ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ restless legs syndrome ବା ଆରଏଲଏସ/RLS) ଏକ ପ୍ରକାର ବେମାରୀ ଯେଉଁଥିରେ ଗୋଡ଼ ସଞ୍ଚାଳନ ନିମନ୍ତେ ଦୁର୍ବାର ଇଚ୍ଛା ଜାଗ୍ରତ ହୁଏ । [୨] ଅନେକ ସମୟରେ ଏକ ଅରୁଚିକର ଅନୁଭବ ଗୋଡ଼ରେ ହୁଏ ଯାହା ଚାଳନାଦ୍ୱାରା ଭଲ ଲାଗେ । ବେଳେ ବେଳେ ବାହୁ ବି ଆକ୍ରାନ୍ତ ହୁଏ । ବିଶ୍ରାମ ନେଲାବେଳେ ଏଭଳି ହେବା ଯୋଗୁ ଶୋଇବାକୁ ଅସୁବିଧା ହୁଏ । ରାତିରେ ନିଦ୍ରା ସମସ୍ୟା ଯୋଗୁ ଦିନରେ ନିଦୁଆ ଲାଗେ, ଶକ୍ତି ହ୍ରାସ ହୁଏ, ଚିଡ଼ଚିଡ଼ା ଲାଗେ ଓ ଅବସାଦ ମନୋଭାବ (depressed mood) ହୁଏ ।[୨] ଅଧିକନ୍ତୁ କେତେକ ଲୋକଙ୍କର ଶୋଇବାବେଳେ ସାମୟିକ ଅବୟବ ଚଳନ (limb twitching during sleep) ହୁଏ ।[୩]
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ | |
---|---|
Willis-Ekbom disease (WED),[୧] Wittmaack-Ekbom syndrome | |
ବିଭାଗ | ଶୟନ ମେଡିସିନ |
ଆଇସିଡ଼ି-୧୦ | G25.8 |
ଆଇସିଡ଼ି-୯-ସିଏମ୍ | 333.94 |
ଓଏମ୍ଆଇଏମ୍ | 102300 608831 |
ରୋଗ ଡାଟାବେସ | 29476 |
ମେଡ଼ିସିନ-ପ୍ଲସ | 000807 |
ଇ-ମେଡ଼ିସିନ | neuro/509 |
Patient UK | ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ |
MeSH | D012148 |
ଏହି ରୋଗ ସଙ୍କଟ ସାଧାରଣତଃ ଦେହରେ ଲୌହ ଅଭାବ (low iron levels), ବୃକ୍କ ଅସାମର୍ଥ୍ୟ, ପାର୍କିନସନ ଡିଜିଜ (Parkinson disease), ମଧୁମେହ, ରିଉମାଟଏଡ ଆର୍ଥ୍ରାଇଟିସ, ଓ ଗର୍ଭାବସ୍ଥାରେ ସୃଷ୍ଟି ହୋଇପାରେ ।[୪][୨] ଆଣ୍ଟିଡିପ୍ରେସାଣ୍ଟ (antidepressants), ଆଣ୍ଟିସାଇକୋଟିକ (antipsychotics), ଆଣ୍ଟିହିସ୍ଟାମିନ (antihistamines) ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଭଳି ଅନେକ ଔଷଧ ଏହି ରୋଗ ସଙ୍କଟ ସୃଷ୍ଟି କରିପାରନ୍ତି ।[୫] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ; ଜୀବନର ପୂର୍ବଭାଗରେ ଓ ପଶ୍ଚାତ୍ଭାଗରେ । ଅଳ୍ପ ବୟସରେ ଆରମ୍ଭ ହେଉଥିବା ରୋଗ ପରିବାରରେ ରହୁଥିବା ଦେଖାଯାଏ ଓ ସମୟକ୍ରମେ ଅତି ଖରାପ ଦିଗକୁ ଯିବା ଦେଖାଯାଏ । ପଶ୍ଚାତ ଜୀବନରେ ଆରମ୍ଭ ହେଉଥିବା ରୋଗ ହଠାତ୍ ଆରମ୍ଭ ହୁଏ କିନ୍ତୁ ଅତି ଖରାପ ହୁଏ ନାହିଁ ।[୨] ରୋଗ ଲକ୍ଷଣ ଅନୁଶୀଳନ କରି ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନ ଥିବା ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୬]
ଅନ୍ତର୍ନିହିତ କାରଣ ଦୂର କରିଦେଲେ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ଉପଶମ ହୋଇଯାଇପାରେ ।[୭] ଅନ୍ୟଥା ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଓ ଔଷଧ ଦେଇ ଚିକିତ୍ସା କରାଯାଏ ।[୨] ମଦ୍ୟପାନ ଓ ଟବାକୋ ଗ୍ରହଣ ବନ୍ଦ କରି ଓ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene) ନିୟନ ପାଳନ କରି ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଅଣାଯାଇପାରେ ।[୭] ଲେଭୋଡୋପା (levodopa) ବା ପ୍ରାମିପେକ୍ସୋଲ (pramipexole) ଭଳି ଡୋପାମିନ ଆଗୋନିସ୍ଟ (dopamine agonist) ଔଷଧ ଦେଇ ଚିକିତ୍ସା କରାଯାଏ । ଆମେରିକା ଜନସଂଖ୍ୟାର ୨.୫–୧୫% ଲୋକଙ୍କର ଏହି ରୋଗ ଥାଏ ।[୪] ପରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ବୟସ ଅନୁସାରେ ଏହାର ବୃଦ୍ଧି ହୁଏ । [୮]
ଆଧାର
ସମ୍ପାଦନା- ↑ "restless Legs Syndrome Foundation is now the Willis-Ekbom Disease Foundation". 2013. Archived from the original on 2013-09-15. Retrieved 2016-09-11.
- ↑ ୨.୦ ୨.୧ ୨.୨ ୨.୩ ୨.୪ "What Is Restless Legs Syndrome?". NHLBI. November 1, 2010. Retrieved 19 August 2016.
- ↑ "What Are the Signs and Symptoms of Restless Legs Syndrome?". NHLBI. November 1, 2010. Retrieved 19 August 2016.
- ↑ ୪.୦ ୪.୧ Ramar, K; Olson, EJ (Aug 15, 2013). "Management of common sleep disorders". American family physician. 88 (4): 231–8. PMID 23944726.
- ↑ "What Causes Restless Legs Syndrome?". NHLBI. November 1, 2010. Retrieved 19 August 2016.
- ↑ "How Is Restless Legs Syndrome Diagnosed?". NHLBI. November 1, 2010. Retrieved 19 August 2016.
- ↑ ୭.୦ ୭.୧ "How Is Restless Legs Syndrome Treated?". NHLBI. November 1, 2010. Retrieved 19 August 2016.
- ↑ "Who Is at Risk for Restless Legs Syndrome?". NHLBI. November 1, 2010. Retrieved 19 August 2016.