେ ମାତାଙ୍କ ସହ ହାମଲେଟ ଅଫ ଆଞ୍ଚିଆନା ସ୍ଥାନରେ କଟେଇଥିଲେ । ପରେ ୧୪୫୭ ପରଠାରୁ ସେ ପିତା, ବଡ଼ବାପା ଓ ମାମୁଁଙ୍କ ସହ ରହିଥିଲେ । ପିତା ୧୬ ବର୍ଷିଆ ଝିଅ ଆଲ୍‌ବିଏରାଙ୍କୁ ବିବାହ କରିଥିଲେ ଯିଏ ଲିଓନାର୍ଡୋଙ୍କୁ ଭଲ ପାଉଥିଲେ କିନ୍ତୁ ଆଲ୍‌ବିଏରା ଅକାଳ ମୃତ୍ୟୁ ବରଣ କଲେ [୧୧]। ଲିଓନାର୍ଡୋଙ୍କୁ ୧୬ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କର ପିତା ଫ୍ରାନ୍ସେସ୍କା ନାମ୍ନୀ ଜଣେ କୋଡ଼ିଏ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ପିତା ତୃତୀୟ ଓ ଚତୁର୍ଥ ବିବାହ ବେଳେ ନ୍ୟାୟ ସଙ୍ଗତ ପିଲାଙ୍କ ପିତା ହୋଇଥିଲେ ।
ଲାଟିନ ଓ ଜ୍ୟାମିତିରେ ଲିଓନାର୍ଡୋ ଅଣ ପାରମ୍ପରିକ ଶିକ୍ଷା ଲାଭ କରିଥିଲେ । ପିଲା ଦିନର ଦୁଇଟି ଘଟଣା ସେ ଲିପିବଦ୍ଧ କରିଥିଲେ । ପ୍ରଥମ: ଗୋଟିଏ କଳା କାଇଟ ଚଢେଇ ଆକାଶରୁ ଖସି ତାଙ୍କର cradle ଉପରେ ଉଡି ବୁଲିଲା ଓ ତାର ଲାଞ୍ଜ ତାଙ୍କର ମୁହଁରେ ଘଷି ହୋଇଥିଲା । ଏହାକୁ ଏକ ଖରାପ ପୁର୍ବାଭାସ ଧରାଯାଉଥିଲା । ଦ୍ୱିତୀୟ ଘଟଣା: ଗୋଟିଏ ପାହାଡରେ ସେ ଗୋଟିଏ ଗୁମ୍ଫା ଆବିଷ୍କାର କଲେ ଓ ସେଥିରେ ଦାନବ ଥିବ ଭାବି ଭୀଷଣ ଡରିଯାଇଥିଲେ ।
ପିଲା ଦିନେ ଐତିହାସିକ ଭାବନାରେ ତାଙ୍କର ସମୟ କଟୁଥିଲା[୧୨] । ଷୋଡଶ ଶତାବ୍ଦୀ ଜୀବନୀ ଲେଖକ ବସରି ଲେଖିଛନ୍ତି ଗୋଟିଏ ଚାଷୀ ପିଲା ଗୋଟିଏ ଗୋଲାକାର ଶିଲ୍ଡ କରି ଲିୟନାର୍ଡୋଙ୍କୁ ତା ଉପରେ ଛବି ଆଙ୍କିଦେବାକୁ କହିଲା । ଲିୟନାର୍ଡୋ ତା ଉପରେ ମୁଖରୁ ନିଆଁ ବର୍ଷୁଥିବା ଦାନବ ଚିତ୍ର ଆଙ୍କିଦେଲେ । ଭୟାତୁର ଲିୟନାର୍ଡୋ ତାକୁ ଜଣେ କଳା ବିକ୍ରେତାକୁ ଦେଲେ ଯିଏ ସିଲ୍ଡକୁ ମିଳାନର ଡ୍ୟୁକଙ୍କୁ (Duke of Milan) ବିକ୍ରି କରିଦେଲେ । ଲିୟନାର୍ଡୋ ଅର୍ଥ ଲାଭ କରି ଆଉ ଗୋଟିଏ ଶିଲ୍ଡ ଆଣି ତା ଉପରେ ତୀର ବିଦ୍ଧ ହୃଦୟ ଚିତ୍ର ଆଙ୍କି ସେହି ପିଲାକୁ ଦେଲେ [୧୩]

 
The Baptism of Christ (1472–1475)—Uffizi, by Verrocchio and Leonardo

ଭେର୍ରୋଚିଓ କର୍ମଶାଳା, ୧୪୬୬-୭୬ସମ୍ପାଦନ କରନ୍ତୁ

ଲିଓନାର୍ଡୋ ଚଉଦ ବର୍ଷ ବୟସରେ ଚିତ୍ରକର ଆଣ୍ଡ୍ରିଆ ଦି ସିଓନ୍‌ଙ୍କ ଶିଷ୍ୟତ୍ତ୍ୱ ଗ୍ରହଣ କଲେ ଯିଏ ସେତେବେଳେ ଭେର୍‌ରୋଚିଓ ନାମରେ ଜଣାଶୁଣା ଥିଲେ ଫ୍ଲୋରେନ୍ସରେ ତାଙ୍କର କର୍ମଶାଳା ସବୁଠାରୁ ଭଲ ଥିଲା । ସେହି କର୍ମଶାଳାରେ ଶିକ୍ଷାଲାଭ କରିଥିବା ଅନ୍ୟ ବିଖ୍ୟାତ ବ୍ୟକ୍ତିମାନଙ୍କାର ନାମ ଡୋମେନିକୋ ଘିର୍ଲାଣ୍ଡାଇଓ, ପେରୁଜିନୋ, ବୋଟ୍ଟିସେଲିଲୋରେଞ୍ଜୋ ଡି କ୍ରେଡି । ଲିଓନାର୍ଡୋ ସେଠାରେ ଉଭୟ ଥିଓରି ଓ ଟେକ୍‌ନିକାଲ୍ ଦକ୍ଷତା ଯଥା ଡ୍ରାଫ୍‌ଟିଙ୍ଗ୍, ରସାୟନ ବିଜ୍ଞାନ, ଧାରୁ ବିଜ୍ଞାନ, ପ୍ଲାସ୍ଟର କାସ୍ଟିଙ୍ଗ, ଚମଡ଼ା କାମ, ମେକାନିକ୍ସ୍, କାଠକାମ, ଡ୍ରଇଂ, ପେଣ୍ଟିଙ୍ଗ, ଖୋଦେଇ ଓ ମଡେଲିଙ୍ଗ ଇତ୍ୟାଦି ଶିଖିଥିଲେ[୧୪]
କର୍ମଶାଳାରେ ଅଧିକାଂଶ ପେଣ୍ଟିଙ୍ଗ କର୍ମଚାରୀଙ୍କଦ୍ୱାରା କରାଯାଉଥିଲା । ବାସାରିଙ୍କ କଥାନୁସାରେ ବିଖ୍ୟାତ 'ଦି ବାପ୍‌ଟିଜ୍ମ ଅଫ୍ କ୍ରାଏସ୍ଟ' ଚିତ୍ରରେ ଥିବା ଯୀଶୁଙ୍କ ରୋବ୍ ଧରିଥିବା ପରୀର ରଙ୍ଗ ଦେବାରେ ଭେରରୋଚିଓଙ୍କୁ ଲିଓନାର୍ଡୋ ସାହାଯ୍ୟ କରୁଥିଲେ । ଏହା ଏତେ ଉଚ୍ଚକୋଟୀର ହୋଇଥିଲା ଯେ ଭେର୍‌ରୋଚିଓ ତାଙ୍କର ତୁଳୀ ତଳେ ଥୋଇଦେଲେ ଓ ଜୀବନରେ ଆଉ କେବେ ରଙ୍ଗ କଲେ ନାହିଁ । ଚିତ୍ରାକୁ ସୂକ୍ଷ୍ମ ଭାବରେ ଦେଖିଲେ ଲିୟନାର୍ଡୋ ନୂଆ ତକାନିକ ଦେଖାଯାଏ ।
ମସିହା `୧୭୪୨ରେ ୨୦ ବର୍ଷ ବୟସରେ ସେ ଡାକ୍ତର ଓ କଳାକାରଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ଗିଲ୍ଡ ଅଫ ସେଣ୍ଟ ଲ୍ୟୁକ’ରୁ ମାଷ୍ଟର ସମ୍ମାନ ପାଇଲେ । ତାଙ୍କର ପିତା ତାଙ୍କ ନିମନ୍ତେ କର୍ମଶାଳା ତିଆରି କରିଦେଇଥିଲେ ମଧ୍ୟ ସେ ଭେର୍ରୋଚିଓଙ୍କ ସହ ଏତେ ସୁସମ୍ପର୍କ ରଖିଥିଲେ ଯେ ତାଙ୍କୁ ସେ ସାହାଯ୍ୟ କରିବା ଛାଡି ନ ଥିଲେ । କଲମ କାଳି ସାହାଯ୍ୟରେ ୦୫/୦୮/୧୪୭୩ ମସିହାରେ ଅଙ୍କିତ ଆରନୋ ଭ୍ୟାଲି ତାଙ୍କର ପ୍ରାରମ୍ଭିକ କୃତି ହିସାବରେ ଗଣାଯାଏ ।

ବ୍ୟବସାୟୀକ ଜୀବନସମ୍ପାଦନ କରନ୍ତୁ

ଭେର୍ରୋଚିଓ କର୍ମଶାଳା ଓ ନିଜ ପିତାଙ୍କ ଘର ଲିଓନାର୍ଡୋ ତ୍ୟାଗ କଲେ । ୧୪୭୬ରୁ ୧୪୭୮ ପର୍ଯ୍ୟନ୍ତ ସେ କେଉଁଠାରେ ଥିଲେ ତାହାର ତଥ୍ୟ ମିଳୁନାହିଁ [୧୫]। ଲେଖକ ଆନୋନିମୋ ଗାଡ୍ଡିଆନୋ ଅନୁସାରେ ୧୪୮୦ ମସିହାରେ ଲିଓନାର୍ଡୋ ରହୁଥିଲେ ମେଡିସିଙ୍କ ସାଥିରେ ଓ ଫ୍ଲୋରେନ୍ସର ପ୍ଲାଜ୍ଜା ସାନ୍ ମାର୍କୋରେ କାମ କରୁଥିଲେ । କବି, ଚିତ୍ରକର ଓ ଫିଲୋସୋଫରଙ୍କୁ ନେଇ ଏହି ନିଓପ୍ଲାଟୋନିକ୍ ଏକାଡେମି ମେଡିସିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ୧୪୭୮ ମସିହାରେ ପାଲାଜୋ ଭେସିଓରେ ଥିବା ସେଣ୍ଟ ବର୍ନାର୍ଡ ଚାପେଲରେ ଗୋଟିଏ ଅଲ୍‌ଟାର ପିସ୍ ଓ ୧୪୮୧ ମସିହାରେ ସାଅନ୍ ଡୋନେତୋ ଏ ସ୍କୋପେଟାର ସାଧୁଙ୍କା ନିମନ୍ତେ 'ଆଡୋରେସନ୍ ଅଫ ମାଗି' ଚିତ୍ର ପେଣ୍ଟିଙ୍ଗ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ [୧୬]। ଲିଓନାର୍ଡୋ କିଛି ଦିନ ପରେ ମିଲାନ ଯିବାରୁ ଏହି 'ଆଡୋରେସନ୍ ଅଫ ମାଗି' ଛିତ୍ର ତିଆରି ବାଧା ପ୍ରାପ୍ତ ହୋଇ ସମ୍ପୁର୍ଣ୍ଣ ହୋଇ ନ ଥିଲା ।

 
ଲାୟାର ବାଦ୍ୟଯନ୍ତ୍ରର ଚିତ୍ର

ଭାସାରିଙ୍କ ମତ ଅନୁସାରେ ୧୪୮୨ ମସିହାରେ ଲିଓନାର୍ଡୋ ଶ୍ରେଷ୍ଠ ସଙ୍ଗିତଜ୍ଞ ଥିଲେ [୧୭]। ସେ ରୁପାରେ ତିଆରି ଗୋଟିଏ ଲାୟାର୍ ବାଦ୍ୟଯନ୍ତ୍ର ତିଆରି କରିଥିଲେ ଯାହାର ଆକାର ଗୋଟିଏ ଘୋଟକ ମୁଣ୍ଡ ଆକାର ହୋଇଥିଲା । ଲିଓନାର୍ଡୋଙ୍କୁ ସେହି ଲାୟାରଟି ଗୋଟିଏ ଉପହାର ଆକାରରେ ନେଇ ମିଲାନର ଡ୍ୟୁକଙ୍କ ପାଖକୁ ଲୋରେଞ୍ଜୋ ଡି ମେଡିସି ପଠେଇଲେ [୧୮]। ସେହି ସମୟରେ ସେ ଇଞ୍ଜିନିଅରିଙ୍ଗ ଓ ପେଣ୍ଟିଙ୍ଗ ସହ ଅନେକ ପ୍ରକାର ବିବିଧ କର୍ମ ଜାଣିଛନ୍ତି ବୋଲି ଲୁଡୋଭିକୋଙ୍କୁ ଗୋଟିଏ ଚିଠିରେ ଲିଓନାର୍ଡୋ ଲେଖିଥିଲେ [୧୯]
ମିଲାନରେ ଲିଓନାର୍ଡୋ ୧୪୮୨ରୁ ୧୪୯୯ ମସିହା ପର୍ଯ୍ୟନ୍ତ କାମ କରିଥିଲେ । ଚିତ୍ର ଭିର୍‌ଜିନ୍ ଅଫ୍ ଦି ରକ୍ସ୍ଦି ଲାସ୍ଟ ସପର ତିଆରି କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ [୨୦]। ଲୁଡିଭିକୋଙ୍କ ବଦଳରେ ସେ ହଙ୍ଗେରୀ ଯାତ୍ରା କରି ମାଥିଆସ୍ କର୍ନଭିନସ୍‌ଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କ ପାଇଁ ହୋଲି ଫ୍ୟାମିଲି ଚିତ୍ର ଆଙ୍କିଥିଲେ [୨୧]। ୧୪୯୩ରୁ ୧୪୯୫ ମସିହା ମଧ୍ୟରେ ତାଙ୍କର ଟିକସ ଚିଠାରେ କାଟେରିନା ତାଙ୍କ ଉପରେ ନିର୍ଭରଶୀଳ ବୋଲି ଲେଖିଥିଲେ । କାଟେରିନାଙ୍କ ମୃତ୍ୟୁ ୧୪୯୫ ମସିହାରେ ହେବା ପରେ ତାଙ୍କ ନିମନ୍ତେ ହୋଇଥିବା ଖର୍ଚ୍ଚରୁ ସେ ଲିଓନାର୍ଡୋଙ୍କ ମାତା ବୋଲି ଜଣାପଡ଼ିଲା [୨୨]

ଲୁଡୋଭିକୋଙ୍କ ଅନେକ ପ୍ରକଳ୍ପରେ ସେ ନିଯୁକ୍ତି ପାଇଥିଲେ । ମିଲାନ କାଥେଡ୍ରାଲର ଗମ୍ବୁଜର ଡିଜାଇନ ତିଆରି କରିଥିଲେ । ଫ୍ରାନ୍‌ସେସ୍କୋ ଫୋର୍ଜାଙ୍କ ନିମନ୍ତେ ଘୋଡ଼ାରେ ବସିଥିବା ଏକ ବ୍ରୋଞ୍ଜ ମୂର୍ତ୍ତିର ମଡେଲ ତିଆରି କରିଥିଲେ । ଏଥି ନିମନ୍ତେ ୭୦ ଟନ୍ ବ୍ରୋଞ୍ଜ ଅଣାଯାଇଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ୍ ତାହା ତିଆରି ନ ହୋଇ ରହିଥିଲା ଓ ୧୪୯୨ ମସିହାରେ ତାହାର ମୃଣ୍ମୟ ମୂର୍ତ୍ତି ମଡେଲ ତିଆରି କରିଥିଲେ ଯାହା ତାହା ଠାରୁ କେବଳ ଦୁଇଟି ମୂର୍ତ୍ତି ବିରାଟ ଥିଲା । ଲିଓନାର୍ଡୋ ଏହାର କାସ୍ଟିଙ୍ଗ ନିମନ୍ତେ ପୁଙ୍ଖାନୁପୁଙ୍ଖ ପ୍ଲାନ ତିଆରି କରିଥିଲେ କିନ୍ତୁ ମାଇକେଲ୍ ଆଞ୍ଜେଲୋ ତାଙ୍କୁ ସମାଲୋଚନା କରି ଅପମାନିତ କରିଥିଲେ । ୧୪୯୪ ମସିହାରେ ଲୁଡୋଭିକୋ ସେହି ବ୍ରୋଞ୍ଜକୁ ନେଇ ଗୋଟିଏ ତୋପ ତିଆରି କରିବାକୁ ଯାହା ସହରକୁ ଚାର୍ଲ୍ସ VIIIଙ୍କ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ବ୍ୟବହାର କରିବାକୁ ଉଦ୍ଦିଷ୍ଟ ହୋଇଥିଲା ।
୧୪୯୯ ମସିହାରେ ଦ୍ୱିତୀୟ ଇଟାଲିୟ ଯୁଦ୍ଧ ସମୟରେ ସହାୟକ ସଲାଇ ଓ ସାଥୀ ତଥା ଗଣିତଜ୍ଞ ଲୁକାପାସିଓଲିଙ୍କ ସହ ଲିଓନାର୍ଡୋ ମିଲାନ ପରିତ୍ୟାଗ କରି ଭେନିସକୁ ପଳାୟନ କଲେ । ସେଠାରେ ସେ ମିଲିଟାରି ସ୍ଥପତି ଓ ଇଞ୍ଜିନିଅର ଭାବରେ ନିଯୁକ୍ତ ହୋଇ ସାମୁଦ୍ରିକ ଆକ୍ରମଣରୁ ସହରକୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଉପାୟ ବାହାର କରିବାକୁ ଲାଗିଲେ । ଲିଓନାର୍ଡୋ ୧୫୦୦ ମସିହାରେ ଫ୍ଲୋରେନ୍ସକୁ ଫେରି ଗୋଟିଏ ମୋନାସ୍ଟେରିରେ ଅତିଥି ହୋଇ ରହିଲେ ଓ ତାଙ୍କୁ ଗୋଟିଏ କର୍ମଶାଳା ଦିଆଗଲା । ଭାସାରିଙ୍କ କଥା ଅନୁସାରେ ସେ 'ଦି ଭିର୍‌ଜିନ୍ ଆଣ୍ଡ ଚାଇଲ୍ଡ ଉଇଥ୍ ସେଣ୍ଟ୍ ଆନ୍ ଓ ସେଣ୍ଟ ଜନ୍ ଦି ବାପଟିସ୍ଟ କାର୍ଟୁନ ସୃଷ୍ଟି କରିଥିଲେ ଯାହା ଏତେ ପ୍ରଶଂସିତ ହୋଇଥିଲା ଯେ ପୁରୁଷ, ସ୍ତ୍ରୀ, ପିଲା ଓ ବୁଢ଼ା ଇତ୍ୟାଦି ସମସ୍ତେ ଏକ ଉତ୍ସବ ଭଳି ଦର୍ଶନ କଲେ [୨୩]

 
Leonardo da Vinci's very accurate map of Imola, created for Cesare Borgia

ପୋପ ଆଲେକ୍‌ଜାଣ୍ଡର ୬ଙ୍କ ପୁତ୍ର ସେସାରେ ବର୍ଗିଆଙ୍କ (Cesare Borgia)ସେବାରେ ସେସେନାଠାରେ ୧୫୦୨ ମସିହାରେ ଯୋଗ ଦେଲେ ଓ ମିଲିଟାରୀ ଆର୍କିଟେକ୍ଟ ତଥା ଇଞ୍ଜିନିୟର ଭାବେ କାମ କଲେ । ସେସାରେ ବର୍ଗିଆଙ୍କ ଦଖଲରେ ଥିବା ଇମୋଲା ଟାଉନର ମ୍ୟାପ ତିଆରି କରିଥିଲା । ସେତେବେଳେ ପ୍ଲାନ ତିଆରି କରିବା ପ୍ରଥା ନ ଥିଲା ଓ ଏହା ସମ୍ପୁର୍ଣ୍ଣ ନୂତନ ଚିନ୍ତାଧାରା ଥିଲା । ଏହି ମ୍ୟାପ ଦେଖିବା ପରେ ସେସାରେ ତାଙ୍କୁ ମୂଖ୍ୟ ମିଲିଟାରି ଆର୍କିଟେକ୍ଟ ଓ ଇଞ୍ଜିନିୟର ପଦବୀରେ ନିଯୁକ୍ତ କଲେ । ସେ ଚିଆନା (Chiana Valley) ଭ୍ୟାଲିର ମ୍ୟାପ ମଧ୍ୟ କରିଥିଲେ ।
ଲିଓନାର୍ଡୋ ଅକ୍ଟୋବର ୧୮, ୧୫୦୩ ମସିହାରେ ଫ୍ଲୋରେନ୍ସକୁ ଫେରିଲେ । ସେଠାରେ ଦୁଇ ବର୍ଷ ଧରି ସେ ବେଟ୍ଲ ଅଫ ଆଙ୍ଘିଆରି (The Battle of Anghiari)ପେଣ୍ଟ କରିଥିଲେ ଓ ମାଇକେଲ ଆଞ୍ଜେଲୋଙ୍କ ସହ ବେଟ୍ଲ ଅଫ କେସିନାର (The Battle of Cascina) ଡିଜାଇନ କରିଥିଲେ । ମାଇକେଲ ଆଞ୍ଜେଲୋଙ୍କ ତିଆରି ଡେଭିଡ ମୂର୍ତ୍ତିକୁ ସ୍ଥାନାନ୍ତର କରିବା କମିଟିର ସେ ନିଜ ଇଚ୍ଛା ବିରୁଦ୍ଧରେ ସଭ୍ୟ ହୋଇଥିଲେ [୨୪]
ଲିଓନାର୍ଡୋ ୧୫୦୬ ମସିହାରେ ମିଲାନକୁ ଫେରିଗଲେ । ତାଙ୍କର ଅନେକ ଭଲ ଶିଷ୍ୟ ଓ ସହକର୍ମୀମାନେ ତାଙ୍କ ସହ କାମରେ ଯୋଗଦେଲେ । ପିତାଙ୍କର ୧୫୦୪ ମସିହାରେ ଦେହାନ୍ତ ହୋଇଥିବା ଯୋଗୁ ସେ ମିଲାନରେ ଅଧିକ ଦିନ ନ ରହି ଫ୍ଲୋରେନ୍ସକୁ ୧୫୦୭ ମସିହାରେ ଫେରିଆସିଲେ ଓ ପିତାଙ୍କ ସମ୍ପତ୍ତି ସଂକ୍ରାନ୍ତିୟ ଗୋଳମାଳ ଭାଇମାନଙ୍କ ସହ ତୁଟେଇ ଦେଲେ । ଏହା ପରେ ସେ ୧୫୦୮ ମସିହାରେ ମିଲାନ ଫେରିଆସିଲେ ଓ ନିଜ ଘରେ ରହିଲେ ।

ବୃଦ୍ଧାବସ୍ଥା, ୧୫୦୧୩-୧୯ସମ୍ପାଦନ କରନ୍ତୁ

ଭାଟିକାନ ସହରର ବେଲ୍‌ଭେଡରରେ ୧୫୧୩ରୁ ୧୫୧୬ ମଧ୍ୟରେ ପୋପ୍ ଲିଓ Xଙ୍କ ଅଧିନରେ ଲିଓନାର୍ଡୋ ଅଧିକାଂଶ ସମୟ ଅତିବାହିତ କରିଥିଲେ ଯେଉଁଠାରେ ରାଫେଲ ଓ ମାଇକେଲ୍ ଆଞ୍ଜେଲୋ ଉଭୟ ସେଠାରେ ଥିଲେ । ଅକ୍ଟୋବର ୧୫୧୫ ମସିହାରେ ଫ୍ରାନ୍ସର ଫ୍ରାନ୍ସିସ I ମିଲାନ ପୁନଃ ଅଧିକାର କରିଥିଲେ । ଡିସେମ୍ବର ୧୯ ତାରିଖ ଦିନ ବୋଲୋନାରେ ପୋପ୍ ଲିଓ Xଫ୍ରାନ୍ସିସ ଏକ ଦ୍ୱୟଙ୍କ ଭେଟ ବେଳେ ଲିଓନାର୍ଡୋ ଉପସ୍ଥିତ ଥିଲେ [୧୧][୨୫][୨୬]। ଗୋଟିଏ ମେକାନିକାଲ ସିଂହ ତିଆରି କରିବାକୁ ଲିଓନାର୍ଡୋଙ୍କୁ ଫ୍ରାନ୍ସିସ ଏକ ନିଯୁକ୍ତ କଲେ ଯେପରି ସିଂହ ଆଗକୁ ଯିବ ଓ ଛାତି ଖୋଲି ଭିତରେ ଥିବା ଲିଲି ପୁଷ୍ପ ଗୁଚ୍ଛ ଦେଖେଇବ [୨୭]। ସେ ୧୫୧୬ ମସିହାରେ ଫ୍ରାଙ୍କଏସଙ୍କ କାମ କଲେ । ସେହି ସ୍ଥାନରେ ଜୀବନର ଶେଷ ୩ ବର୍ଷ ନିଜ ସାଙ୍ଗ ଓ ଶିଷ୍ୟମାନଙ୍କ ସହ ବିତେଇଥିଲେ ଓ ସେତେବେଳେ ପେନସନ ଆକାରରେ ୧୦,୦୦୦ ସ୍କୁଦି (ଇତାଲିୟ ମୁଦ୍ରାର ବହୁବଚନ) ପାଉଥିଲେ ।

 
Clos Lucé in France, where Leonardo died in 1519

ଲିଓନାର୍ଡୋ କ୍ଲୋସ୍ ଲ୍ୟୁସ୍ ନାମକ ସ୍ଥାନରେ ୨ ମଇ ୧୫୧୯ ମସିହାରେ ମୃତ୍ୟୁ ବରଣ କରିଥିଲେ । ଫ୍ରାନ୍ସିସ ୧ ତାଙ୍କର ଘନିଷ୍ଠ ସାଙ୍ଗ ଥିଲେ । ଭାସାରି ଲେଖିଛନ୍ତି, ଲିଓନାର୍ଡୋଙ୍କ ମୃତ୍ୟୁ ସମୟରେ ରାଜା ତାଙ୍କ ବାହୁରେ ଲିଓନାର୍ଡୋଙ୍କୁ ଧରିଥିଲେ । ଏହି କାହାଣୀ ଫ୍ରାନ୍ସରେ ବହୁତ ଲୋକପ୍ରିୟ ଅଛି ଓ ଅନେକ ରୋମାଣ୍ଟିକ ପେଣ୍ଟିଙ୍ଗରେ ସ୍ଥାନ ପାଇଛି । ଭାସାରିଙ୍କ ଅନୁସାରେ ଜୀବନର ଶେଷ ଦିନମାନଙ୍କରେ ପାଦ୍ରୀଙ୍କୁ ଡକେଇ କନଫେସନ କରି ଲିଓନାର୍ଡୋ ପବିତ୍ର ମୁକ୍ତି ଲାଭ ଇଚ୍ଛା କରିଥିଲେ । ତାଙ୍କର ଉଇଲ ଅନୁସାରେ ୬୦ ଜଣ ଭିକାରୀ ତାଙ୍କର କାସ୍କେଟ ସାଥୀରେ ଯାତ୍ରା କରିଥିଲେ । ତାଙ୍କର ସମ୍ପତ୍ତି, ପେଣ୍ଟିଙ୍ଗ, ଜିନିଷପତ୍ର ଇତ୍ୟାଦି ମେଲ୍‌ଜି ଉତ୍ତରାଧିକାର ସୂତ୍ରରେ ପାଇଥିଲେ । ସେ ତାଙ୍କର ଦୀର୍ଘକାଳୀନ ଶିଷ୍ୟ ସାଲାଇ ଓ ଚାକର ବାଟିସ୍ଟାଙ୍କୁ ତାଙ୍କ ଅଙ୍ଗୁର ବଗିଚାର ଅଧା ଦାନ କରିଥିଲେ । ତାଙ୍କର ଭାଇମାନେ ଜମି, ସେବାକାରିଣୀମାନେ ଭଲ ପୋଷାକ ପାଇଥିଲେ ଯାହା ପିନ୍ଧି ସେମାନେ ସମ୍ମାନ ସହ ତାଙ୍କ ଶେଷ ଯାତ୍ରା ସାଥୀରେ ଯାଇପାରିବେ । ଫ୍ରାନ୍ସର ସେଣ୍ଟ୍-ହୁବର୍ଟ ଚାପେଲରେ ତାଙ୍କୁ ସମାଧି ଦିଆଯାଇଥିଲା ।
ଲିଓନାର୍ଡୋଙ୍କ ମୃତ୍ୟୁର ୨୦ ବର୍ଷ ପରେ ବେନେଭେନୁଟୋ ସେଲିନିଙ୍କ(ବଣିଆ ଓ ସ୍ଥପତି) ଅନୁସାରେ ଫ୍ରାନସିସ୍ କହିଥିଲେ, "ପୃଥିବୀରେ ଲିଓନାର୍ଡୋଙ୍କ ଭଳି ପେଣ୍ଟିଙ୍ଗ, ସ୍ଥପତି ବିଦ୍ୟା, ମୂର୍ତ୍ତି ନିର୍ମାଣ ବିଷୟରେ ଏତେ ଅଧିକ ଜ୍ଞାନ ସହ ବିରାଟ ଦାର୍ଶନିକ ଅନ୍ୟ କୌଣସି ଲୋକ ନ ଥିଲେ ।[୨୮]

ଚିତ୍ରାଙ୍କନସମ୍ପାଦନ କରନ୍ତୁ

 
Annunciation (1475–1480)—Uffizi, is thought to be Leonardo's earliest complete work

ଅଧୁନା ଲିଓନାର୍ଡୋଙ୍କୁ ବୈଜ୍ଞାନିକ ଓ ସ୍ରଷ୍ଟା ହିସାବରେ ପ୍ରଶଂସା ମିଳିଥିଲେ ମଧ୍ୟ ବିଗତ ଚାରି ଶହ ବର୍ଷ ଧରି ତାଙ୍କର ଖ୍ୟାତି ଚିତ୍ରକର ଭାବେ ପର୍ଯ୍ୟବେଶିତ ଥିଲା ଓ ତାଙ୍କର କୃତିସମୁହକୁ ଉଚ୍ଚକୋଟୀର (Masterpiece) ବୋଲି ବିବେଚନା କରାଯାଉଥିଲା ।[୨୯]
ତାଙ୍କର ଉଚ୍ଚକୋଟୀର ବିବିଧ ଚିତ୍ର ଓ ପେଣ୍ଟିଙ୍ଗମାନଙ୍କୁ ତାଙ୍କର ଛାତ୍ରମାନେ ଅନୁକରଣ କରିଥିଲେ ଓ, ଅନ୍ୟ ବିଖ୍ୟାତ ଚିତ୍ରକରସମାଲୋଚକମାନେ ବିଶଦ ଭାବେ ଚର୍ଚ୍ଚା କରିଥିଲେ । ତାଙ୍କର କାମ ଅନୁପମ ହେବାର କାରଣ ଥିଲା ସେ ଶରୀର ବିଜ୍ଞାନରେ ମାଷ୍ଟର ଥିଲେ, ରଙ୍ଗ କରିବାର ଟେକ୍‌ନିକ୍ ନିତ୍ୟନୂତନ ଥିଲା, ଆଲୋକ, ଉଦ୍ଭିଦ ବିଜ୍ଞାନ ଓ ଭୁବିଜ୍ଞାନ ବିଷୟମାନଙ୍କରେ ଅଗାଧ ଜ୍ଞାନ ଥିଲା । ଶରୀରରେ ଓ ମୂଖ ମଣ୍ଡଳରେ କେଉଁଭଳି ଭାବେ ବିଭିନ୍ନ ମୁଦ୍ରା ପ୍ରତିଭାତ ହେଉଛି, ସେ ବିଷୟରେ ଗଭୀର ଜ୍ଞାନ ଥିଲା । ତାଙ୍କର ଚିତ୍ର 'ମୋନାଲିସା', 'ଦି ଲାସ୍ଟ ସପର' ଓ 'ଦି ଭିର୍ଜିନ୍ ଅଫ୍ ଦି ରକ୍ସ'ରେ ଏହି ସମସ୍ତ ଗୁଣଗାରିମା ଅନ୍ତର୍ନିହିତ ଥିଲା ।[୩୦]

ପ୍ରାରମ୍ଭିକ କାମସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ Gardner, Helen (1970). Art through the Ages. pp. 450–456.
  2. See the quotations from the following authors, in section Fame and reputation: Vasari, Boltraffio, Castiglione, "Anonimo" Gaddiano, Berensen, Taine, Fuseli, Rio, Bortolon.
  3. Rosci, Marco (1977). Leonardo. p. 8.
  4. John Lichfield, The Moving of the Mona Lisa, The Independent, 2005-04-02 (accessed 2012-03-09)
  5. Vitruvian Man is referred to as "iconic" at the following websites and many others:Vitruvian Man, Fine Art Classics, Key Images in the History of Science; Curiosity and difference; The Guardian: The Real da Vinci Code
  6. Kaplan, Erez (1996). "Roberto Guatelli's Controversial Replica of Leonardo da Vinci's Adding Machine". Archived from the original on May 29, 2011. Retrieved 19 August 2013.
  7. Capra, pp.5–6
  8. ୮.୦ ୮.୧ Vezzosi, Alessandro (1997). Leonardo da Vinci: Renaissance Man.
  9. His birth is recorded in the diary of his paternal grandfather Ser Antonio, as cited by Angela Ottino della Chiesa in Leonardo da Vinci, p. 83
  10. della Chiesa, Angela Ottino (1967). The Complete Paintings of Leonardo da Vinci. p. 83.
  11. ୧୧.୦ ୧୧.୧ Bortolon, Liana (1967). The Life and Times of Leonardo. London: Paul Hamlyn.
  12. Brigstoke, Hugh (2001). The Oxford Companion the Western Art. Oxford, ENG, UK.
  13. Vasari, Giorgio (1568). Lives of the Artists. Penguin Classics. pp. 258–9.
  14. Martindale, Andrew (1972). The Rise of the Artist.
  15. Priwer, Shana; Phillips, Cynthia (2006). The Everything Da Vinci Book. p. 245.
  16. Wasserman, Jack (1975). Leonardo da Vinci. pp. 77–78.
  17. Winternitz, Emanuel (1982). Leonardo Da Vinci As a Musician.
  18. Rossi, Paolo (2001). The Birth of Modern Science. p. 33.
  19. "Leonardo's Letter to Ludovico Sforza". Leonardo-History. Retrieved January 5, 2010.
  20. Kemp, Martin (2004). Leonardo.
  21. Franz-Joachim Verspohl, Michelangelo Buonarroti und Leonardo Da Vinci: Republikanischer Alltag und Künstlerkonkurrenz in Florenz zwischen 1501 und 1505 (Wallstein Verlag, 2007), p. 151.
  22. Codex II, 95 r, Victoria and Albert Museum, as cited by della Chiesa p. 85
  23. Owen, Richard (January 12, 2005). "Found: the studio where Leonardo met Mona Lisa". London: The Times. Retrieved January 5, 2010.
  24. Gaetano Milanesi, Epistolario Buonarroti, Florence (1875), as cited by della Chiesa.
  25. Georges Goyau, François I, Transcribed by Gerald Rossi. The Catholic Encyclopedia, Volume VI. Published 1909. New York: Robert Appleton Company. Retrieved on 2007-10-04
  26. Miranda, Salvador (1998–2007). "The Cardinals of the Holy Roman Church: Antoine du Prat". Retrieved October 4, 2007.
  27. Vasari, p.265
  28. Mario Lucertini, Ana Millan Gasca, Fernando Nicolo (2004). Technological Concepts and Mathematical Models in the Evolution of Modern Engineering Systems. Birkhäuser. ISBN 978-3-7643-6940-8. Retrieved 2007-10-03.CS1 maint: multiple names: authors list (link)
  29. By the 1490s Leonardo had already been described as a "Divine" painter. His fame is discussed by Daniel Arasse in Leonardo da Vinci, pp.11–15
  30. These qualities of Leonardo's works are discussed by Frederick Hartt in A History of Italian Renaissance Art, pp.387–411.

ବାହାର ଲିଙ୍କସମ୍ପାଦନ କରନ୍ତୁ