ଲାରିଙ୍ଗୋମାଲାସିଆ
ଲାରିଙ୍ଗୋମାଲାସିଆ ହେଉଛି ମାନବର ଏକ ଅସ୍ୱାଭାବିକ ସ୍ୱର ପେଟିକା ଯାହା ଶ୍ୱାସକ୍ରିୟା ସମୟରେ ଭୁଶୁଡ଼ି ପଡ଼ିବାରୁ ସାମୟିକ ଶ୍ୱାସକ୍ରିୟା ବାଧା ସୃଷ୍ଟି ହୁଏ । [୧] ଏହାର ଲକ୍ଷଣରେ ଶ୍ୱାସକ୍ରିୟା ସମୟରେ ଶବ୍ଦ ହାତ ହୁଏ ଓ ଘରଘର ଶବ୍ଦ ମଧ୍ୟ ହୁଏ ଯାହା ଜନ୍ମରୁ କିମ୍ବା କିଛି ସମୟ ପରେ ଆରମ୍ଭ ହୁଏ | [୨] [୧] ଏହି ରୋଗ ସାଧାରଣତଃ ଅପେକ୍ଷାକୃତ ଦୀର୍ଘ ସମୟ ଧରି ରହିଥାଏ | [୩] ଜଟିଳତା ମଧ୍ୟରେ ନୀଳ ଚର୍ମ, ଶ୍ୱାସରୁଦ୍ଧ ଓ ବଞ୍ଚିବା କଷ୍ଟକର ହୋଇପଡ଼େ । [୨] [୧]
Laryngomalacia | |
---|---|
Congenital laryngeal stridor, congenital laryngomalacia[୧] | |
ବିଭାଗ | ENT surgery |
ଲକ୍ଷଣ | Stridor[୨] |
ଅବଧି | Long-term[୩] |
କାରଣ | Unknown[୧] |
ବିପଦ କାରକ | Prematurity, reflux[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Fiberoptic laryngoscopy[୨] |
ସଠିକ ରୋଗ ନିର୍ଣ୍ଣୟ | Vocal fold paralysis, laryngeal papillomatosis, subglottic stenosis, tracheomalacia, foreign body aspiration[୨] |
ଚିକିତ୍ସା | Conservative management, surgery[୨] |
Prognosis | Generally resolves by 18 months of age[୨] |
ପୁନଃପୌନିକ | 1 in 2,500 babies[୨] |
ଏହାର କାରଣ ଜଣା ପଡିନାହିଁ। [୧] ବିପଦ କାରଣଗୁଡ଼ିକ ଅପରିପକ୍ୱତା ଓ ରିଫ୍ଲକ୍ସ ବା ପ୍ରତିଫଳନ ହୋଇପାରେ | [୨] ଗଠନରେ ପରିବର୍ତ୍ତନ ଓ ସ୍ନାୟୁମାଂସପେଶୀ ଅନିୟନ୍ତ୍ରଣ ଫଳରେ ଏହି ସମସ୍ୟା ଜାତ ହୁଏ । [୧]ଫାଇବରସ୍କୋପିକ ଲାରିଙ୍ଗୋସ୍କୋପି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୨]
ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ବ୍ୟକ୍ତିଙ୍କର ରକ୍ଷଣଶୀଳ ପରିଚାଳନା କରାଯାଏ । [୨] ଏଥିରେ ସିଧା ହୋଇ ଠିଆ ବା ବସିବା ସମୟରେ ଖାଇବାକୁ ଦେବା ଏବଂ ଆଣ୍ଟିରିଫ୍ଲକ୍ସ ଔଷଧ ଦିଆଯାଏ । [୨] ଅଧିକାଂଶ କ୍ଷେତ୍ରରେ ୧୮ ମାସ ବୟସ ହେଲେ ଏହି ଲକ୍ଷଣମାନ ଦୂର ହୋଇଯାଏ । [୨] ଗୁରୁତର ଲକ୍ଷଣ ୧୫% କ୍ଷେତ୍ରରେ ହୁଏ ଓ ସାଂଘାତିକ ହେଲେ ଅସ୍ତ୍ରୋପଚାରର କରାଯାଇପାରେ | [୨]
ପ୍ରାୟ ୨୫୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ଜଣକର ଏହି ରୋଗ ହୁଏ | [୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହେଉଥିବା ପରି ଦେଖାଯାଏ | [୨] ବୟସ ୧ ବର୍ଷରୁ କମ୍ ଥିବା ପିଲାମାନଙ୍କଠାରେ ଏହା ଷ୍ଟ୍ରାଇଡର ବା ଘରଘର ଶବ୍ଦର ସବୁଠାରୁ ସାଧାରଣ କାରଣ | [୨] ଏହି ଅବସ୍ଥା ପ୍ରଥମେ ୧୮୦୦ ଶତାବ୍ଦୀ ପ୍ରାରମ୍ଭରେ ବର୍ଣ୍ଣନା କରାଯାଇଥିଲା | [୪] ଶବ୍ଦ "ଲାରିଙ୍ଗୋମାଲାସିଆ" ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ନରମ ସ୍ୱର ପେଟିକା | [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Laryngomalacia". rarediseases.info.nih.gov. Genetic and Rare Diseases Information Center (GARD) – an NCATS Program. Archived from the original on 23 January 2021. Retrieved 14 February 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Klinginsmith, M; Goldman, J (January 2020). "Laryngomalacia". PMID 31334986.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ "Stridor - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 14 February 2021.
- ↑ Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.
- ↑ Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.