ଲକ୍ଷ୍ମୀ ବନାମ ଭାରତ ସରକାର
ଲକ୍ଷ୍ମୀ ବନାମ ଭାରତ ସରକାର ହେଉଛି ୨୦୦୫ ମସିହାରେ ଏସିଡ-ଆକ୍ରମଣର ଶୀକାର ହୋଇଥିବା ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ୨୦୦୬ ମସିହାରେ ଦାୟର ଏକ ଜନସ୍ୱାର୍ଥ ମାମଲା । ପୀଡ଼ିତା ଲକ୍ଷ୍ମୀର ଆବେଦନ କ୍ରମେ ଏସିଡ ଆକ୍ରମଣ ପୀଡ଼ିତାଙ୍କ ଚିକିତ୍ସା, କ୍ଷତିପୂରଣ ତଥା ଥଇଥାନ ସହିତ ଏସିଡ ବିକ୍ରି ଉପରେ କଡା କଟକଣା ଜାରୀ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ ।[୧][୨] ୨୦୧୯ ମସିହାରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଏହି ଏସିଦ-ଆକ୍ରମଣ କାହାଣିକୁ ଆଧାର କରି ଛପାକ ନାମକ ହିନ୍ଦୀ ଚଲଚିତ୍ର ନିର୍ମାଣ ହୋଇଛି ।[୩]
ମାମଲା ସଂପର୍କରେ
ସମ୍ପାଦନା୨୦୦୫ ମସିହାରେ ହୋଇଥିବା ଏକ ଏସିଡ ଆକ୍ରମଣରୁ ଜୀବନ ଫେରି ପାଇବା ପରେ ସେ ୨୦୦୬ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ଜନହିତ ମାମଲା ଦାୟର ପୂର୍ବକ ଏଭଳି ପୀଡ଼ିତାମାନଙ୍କ ନିମନ୍ତେ ଯୁକ୍ତିଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିବା ସହ ଏଭଳି ମାମଲାର ତ୍ୱରିତ ବିଚାର ପାଇଁ ଭାରତୀୟ ଦଣ୍ଡ ସଂହିତା, ଫୌଜଦାରୀ କାର୍ଯ୍ୟବିଧି ସଂହିତା ତଥା ଅନ୍ୟାନ୍ୟ ସମ୍ବନ୍ଧିତ ଆଇନରେ ଆବଶ୍ୟକ ସଂଶୋଧନ ତଥା ନୂତନ ଆଇନ ଲାଗୁ କରିବା ଦିଗରେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ ।
ମାମଲା ପର ପଦକ୍ଷେପ
ସମ୍ପାଦନାଫୌଜଦାରୀ ଆଇନରେ ସଂଶୋଧନ
ସମ୍ପାଦନାଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ଫଇସଲା ପରେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୩୫୭ରେ ୩୫୭-ଖ ଓ ୩୫୭-ଗ, ସଂଶୋଧିତ ଧାରା ଭାବେ ମୂଳ ଧାରାରେ ଯୋଡି ଦିଆଗଲା । ଧାରା ୩୫୭-ଗରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ମାଗଣା ଚିକିତ୍ସା ତଥା ଆନୁସଂଗିକ ସୁବିଧା ପାଇଁ ପ୍ରାବଧାନ କରାଯାଇଛି ।[୪]
ନୂତନ ନିର୍ଦ୍ଦେଶାବଳୀ
ସମ୍ପାଦନାଉପରୋକ୍ତ ମାମଲାର ନିର୍ଦ୍ଦେଶାବଳୀ କାର୍ଯ୍ୟକାରି କରିବା ଦିଗରେ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ "Nalsa (Legal services to victims of Acid attacks) Scheme, 2016" ଲାଗୁ କରିଛନ୍ତି ।[୫] ଏହାଛଡା ଉପରୋକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଏସିଡ ବିକ୍ରୀ ତଥା ଏସିଡ-ଆକ୍ରମଣ ପୀଡ଼ିତାର ଅବିଳମ୍ବେ ଚିକିତ୍ସା ନିମନ୍ତେ ଅନେକ ଦରକାରୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସେଗୁଡିକ ହେଲା:-[୬][୭]
- ସମସ୍ତ ଏସିଡ-ଆକ୍ରମଣ ପୀଡ଼ିତାଙ୍କୁ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟ ମାଗଣା ଚିକିତ୍ସା ଯୋଗାଇବେ ।
- ଏପରିକି କୌଣସି ଚିକିତ୍ସାଳୟ ସ୍ୱତନ୍ତ୍ର ସୁବିଧା ନ ଥିବା କାରଣ ଦର୍ଶାଇ ମଧ୍ୟ ପୀଡ଼ିତାଙ୍କୁ ମାଗଣା ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ । ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ପରେ ସ୍ୱତନ୍ତ୍ର ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇପାରେ ।
- ଏଭଳି ଚିକିତ୍ସାପାଇଁ ମନାକରିଥିବା ଚିକିତ୍ସାଳୟର ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ଦଣ୍ଡବିଧି ସଂହିତାର ଧାରା ୩୫୭-ଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।
- ଏସିଡ-ଆକ୍ରମଣ ପୀଡ଼ିତା ଯେଉଁ ଚିକିତ୍ସାଳୟରେ ପ୍ରଥମେ ଚିକିତ୍ସିତ ହୋଇଥିବେ, ସେହି ଚିକିତ୍ସାଳୟ ପୀଡ଼ିତାଙ୍କୁ ସେ ଏକ ଏସିଡ ଆକ୍ରମଣର ପୀଡ଼ିତା ଭାବେ ପ୍ରମାଣିତ କରୁଥିବା ଏକ ପ୍ରମାଣପତ୍ର ପ୍ରଦାନ କରିବେ ଯାହା କି ପରବରତ୍ତୀ ସମୟରେ ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ସହାୟକ ହେବ ।
- ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟ ଯେପରି ଏସିଡ-ଆକ୍ରମଣ ପୀଡ଼ିତାଙ୍କର ମାଗଣା ଚିକିତ୍ସା କରିବାରେ ଅବାହେଳା ନ କରନ୍ତି ସେଥିପାଇଁ ସରକାର ବିହିତ ପଦକ୍ଷେପ ନେବେ ।
ନୂତନ ଆଇନ ପ୍ରଣୟନ
ସମ୍ପାଦନାଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ମାମଲାରେ ଏସିଡ ବିକ୍ରି ଉପରେ କଟକଣା ଲାଗୁ କରିବା ନିମନ୍ତେ ଉଦ୍ଦିଷ୍ଟ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆନେକ ରାଜ୍ୟ ନିଜ ନିଜର ଏକ ଆଇନ ପ୍ରଣୟନ କରିଅଛନ୍ତି । ଓଡ଼ିଶା ସରକାରଙ୍କଦ୍ୱାରା ଅଧିନିୟମିତ The Odisha Poisons (Possession and sales) Rules, 2014 ଅଧିନିୟମିତ କରିଛନ୍ତି ।[୮]
ଏତଦ ବ୍ୟତୀତ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏସିଡ ଆକ୍ରମଣ ଓ ଯୌନ ଉତ୍ପୀଡନ ଘଟଣାରେ ପୀଡ଼ିତାଙ୍କୁ ମିଳୁଥିବା କ୍ଷତିପୁରଣରେ ସଂଶୋଧନ ଅଣାଯାଉଛି ଏବଂ ଏହି ପ୍ରସ୍ତାବ ଅନୁସାରେ ଯୌନ ଉତ୍ପୀଡନ ମାମଲାରେ ପୀଡ଼ିତା ପାଇଁ ସର୍ବନିମ୍ନ ୪ ଲକ୍ଷ ଓ ସର୍ବାଧିକ ୮ ଲକ୍ଷ କ୍ଷତିପୁରଣର ବ୍ୟବସ୍ଥା ରହିଥିବା ବେଳେ ଏସିଡ ଆକ୍ରମଣ ପୀଡ଼ିତା ପାଇଁ ସର୍ବନିମ୍ନ ୭ ଲକ୍ଷ ଓ ସର୍ବାଧିକ ୮ ଲକ୍ଷ କ୍ଷତିପୁରଣର ବ୍ୟବସ୍ଥା ରହିଛି ।[୯]
ଆଧାର
ସମ୍ପାଦନା- ↑ "Regulating sale of acid in capital: Use penalty money to rehabilitate acid attack victims, suggests DCW". The Indian Express. 30 April 2016. Retrieved 18 October 2018.
- ↑ "Laxmi vs Union Of India & Ors on 10 April, 2015". indiankanoon.org. Retrieved 18 October 2018.
- ↑ World, Republic. "Laxmi Agarwal's real-life story that was the inspiration behind 'Chhapaak'". Republic World. Retrieved 7 October 2020.
- ↑ "The Criminal Law (amendment) act, 2013" (PDF). www.harsamaya.gov.in. Retrieved 25 October 2018.[permanent dead link]
- ↑ "NALSA(legal service to victims of Acid attacks) Scheme, 2006" (PDF). www.kelsa.gov.in. Retrieved 25 October 2018.
- ↑ "Supreme Court Guidelines to treat acid attack patients - Medical Dialogues". Medical Dialogues. 4 November 2015. Retrieved 24 October 2018.
- ↑ "ACID ATTACKS AND ROLE OF INDIAN JUDICIARY" (PDF). www.ijsard.gov. Retrieved 18 October 2018.[permanent dead link]
- ↑ "The Odisha Poisons(Possession and sales) Rules, 2014" (PDF). www.homeodisha.gov.in. Retrieved 26 October 2018.[permanent dead link]
- ↑ "SC approves uniform compensation scheme to victims of sexual assault, acid attack". www.tribuneindia.com. Archived from the original on 25 July 2018. Retrieved 27 October 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |