ଲକ୍ଷ୍ମୀବାଇ ତିଳକ (ଜନ୍ମ ୧୮୬୮, ମୃତ୍ୟୁ ୧୯୩୬) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଜଣେ ମରାଠୀ ଭାଷାର ଲେଖିକା ଥିଲେ ।   

ଜୀବନୀ  ସମ୍ପାଦନା

ସେହି ସମୟରେ ନାରୀ ଶିକ୍ଷାର ପ୍ରସାର ହେଇନଥିବାରୁ ଲକ୍ଷ୍ମୀବାଇ ଖୁବ ସ୍ୱଳ୍ପ ଶିକ୍ଷା ଲାଭ କରିଥିଲେ । ବାଲ୍ୟ ବିବାହର ମଧ୍ୟ ପ୍ରଚଳନ ହେତୁ ସେ ମାତ୍ର ୧୧ ବର୍ଷ ବୟଶରେ ତାଙ୍କ ପିତା ମାତା ତାଙ୍କୁ ନାରାୟଣ ୱାମନ ତିଳକଙ୍କ ସହ ବିବାହ ସମ୍ପନ୍ନ କରେଇଥିଲେ । 

ତାଙ୍କ ସ୍ୱାମୀ ନାରାୟଣ ଜଣେ ଯଶସ୍ୱୀ ମରାଠୀ କବି ଥିଲେ । ନୈଷ୍ଠିକ ନାରାୟଣ ହିନ୍ଦୁ ଧର୍ମ ତ୍ୟାଗ କରି ହଠାତ୍ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବା ଘଟନା ଲକ୍ଷ୍ମୀବାଇଙ୍କୁ ଗଭୀର ଆଘାତ ଦେଇଥିଲେ ମଧ୍ୟ ସେ ଧୀରେ ଧୀରେ ସେଥିରେ ଅଭ୍ୟସ୍ତ ହେଇଯାଇଥିଲେ ଓ ନିଜେ ଖ୍ରୀଷ୍ଟିୟାନ ଧର୍ମକୁ ଗ୍ରହଣ କରିଥିଲେ । ସେ ଏହି ବିଷୟରେ ତାଙ୍କର ପୁସ୍ତକ " ଅଗାଡି ଷ୍ଟେପ ବାଇ ଷ୍ଟେପ (Agadi Step by Step)"[୧]ରେ ଖୁବ ସରଲ ଭାବରେ ବର୍ଣ୍ଣନା କରିଛନ୍ତି । ସ୍ୱାମୀ ନାରାୟଣଙ୍କଠାରୁ ଉତ୍ଶାହ ଓ ପ୍ରେରଣା ପାଇଁ ଲକ୍ଷ୍ମୀବାଇ ନିଜେ ସ୍ୱଳ୍ପ ଶିକ୍ଷିତ ହେଇଥିଲେ ମଧ୍ୟ କେତେକ ଖୁବ ଆକର୍ଷଣୀୟ କବିତା ରଚନା କରି ପାରିଥିଲେ । " ଶ୍ମ୍ରୁତିଚିତ୍ରେ " (स्मृतिचित्रे) ନାମରେ ନାମିତ ତାଙ୍କର ଆତ୍ମଜୀବନୀ  ମରାଠୀ ଭାଷା ସାହିତ୍ୟର ଏକ ଅନବଦ୍ୟ ରଚନା ଭାବରେ ମାନ୍ୟତା ପାଇ ଆସୁଛି । ଏହି ଆଟ5ମାଜିବାଣୀ ୧୯୩୪ ମସିହାରୁ ୧୯୩୭ ମସିହା ମଧ୍ୟରେ ୪ଟି ଅଧ୍ୟାୟରେ ପ୍ରକାଶିତ ହେଇଥିଲା । ଏହି ବହୁ ଆଦୃତ ମରାଠୀ ପୁସ୍ତକକୁ ୧୦୫୦ ମସିହାରେ ଇ . ଜୋସେଫାଇନ ଇଙ୍କଷ୍ଟର ଇଂରାଜୀ ଭାଷାରେ " ଫେଲୋ ଆଫ୍ତର" ନାମରେ ଅନୁବାଦ କରି ପ୍ରକାଶ କରିଥିଲେ । [୨]

ଲକ୍ଷ୍ମୀବାଇଙ୍କ ସ୍ୱାମୀ ନାରାୟଣ ୱାମନ ତିଳକ ମରାଠୀ ଭାଷାରେ ଯୀଶୁ ଖ୍ରୀଷ୍ଟଙ୍କ କର୍ଜ୍ୟାବଳି ଉପରେ ଏକ ବିଶାଳ ପୁସ୍ତକର ରଚନା ଆରମ୍ଭ କରିଥିଲେ । ଏହାର ନାମ "କ୍ରିଷ୍ଟାୟନ "(क्रिस्तायन) ରଖିଥିଲେ । ମାତ୍ର ଏହାର ଦଶଟି ଅଧ୍ୟାୟ ସମାପ୍ତ ହେଲା ପରେ ତାଙ୍କର ପରଲୋକ ଘଟିଥିଲା । ଏହାର କିଛି କାଳ ପରେ ଲକ୍ଷ୍ମୀବାଇ ଏଥିରେ ନିଜେ ଆହୁରି ୬୪ଟି ଅଧ୍ୟାୟ ସଂରଚନା କରି ଏହାକୁ ସମ୍ପୂର୍ଣତା ଦେଇଥିଲେ । 

ଲକ୍ଷ୍ମୀବାଇଙ୍କ ଲେଖାବଳି ଓ ତର୍ଜମା ପୁସ୍ତକ ସବୁ  ସମ୍ପାଦନା

Primary ସମ୍ପାଦନା

  • Tilak, Laksmibai. Smrtichitren. Serialized in the weekly Sanjivani.
  • Tilak, Laksmibai. Smrtichitren, Part 1. 15 December 1934.
  • Tilak, Laksmibai. Smrtichitren, Part 2. 1935.
  • Tilak, Laksmibai. Smrtichitren, Part 3, 1936.
  • Tilak, Laksmibai. Smrtichitren, Part 4. 15 December 1935. [or 1937?] 7 impressions up to 1953.
  • Tilak, Laksmibai. Smrtichitren. Abridged version, ed. K.B. Devale. Mumbai, 1940.
  • Tilak, Laksmibai. I Follow After. English tr. of Part 1 by E. Josephine Inkster. London / Madras: Oxford University Press, 1950. 353 pp.
  • Tilak, Laksmibai. Smrtichitren. Abridged version, Sahitya Akademi, Mumbai, 1958, 1968.
  • Tilak, Laksmibai. Sampurna Smrtichitren. Parts 1-4. Abhinava avrtti, ed. Ashok D. Tilak. 1st ed. 1973.
  • Tilak, Laksmibai. Smrtichitren. Abridged version, ed. H.A. Bhave, Varda Prakashan, Pune, 1987. Second impression / edition 1989.
  • Tilak, Laksmibai. Sampurna Smrtichitren. Parts 1-4. Abhinava avrtti, ed. Ashok D. Tilak. 2nd ed. 1989.
  • Tilak, Laksmibai and Devadatta Tilak. Sampurna Smritichitren. Ed. Ashok Devadatta Tilak. 3rd revised ed. Mumbai: Popular Prakashan, 1996. Containing all 4 parts, plus other scholarly apparatus (introduction, notes, index).
  • Tilak, Laksmibai. I follow after: An Autobiography. Delhi: OUP, 1998.
  • Tilak, Laksmibai. (Sanksipta) Smrtichitren. Ed. Devadatta Narayan Tilak. Mumbai: Popular Prakashan, 2000. (1st ed. 1958, 4th ed. 1996).
  • Tilak, Laksmibai. Bharali Ghagar. Ed. K.B. Devale. Mumbai, 1948.
  • Tilak, Laksmibai. 'Agadi Step by Step.’ Testimony of Lakshmibai Tilak in her own words. Ed. Ashok Devdatt Tilak. Nashik: Mayawati A. Tilak, Shantisadan, 1968.

ଆଧାର  ସମ୍ପାଦନା

  1. Lakshmibai Tilak, Agadi Step by Step.
  2. For an excerpt, see http://www.sparrowonline.org/book_02.htm Archived 23 July 2011 at the Wayback Machine.