ରୱଶନ ଜାମିଲ

ବଙ୍ଗଳାଦେଶର ଅଭିନେତ୍ରୀ

ରୱଶନ ଜାମିଲ (୮ ମଇ ୧୯୩୧ - ୧୪ ମଇ ୨୦୦୨) ଜଣେ ବାଂଲାଦେଶୀ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ ଥିଲେ ।[୧] ତାଙ୍କୁ ୧୯୯୫ ମସିହାରେ ନୃତ୍ୟ ବର୍ଗରେ ଏକ୍ୟୁଶି ପଦକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏବଂ ନୟନମଣି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ୧୯୭୬ ମସିହାରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]

ରୱଶନ ଜାମିଲ
রওশন জামিল
ଜନ୍ମ(1931-05-08)୮ ମଇ ୧୯୩୧
ରୋନକପୁର, ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ୍ ଭାରତ
ମୃତ୍ୟୁ୧୪ ମଇ ୨୦୦୨(2002-05-14) (ବୟସ ୭୧)
ଶିକ୍ଷାନୁଷ୍ଠାନଇଡେନ୍ ମହିଳା କଲେଜ୍
ବୈବାହିକ-ସାଥୀ
ଗୌହର ଜାମିଲ
(m. ୧୯୫୨; death ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ପୁରସ୍କାରfull list

ପ୍ରାଥମିକ ଜୀବନ ଓ ଶିକ୍ଷା ସମ୍ପାଦନା

ଜାମିଲ ୧୯୩୧ ମସିହାର ମଇ ମାସ ୮ ତାରିଖରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଅବଦୁଲ କରିମ । ସେ ମାଟ୍ରିକ୍ ପାସ୍ କରିବା ପରେ ୱରିସ୍ଥିତ ଶିଳ୍ପକଳା ଭବନରେ ପାଠପଢ଼ିଥିଲେ । ସେ ପରେ ନୃତ୍ୟ ଶିକ୍ଷକ ଗଣେଶ ନାଥଙ୍କୁ (ପରେ ଗୌହର ଜାମିଲ) ୧୯୫୨ ମସିହାରେ ବିବାହ କରିଥିଲେ ।[୧] ଏହି ଦମ୍ପତ୍ତି ସେତେବେଳେ ୧୯୫୯ ମସିହାରେ ଜାଗୋ ଆର୍ଟ ସେଣ୍ଟରର ସ୍ଥାପନା କରିଥିଲେ ।[୩]

ବୃତ୍ତି ସମ୍ପାଦନା

 
୧୯୬୨ ମସିହାରେ ତାଙ୍କ ଭଉଣୀ ଆଲପାନା ସହିତ ଜମିଲ

୧୯୬୫ ମସିହାରେ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପାଖାପଖି ୩୦୦ରୁ ଅଧିକ ଦୂରଦର୍ଶନ ନାଟକରେ ଅଭିନୟ କରିଛନ୍ତି, ଯେଉଁଥିରୁ ରକ୍କୁଷି, ପାଲାବଦଲ ଏବଂ ଶକଲ ଆଦି ଅନ୍ୟତମ ।[୩]

ସେ ପ୍ରାୟ ୨୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩] ସେ ୧୯୬୭ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଅଲିବାବା ଚାଲିଶ୍ ଚୋର୍[୧]

ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୯୭୬)
  • ବାଂଲାଦେଶ ଚଳଚ୍ଚିତ୍ର ସାମ୍ବାଦିକ ସଂଘ ପୁରସ୍କାର
  • ତାରକାଲୋକ ପୁରସ୍କର
  • ଏକ୍ୟୁଶି ପଦକ (୧୯୯୫)

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "একুশে পদকপ্রাপ্ত সুধীবৃন্দ" [Ekushey Padak winners list] (in Bengali). Government of Bangladesh. Retrieved 23 August 2017.
  2. "একুশে পদকপ্রাপ্ত সুধীবৃন্দ" [Ekushey Padak winners list] (in Bengali). Government of Bangladesh. Retrieved 23 August 2017.
  3. ୩.୦ ୩.୧ ୩.୨ Deepita, Novera (2005-05-14). "Tribute : Rowshan Jamil's legacy - in the eyes of her daughter". The Daily Star. Archived from the original on 2017-12-01. Retrieved 2017-11-21.

ବାହାର ଆଧାର ସମ୍ପାଦନା