ରୋସୁଭାସ୍ଟାଟିନ

ଏହା ସ୍ଟାଟିନ ଶ୍ରେଣୀର ଏକ ଔଷଧ ।

ରୋସୁଭାସ୍ଟାଟିନ (ଇଂରାଜୀ ଭାଷାରେ Rosuvastatin, ଏକ ବିକ୍ରୟ ନାମ କ୍ରେସ୍ଟର/ Crestor) ଏକ ପ୍ରକାର ସ୍ଟାଟିନ ଔଷଧ (statin) ଯାହା ଅଧିକ ହୃଦରକ୍ତନାଳୀ ରୋଗ ସଙ୍କଟାପନ୍ନ ରୋଗର ପ୍ରତିଷେଧ ଓ ଅସାଧାରଣ ଲିପିଡ (abnormal lipids) ଥିବା ରୋଗର ଚିକିତ୍ସାରେ ଦିଆଯାଏ ।[୨] ଏହା ଔଷଧ ସ‌ହିତ ଖାଦ୍ୟରେ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ ପ୍ରତି ଧ୍ୟାନ ଦେବାକୁ ଉପଦେଶ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୨]

ରୋସୁଭାସ୍ଟାଟିନ
Clinical data
Pronunciation/rˈsvəstætɪn/ roh-SOO-və-stat-in
Trade namesCrestor, Rosulip, Zuvamor, others
AHFS/Drugs.commonograph
MedlinePlusa603033
Pregnancy
category
  • AU: D
  • US: X (Contraindicated)
Routes of
administration
By mouth (tablets)
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability20%[୧]
Protein binding88%[୧]
MetabolismLiver: CYP2C9 (major) and CYP2C19-mediated; ~10% metabolized[୧]
MetabolitesN-desmethyl rosuvastatin (major; 1/6–1/9 of rosuvastatin activity)
Elimination half-life19 hours[୧]
ExcretionFaeces (90%)[୧]
Identifiers
  • (3R,5S,6E)-7-[4-(4-Fluorophenyl)-2-(N-methylmethanesulfonamido)-6-(propan-2-yl)pyrimidin-5-yl]-3,5-dihydroxyhept-6-enoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.216.011 Edit this at Wikidata
Chemical and physical data
FormulaC22H28FN3O6S
Molar mass481.539
3D model (JSmol)
  • OC(=O)C[C@H](O)C[C@H](O)\C=C\c1c(C(C)C)nc(N(C)S(=O)(=O)C)nc1c2ccc(F)cc2
  • InChI=1S/C22H28FN3O6S/c1-13(2)20-18(10-9-16(27)11-17(28)12-19(29)30)21(14-5-7-15(23)8-6-14)25-22(24-20)26(3)33(4,31)32/h5-10,13,16-17,27-28H,11-12H2,1-4H3,(H,29,30)/b10-9+/t16-,17-/m1/s1 ☒N
  • Key:BPRHUIZQVSMCRT-VEUZHWNKSA-N ☒N
 ☒NcheckY (what is this?)  (verify)

ରୋସୁଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅଇ, ମୁଣ୍ଡ ବିନ୍ଧା ଓ ପେଶୀ ଯନ୍ତ୍ରଣା ହୋଇପାରେ । [୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟ ଓ ମଧୁମେହ ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କରେ ।[୨] ଅନ୍ୟାନ୍ୟ ସ୍ଟାଟିନ ଔଷଧ ଭଳି ଏହା ଯକୃତରେ ଥିବା ଏଚଏମଜି-ସିଓଏ ରିଡକ୍ଟେଜ (HMG-CoA reductase) ଏଞ୍ଜାଇମର (enzyme) କାମକୁ ବାଧା ଦିଏ ଯାହା କୋଲେସ୍ଟେରଲ ତିଆରି କରିବାରେ ସାହାଯ୍ୟ କରେ ।[୨]

ସନ ୧୯୮୬ରେ ରୋସୁଭାସ୍ଟାଟିନ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୩ରେ ସ୍ୱୀକୃତ ହୋଇଥିଲା ।[୨][୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୁଲ୍ୟ ସନ ୨୦୧୮ରେ ୦.୧୫ ଡଲାରରୁ କମ୍ ଥିଲା ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହାର ଏକ ଡୋଜ ପିଛା ସନ ୨୦୧୮ରେ ୦.୬୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିଥିଲା ।[୫] ସନ ୨୦୧୬ରେ ଏହାର ୧୯ ନିୟୁତ ପ୍ରେସକ୍ରପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୭ତମ ସ୍ଥାନରେ ଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Aggarwal, RK; Showkathali, R (June 2013). "Rosuvastatin calcium in acute coronary syndromes". Expert Opinion on Pharmacotherapy. 14 (9): 1215–1227. doi:10.1517/14656566.2013.789860. PMID 23574635.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Rosuvastatin Calcium Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 473. ISBN 9783527607495.
  4. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  5. British national formulary : BNF 76 (76 ed.). Pharmaceutical Press. 2018. p. 203. ISBN 9780857113382.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା

  • Rosuvastatin, U.S. National Library of Medicine Drug Information Portal