Red panda
A red panda standing on the ground.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Carnivora
କୁଳ: Ailuridae
ପ୍ରଜାତି: Ailurus
F. Cuvier, 1825
ଜାତି: A. fulgens
F. Cuvier, 1825
ବାଇନୋମିଆଲ ନାମ
Ailurus fulgens
F. Cuvier, 1825
Subspecies

A. f. fulgens F. Cuvier, 1825
A. f. styani Thomas, 1902[୨][୩]

Map showing the range of the red pandas
Range of the red panda

AILURUS FULGENS ସମ୍ପାଦନା

ଲାଲ ପାଣ୍ଡା ଆଲିଉରୁସ ପ୍ରଜାତିର ଏକ ମାତ୍ର ଛୋଟ ସ୍ତନ୍ୟଧାରି ଜୀବିତ ପ୍ରାଣୀ ଯାହା କି ଆଇଲୁରିଡାଇ ପରିବାରର ଅନ୍ତର୍ଭୁକ୍ତ ଯେଉଥିରେ ରକୁନ ଆଉ ଭାଲୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ତାଙ୍କର ବର୍ଗୀକରଣ ହେତୁ ଅଲଗା କରିଦିଆ ଯାଇଛି । ଲାଲ ପାଣ୍ଡାକୁ IUCNଦ୍ୱାରା ଅସୁରକ୍ଷିତ ବୋଲି ଘୋଷଣା କରାଯାଇଛି । ୧୦ ହଜାରରୁ କମ ସଂଖ୍ୟକ ଲାଲ ପାଣ୍ଡା ଜୀବିତ ଅଛନ୍ତି ଯାହା କି ଅବସ୍ଥାନ କରୁଥିବା ଦେଶମାନଙ୍କର ନିୟମଦ୍ୱାରା ସୁରକ୍ଷିତ ରକ୍ଷା ଯାଇଅଛି । ଜଙ୍ଗଲ କ୍ଷୟ ,ବିଭାଜିକରଣ,ଅନ୍ତ ପ୍ରଜନନ ହ୍ରାସ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଲାଲ ପାଣ୍ଡା ବିଲେଇଠାରୁ ସାମାନ୍ୟ ବଡ଼ ଓ ଛୋଟ ଛୋଟ ଗୋଡ଼ ପାଇଁ ବତକ ପରି ଧିମା ଧିମା ଚାଲି । ବାଉଁଶ ଏହାର ପ୍ରଧାନ ଖାଦ୍ୟ ତା’ଛଡା ପକ୍ଷୀ ଅଣ୍ଡା ,ପୋକ ଓ ଛୋଟ ସ୍ତନ୍ୟପାଇମାନଙ୍କୁ ଗ୍ରହଣ କରେ କହିବାକୁ ଗଲେ ଏହା ଏକ ସର୍ବଭୋଜି ପ୍ରାଣୀ ।

ଗଠନ ସମ୍ପାଦନା

ମୁଣ୍ଡରୁ ଦେହର ଲମ୍ବ ୨୦-୨୫ ଇଞ୍ଚ ଓ ଲାଞ୍ଜ ୧୧-୨୩ ଇଞ୍ଚ । ପୁରୁଷର ଓଜନ ୩.୭-୬.୨ କିଗ୍ରା ଓ ସ୍ତ୍ରୀର ଓଜନ ୩-୬ କିଗ୍ରା । ଦେହର ଉପରିଭାଗ ଲୋହିତ ରଙ୍ଗର ପଶମଦ୍ୱାରା ଆବୃତ ଥିବାବେଳେ ତଳଭାଗ କଳାରଙ୍ଗରେ ଆବୃତ ଥାଏ । ମୁହଁର କିଛି ଅଂଶ ହଲ୍କା ଧଳା ରଙ୍ଗ ହୋଇଥାଏ ଆଖିରୁ ମୁହଁ ପର୍ଯ୍ୟନ୍ତ ଲୁହଗଡିବା ପରି ଚିହ୍ନ ଥାଏ । ଛୋଟ ଗୋଲ ମୁଣ୍ଡ ଛୋଟ ଛୋଟ ଠିଆ ହୋଇ ରହିଥିବା ଦୁଇ କାନ,କଳା ନାକ ଓ ଗାଢ କଳା ଆଖି । ଲମ୍ବା ଲୋମଶ ଲାଞ୍ଜ ଯାହାର ୬ଟି ଈଷତ ହଳଦୀ ରଙ୍ଗର ଗୋଲ ଗୋଲ ବନ୍ଧନୀର ସମାହାର ଥାଏ । ମଜବୁତ,ତୀକ୍ଷଣ,ଆଙ୍କୁଚନଶିଳ ପଞ୍ଝା ଯାହାକି ପତଳା ଡାଳମାନଙ୍କରେ ଚଢିବାରେ ସାହାଯ୍ୟ କରେ । କଚଟିରୁ ବାହାରିଥିବା ଏକ ଲମ୍ବା ହାଡ ଯାହା ବୃଦ୍ଧ ଅଙ୍ଗୁଳି ପରି ଲାଗେ ତାହା ଡାଳଗୁଡିକୁ ଧରି ରଖିବାରେ ସହାୟକ ହୁଏ ।


ବାସସ୍ଥଳ ସମ୍ପାଦନା

ଲାଲ ପାଣ୍ଡା ଥଣ୍ଡା ଅଞ୍ଚଳ ଯେପରି ଭାରତରେ ଆସାମ,ସିକ୍କିମ,ଦକ୍ଷିଣ ତିବ୍ୱତ,ଭୁଟାନ,ଉତ୍ତର ବର୍ମା ଓ ଦକ୍ଷିଣ-ପଶ୍ଚିମ ଚୀନ ,ଗୋଂସନ ପର୍ବତ ୟୂନାନ ଅଞ୍ଚଳରେ ଦେଖା ଯା’ନ୍ତି । ଅରୁଣାଚଳ ପ୍ରଦେଶରେ କିଛି ଦେଖା ଯା’ନ୍ତି କିନ୍ତୁ ଏହାକୁ ପକ୍ଷଭୂତ କରାଯାଇନାହିଁ । ହିମାଳୟ ପର୍ବତମାଳାରେ ଏମାନଙ୍କର ଯଥେଷ୍ଟ ସଂଖ୍ୟା ରହିଛି ।

ବ୍ୟବହାର ଓ ଜୀବନ ସମ୍ପାଦନା

ଲାଲ ପାଣ୍ଡା ହୁଇଶୀଲ ପରି ଶବ୍ଦ କରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ପାଇଁ । ଗଛ ଡାଳ ବା ଗଛ କୋରଡ ଭିତରେ ଶୋଇ ରହିଥାଏ ଦିନ ସମୟରେ ଅପରାହ୍ନ ବା ସନ୍ଧ୍ୟାବେଳେ କାର୍ଯ୍ୟକ୍ଷମ ହୁଏ । ଗଛ ଡ଼ାଳରେ ଗୋଡ଼ ଲମ୍ବାକରି ଶୋଇ ରହିଥିବା ଦେଖିବାକୁ ମିଳେ । ଏମାନେ ଅତ୍ୟଧିକ ତାପମାତ୍ରା ସହ୍ୟ କରିପାରନ୍ତି ନାହିଁ ,୧୭-୨୫o C ଏକ ଉତ୍ତମ ବାତାବରଣ ପ୍ରସ୍ତୁତ କରେ ଏମାନଙ୍କ ପାଇଁ । କିଛି ସମୟ ବୁଲା ବୁଲି ପରେ ବିଲେଇ ପରି ନିଜଦେହକୁ ଚାଟି ଚାଟି ସଫା କରନ୍ତି,ଗଛ,ପଥର ଦେହରେ ନିଜକୁ ଘସିନିଅନ୍ତି । ନିଜ ଇଲାକାରେ ବିଚରଣ କରନ୍ତି ମୂତ୍ରଦ୍ୱାରା ଚିହ୍ନଟ କରନ୍ତି । ଗଛରୁ ଗଛ ଖାଦ୍ୟ ଅନ୍ୱେଷଣ କରନ୍ତି । ନିଜ ଆଗ ପଞ୍ଝାଦ୍ୱାରା ଖାଦ୍ୟ ମୁହଁରେ ଭରିବା ବି ପରିଲକ୍ଷିତ ହୋଇଛି । ବରଫରେ ରହୁଥିବା କଲରାପତ୍ରିଆ ବାଘ,ମନୁଷ୍ୟ,ମାର୍ଟେନ ଏମାନଙ୍କ ମୁଖ୍ୟ ଶତ୍ରୁ ଅଟନ୍ତି । କୌଣସି ପ୍ରକାର ବିପଦର ଆଭାଷ ହେଲେ ଏମାନେ ନିଜ ଦୁଇଗୋଡରେ ଛିଡା ହୋଇ ଡରେଇବାକୁ ଚେଷ୍ଟା କରନ୍ତି । ବାଉଁଶ ପତ୍ର ମୁଖ୍ୟ ଖାଦ୍ୟ ଏମାନଙ୍କର,ପାଖାପାଖି ୧.୫ କିଗ୍ରା ପତ୍ର ଖାଇଥା’ନ୍ତି ଏମାନେ । ଏମାନଙ୍କ ପାଚନ ଶକ୍ତି ବହୁତ ତୀବ୍ର ୨-୪ଘଣ୍ଟା ମଧ୍ୟରେ ଏମାନେ ଖାଦ୍ୟ ହଜମ କରିନିଅନ୍ତି ।

ପ୍ରଜନନ ସମ୍ପାଦନା

ଲାଲ ପାଣ୍ଡା ୧୮ ମାସରେ ପରିପକ୍ୱତା ଲାଭ କରି ନିଅନ୍ତି କିନ୍ତୁ ସମ୍ପୂର୍ଣ୍ଣ ଭାବେ ୨-୩ ବର୍ଷ ଲାଗେ ପୂର୍ଣ ପରିପକ୍ୱତା ପାଇଁ । ମିଳନ ବ୍ୟତୀତ ବହୁତ କମ ପରିମାଣରେ ନିଜ ନିଜ ମଧ୍ୟରେ ସମ୍ପର୍କ ରଖନ୍ତି । ଉଭୟ ପୁରୁଷ ବା ସ୍ତ୍ରୀ ଲାଲ ପାଣ୍ଡା ସମ୍ଭବତଃ ଏକାଧିକ ସାଥି ସହ ମିଳନ କରନ୍ତି । ମଧ୍ୟ ଜାନୁୟାରୀରୁ ମାର୍ଚ ପର୍ଯ୍ୟନ୍ତ ଏମାନଙ୍କ ମିଳନର ସମୟ । ଶାବକ ଜନ୍ମ ପୂର୍ବରୁ ମାଁ ପାଣ୍ଡା ପିଲାଙ୍କ ପାଇଁ ପତ୍ର,ଘାସ ଆଦି ବସ୍ତୁରେ ଗଛ କୋରଡ ବା ପଥର ସନ୍ଧିରେ ଏକ ବସା ବଣାଇ ଥାଏ । ଗର୍ଭଧରଣ ସମୟ ୧୧୨-୧୫୮ ଦିନ ହୋଇଥାଏ,ମଧ୍ୟ ଜୁନରୁ ଜୁଲାଇ ମଧ୍ୟରେ ସ୍ତ୍ରୀ ପାଣ୍ଡା ୧-୪ଟି ଶାବକ ଜନ୍ମଦିଏ । ଶାବକ ୧୧୦ ଗ୍ରାମରୁ ୧୩୦ ଗ୍ରାମ ମଧ୍ୟରେ ହୋଇଥାନ୍ତି ଓ ଜନ୍ମବେଳେ ଅନ୍ଧ,ବଧିର ହୋଇ ଜନ୍ମ ନିଅନ୍ତି । ମାଁ ତାହାର ଅଧିକାଂଶ ସମୟ ପିଲାକୁ ଜଗିବା,ବସାକୁ ସଫା ରଖିବାରେ ଅତିବାହିତ କରେ । ୧୮ ଦିନ ପରେ ଶାବକ ଆଖି ଖୋଲେ ଓ ୯୦ ଦିନ ପରେ ସେମାନେ ନିଜର ଅସ୍ତିତ୍ୱକୁ ଆସି ଯାନ୍ତି ଏବଂ ଖାଦ୍ୟ ମଧ୍ୟ ଖାଇବାରେ ଲାଗନ୍ତି । ୬-୮ ମାସ ହେଲେ ସେମାନେ ମାଁଠାରୁ କ୍ଷୀର ଖାଇବା ବନ୍ଦ କରିଦିଅନ୍ତି । ପରବର୍ତ୍ତୀ ଶାବକ ଜନ୍ମ ହେବ ପର୍ଯ୍ୟନ୍ତ ପିଲାମାନେ ମାଁ ପାଖରେ ରହନ୍ତି । ପୁରୁଷ ସମ୍ଭବତଃ ସାହାଯ୍ୟ କରନ୍ତି ପିଲାମାନେ ବଡ଼ ହେବାରେ ଯଦି ସେମାନେ ଗୋଟିଏ ଛୋଟ ଗୋଷ୍ଟିକରିଥା’ନ୍ତି ତ ତେବେ ।

ସଂସ୍କୃତିକ ବିଚିତ୍ରତା ସମ୍ପାଦନା

ଲାଲ ପାଣ୍ଡା ସିକ୍କିମର ପ୍ରାଦେଶିକ ପଶୁ ବୋଲି ୧୯୯୦ ମସିହାରେ ମାନ୍ୟତା ପାଇଅଛି । ଦାର୍ଜିଲିଂର ଚା’ଉତ୍ସବ ନାମକ ଉତ୍ସବରେ ଏହାକୁ ପ୍ରତୀକ ରୂପେ ଉପସ୍ଥାପନା କରାଯାଏ । ୨୦୦୫ ମସିହାରେ ବାବୁ ନାମକ ଏକ ଲାଲ ପାଣ୍ଡା ବିରମିଙଘମ ଜାତୀୟ ଉଦ୍ୟାନ,ଇଂଲଣ୍ଡରୁ ପଳାୟନରେ ସଫଳ ହୋଇଥିଲା ଆଉଥରେ ଧରାଯିବା ପୂର୍ବରୁ ଏହା ଏକ ଚର୍ଚ୍ଚିତ ପଶୁ ବନିଯାଇଥିଲା । ବାବୁ ପ୍ରଥମ ପଶୁ ଯିଏ କି “Brummie of the Year”ମାନ୍ୟତା ପାଇଥିଲା । Fire Fox Web Browser ଲାଲ ପାଣ୍ଡାର ନାମରେ ନାମିତ । “Master Shifu’’, Kung Fu Pandaର ଗୁରୁ ମଧ୍ୟ ଏକ ଲାଲ ପାଣ୍ଡା ।

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; iucn ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; thomas_1902 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; msw3 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।