ରୋହିଣୀ (ନକ୍ଷତ୍ର)
ନକ୍ଷତ୍ର
(ରୋହିଣି (ନକ୍ଷତ୍ର)ରୁ ଲେଉଟି ଆସିଛି)
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଚତୁର୍ଥ ନକ୍ଷତ୍ର ହେଉଛି ରୋହିଣୀ । ରାଶିଚକ୍ରରେ (ଅପମଣ୍ଡଳ) ଏହା ବୃଷ ରାଶିର ପ୍ରଥମ ଭାଗରେ ୧୦ ଡିଗ୍ରୀରୁ ପ୍ରାୟ ୨୩ ଡିଗ୍ରୀ ୨୦ ମିନିଟ ମଧ୍ୟରେ ଅବସ୍ଥିତ ।
ଜ୍ୟୋତିଷୀୟ ପରିଚୟ
ସମ୍ପାଦନାହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧]
ଆଧାର
ସମ୍ପାଦନା- ↑ "The 27 Naxatras". Archived from the original on 29 May 2017. Retrieved 30 May 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |