ଲକ୍ଷ୍ମୀ ପରିଡ଼ା ଜଣେ ଓଡ଼ିଆ ମହିଳା, ଯିଏ ବର୍ତ୍ତମାନ କମ୍ପୁଟେସନାଲ ବାୟୋଲୋଜି ସେଣ୍ଟର, ଆଇ.ବି.ଏମ. ଟି.ଜେ. ବାଟସନ ରିସର୍ଚ୍ଚ, ନ୍ୟୁୟର୍କରେ ଜୈବପ୍ରଯୁକ୍ତି ବିଜ୍ଞାନ (ବାୟୋଇନଫରମେଟିକ୍ସ) କ୍ଷେତ୍ରରେ ୧୯୯୮ ମସିହାରୁ ଗବେଷଣାରତ ତଥା କମ୍ପୁଟେସନାଲ ଜିନୋମିକ୍ସ ଗବେଷଣା ଦଳର ମୁଖ୍ୟ ।[୧] ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ, ଯାହାକି ବିଖ୍ୟାତ କୋରାଣ୍ଟ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସର ଅଂଶବିଶେଷ, ସେଠାରୁ ନିଜର ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ମଧ୍ୟ ପ୍ୟାଟର୍ଣ୍ଣ ଡିସ୍କଭରି, ଆଲଗୋରିଦମ ଗଠନ ଓ ବିଷ୍ଳେଷଣ, ପପୁଲେସନ ଜିନୋମିକ୍ସ, କମ୍ପାରେଟିଭ ଜିନୋମିକ୍ସ ଇତ୍ୟାଦି ବିଷୟରେ ଗବେଷଣା ନିମନ୍ତେ ବିଶେଷ ରୁଚି ରଖନ୍ତି । ଏହା ବ୍ୟତୀତ ସେ ୬୫ରୁ ଅଧିକ ଗବେଷଣା ମୂଳକ ଲେଖା[୨] ଓ ୨୦ରୁ ଅଧିକ ପାଟେଣ୍ଟର ଅଧିକାରୀ[୩] ତଥା ବହୁ ବୈଷୟିକ ଆଲୋଚନା ଚକ୍ରରେ ବକ୍ତବ୍ୟ ପ୍ରଦାନ କରିଛନ୍ତି।[୪]

ଫାଇଲ:LaxmiParida.JPG
ଲକ୍ଷ୍ମୀ ପରିଡ଼ା

ସେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

  1. ପୁର୍ବ: ଫିଷ୍ଟସ ଫ୍ରମ ଦି ଇଷ୍ଟ ( ଓଡ଼ିଆ କୁଇଜିନ ଫ୍ରମ ଇଷ୍ଟର୍ଣ୍ଣ ଇଣ୍ଡିଆ)[୫]
  2. ପ୍ୟାଟର୍ଣ୍ଣ ଡିସ୍କଭରି ଇନ ବାୟୋଇନଫରମେଟିକ୍ସ: ଥିଓରି ଏଣ୍ଡ ଆଲଗୋରିଦମ୍ସ[୬]

ଆଧାର ସମ୍ପାଦନା

  1. Laxmi Parida
  2. "ଆର୍କାଇଭ୍ କପି". Archived from the original on 2012-04-03. Retrieved 2012-05-22. {{cite web}}: Cite has empty unknown parameter: |1= (help)
  3. http://cs.nyu.edu/~parida/res/res.html#Patents
  4. http://cs.nyu.edu/~parida/res/res.html#Invited_Talks
  5. http://books.google.co.in/books/about/Purba.html?id=exe3Yb4fnPAC
  6. http://www.crcpress.com/product/isbn/9781584885498