ରୋଶନୀ ନାଦର
ରୋଶନୀ ନାଦର ମାଲହୋତ୍ରା (ଜନ୍ମ ୧୯୮୨) ଜଣେ ଭାରତୀୟ କୋଟିପତି ବ୍ୟବସାୟୀ ତଥା ଏଚସିଏଲ (HCL) ଟେକ୍ନୋଲୋଜିର ଚେୟାରମ୍ୟାନ୍ ଅଟନ୍ତି । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତରେ ଏକ ତାଲିକାଭୁକ୍ତ ଆଇଟି କମ୍ପାନୀର ନେତୃତ୍ୱ ନେଇଛନ୍ତି ।[୨][୩] ସେ ଏଚସିଏଲ ଗ୍ରୁପର ପ୍ରତିଷ୍ଠାତା ତଥା କୋଟିପତି ବ୍ୟବସାୟୀ ଶିବ ନାଦରଙ୍କର ଏକମାତ୍ର ସନ୍ତାନ ଅଟନ୍ତି ।[୪] ୨୦୧୯ ମସିହାରେ, ସେ ଫୋର୍ବସ୍ ୱାର୍ଲ୍ଡର ୧୦୦ ଜଣ ପ୍ରଭାବଶାଳୀ ମହିଳାମାନଙ୍କ ତାଲିକାରେ ୫୪ତମ ସ୍ଥାନରେ ଥିଲେ ।[୫] ୨୦୨୩ ମସିହାରେ, ରୋଶନୀ ଫୋର୍ବସ୍ ୱାର୍ଲ୍ଡର ୧୦୦ ଜଣ ଶକ୍ତିଶାଳୀ ମହିଳାମାନଙ୍କ ତାଲିକାରେ ୬୦ତମ ସ୍ଥାନ ଅଧିକାର କରିଛନ୍ତି ।[୬]
ରୋଶନୀ ନାଦର | |
---|---|
ଜନ୍ମ | ୧୯୮୨[୧] |
ଶିକ୍ଷା | ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ କେଲୋଜ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ |
ବୃତ୍ତି(ସମୂହ) | ଅଧ୍ୟକ୍ଷ, ଏଚସିଏଲ ଟେକ୍ନୋଲୋଜି |
ସକ୍ରିୟ ବର୍ଷ | ୨୦୦୮-ବର୍ତ୍ତମାନ |
ବୈବାହିକ-ସାଥୀ | ଶିଖର ମାଲହୋତ୍ରା |
ସନ୍ତାନ | ୨ |
ପିତାମାତା | ଶିବ ନାଦର କିରଣ ନାଦର |
ୱେବସାଇଟ | www |
ପ୍ରାରମ୍ଭ ଜୀବନ
ସମ୍ପାଦନାରୋଶନୀ ନାଦର ଦିଲ୍ଲୀରେ ବଢ଼ିଥିଲେ । ସେ ବସନ୍ତ ଭ୍ୟାଲି ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ରେଡି଼ଓ/ ଟିଭି/ ଚଳଚ୍ଚିତ୍ର ଉପରେ ଧ୍ୟାନ ଦେଇ ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟରୁ କମ୍ୟୁନିକେଶନରେ ସ୍ନାତକ ହାସଲ କରିଥିଲେ । ସେ କେଲୋଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ କରିଥିଲେ ।[୭]
ବୃତ୍ତି
ସମ୍ପାଦନାସେ ଏଚସିଏଲରେ ଯୋଗଦେବା ପୂର୍ବରୁ ନିର୍ମାତା ଭାବରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିଥିଲେ ।[୮] HCL ରେ ଯୋଗଦେବାର ଏକ ବର୍ଷ ମଧ୍ୟରେ ସେ HCL ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଭାବରେ ଉନ୍ନୀତ ହୋଇଥିଲେ ।[୯][୧୦] ପରବର୍ତ୍ତୀ ସମୟରେ ତାଙ୍କ ପିତା ଶିବ ନାଦର ପଦ ଛାଡି଼ବା ପରେ ସେ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ୍ ହୋଇଥିଲେ ।[୧୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାରୋଶନୀ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଅଟନ୍ତି ।[୧୨] ୨୦୧୦ ମସିହାରେ, ସେ ଏଚସିଏଲ ସ୍ୱାସ୍ଥ୍ୟସେବାର ଉପାଧ୍ୟକ୍ଷ ଶିଖର ମଲହୋତ୍ରାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ଅଛନ୍ତି ।[୧୩]
ଆଧାର
ସମ୍ପାଦନା- ↑ "Forbes profile: Roshni Nadar Malhotra". Forbes. Retrieved 16 September 2020.
- ↑ "HCL Tech's Roshni Nadar Is First Woman To Lead A Listed IT Company In India". Bloomberg Quint. 17 July 2020. Retrieved 17 July 2020.
- ↑ "Roshni Nadar Malhotra, India's Wealthiest Woman, New Chief Of HCL Tech". NDTV.com. Retrieved 2020-07-17.
- ↑ "HCL gen-next Roshni Nadar appointed vice-chairman of HCL Tech - Times of India". The Times of India. 23 October 2018.
- ↑ "World's Most Powerful Women". Forbes (in ଇଂରାଜୀ). Retrieved 2019-12-13.
- ↑ "The World's Most Powerful Women 2023". Forbes (in ଇଂରାଜୀ). December 5, 2023. Retrieved 2024-06-10.
- ↑ "Roshni Nadar made CEO of HCL Corp". The Hindu. 2009-07-02. Retrieved 2009-07-02.
- ↑ Singh, S. Ronendra (August 2013). "The rise of an heiress: Roshni Nadar". @businessline (in ଇଂରାଜୀ). Retrieved 2019-01-03.
- ↑ "5 young guns who will take over top indian companies". Rediff.
- ↑ "Theindianrepublic.com | Netticasinoiden tasavalta – Markkinoiden hallitsija".
- ↑ "Shiv Nadar Steps Down As HCL Tech Chairman, His Daughter Roshni Nadar Malhotra To Succeed Him". NDTV.com. Retrieved 2020-07-17.
- ↑ "Roshni Nadar Takes Over As CEO Of HCL Corp". EFYtimes.com. 2009-07-02. Archived from the original on 2009-08-20. Retrieved 2009-07-02.
- ↑ Sil, Sreerupa. "Successfully Juggling Roles, Roshni Nadar Malhotra Is A True Woman". BW Businessworld (in ଇଂରାଜୀ). Retrieved 2017-11-02.