ଲଲାଟେନ୍ଦୁ ରଥ ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା, ଚିତ୍ରଶିଳ୍ପୀ ଓ ମଞ୍ଚ ନିର୍ଦ୍ଦେଶକ । ନାଟକକୁ ପ୍ରାଣ ଭରି ଭଲ ପାଉଥିବା ଲଲାଟେନ୍ଦୁ କୁହନ୍ତି 'ନାଟକ ହେଉଛି ଏକ ସାଧନା । ତା' ପାଇଁ ପାଗଳାମୀ ଦରକାର ।'[]

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ବିଦ୍ୟାଳୟରେ ଶିକ୍ଷାଲାଭ ସମୟରୁ ହିଁ ସେ ନାଟକ ପ୍ରତି ଆକର୍ଷିତ ହେଲେ । ସେଥିପାଇଁ ବିଭିନ୍ନ ପାଠାଗାରରୁ ବହି ସଂଗ୍ରହ କରି ପଢ଼ୁଥିଲେ । ୧୯୭୦ରେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କଲେ । ପରବର୍ତ୍ତୀ ସମୟରେ ନାଟକ ମଞ୍ଚରେ ବିଭିନ୍ନ କାର୍ଯ୍ୟ କରିଥିବା ବେଳେ ଚିତ୍ର ଆଙ୍କିବା ପ୍ରତି ଅଧିକ ଦୃଷ୍ଟି ଦେଲେ । କିଛି ବର୍ଷ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ ମଧ୍ୟ କରିଥିଲେ । ପରେ ସେ ନାଟକ ନିର୍ଦ୍ଦେଶନା ପ୍ରତି ଆଗ୍ରହୀ ହେଲେ । ପ୍ରଥଥର ପାଇଁ ସେ କଳିଙ୍ଗ କଳା ପରିଷଦର ପ୍ରଥମ ନାଟକ 'ରାମ-ଶ୍ୟାମ-ଯଦୁ'ର ନିର୍ଦ୍ଦେଶନା ଦେଲେ । ଏପର୍ଯ୍ୟନ୍ତ ୩୦/୩୫ଟି ନାଟକର ନିର୍ଦ୍ଦେଶନା ଦେଇଥିବା ବେଳେ ଏକାଧିକ ମୌଳିକ ନାଟକ ରଚନା କରିଛନ୍ତି । ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ମରାଠୀ ଭାଷାରୁ ଅନେକ ନାଟକ ଓଡ଼ିଆରେ ଅନୁବାଦ କରିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ନିର୍ଦ୍ଦେଶିତ ନାଟକମାନ ପ୍ରଦର୍ଶିତ ହୋଇଛି ।

ରଚନାବଳୀ

ସମ୍ପାଦନା
  • ପ୍ରାପ୍ତି
  • ବାହାର ଲୋକ
  • ଆକାଶ ଯେଉଁଠି ସରିଯାଏ
  • ଶେଷ ପୃଷ୍ଠା
  • ସହଯାତ୍ରୀ
  • ଅପରାହ୍ଣର ଆକାଶ