ରଙ୍ଗ ଓ ବାସନାର ଉତ୍ତେଜନା (The excitement of colours and scents[୧]) ଶୀର୍ଷକ ବିଷୟଟି ରେନୀ ଏମ ବର୍ଗେଶଙ୍କ (Renee M Borges )ଦ୍ୱାରା ଲିଖିତ ଆତ୍ମକାହାଣୀ ।
“ଗୋଟିଏ ମହୁମାଛି ଦଳରୁ ଏକ ପଞ୍ଚମାଂଶ କଦମ୍ବ ଫୁଲକୁ, ଏକ ତୃତୀଆଂଶ କଦଳୀ ଫୁଲକୁ, ଏହି ଦୁଇଙ୍କର ବିୟୋଗଫଳକୁ ୩ରେ ଗୁଣିଲେ ଯାହା ହେବ ସେତିକି କୁଟଜ ଫୁଲକୁ ଉଡି ଦଳେ । ଅବଶିଷ୍ଟ ଗୋଟିଏ ମହୁମାଛି ମଲ୍ଲି ଓ ପାଣ୍ଡନସ ଫୁଲ ଉପରେ ଉଡି ବୁଲିଲା। ତାହା ହେଲେ ମହୁମାଛି ସଂଖ୍ୟା କେତେ” ? (ଭାସ୍କରାଚାର୍ଯ୍ୟ ଲିଖିତ ଲୀଳାବତୀ ପୁସ୍ତକରୁ ନିଆ ହୋଇଛି ।) ଏହି ଲେଖାରୁ ଜଣାଯାଏ କୁଟଜ ଫୁଲ ସବୁଠାରୁ ଆକର୍ଷଣୀୟ । ଓଲଫାକ୍ଟୋମିଟର ପରୀକ୍ଷାଦ୍ୱାରା ଏହା ପରୀକ୍ଷା କରାଯାଇ ପାରିବ । ମୋର ପ୍ରଚଳିତ କର୍ମପନ୍ଥାଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ମଧ୍ୟରେ ରାସାୟନିକ ବିନିମୟ ଜଣାଯାଏ । ମୁଁ ଅନ୍ତର୍ନିହିତ ପ୍ରେରଣାରେ ବିଶ୍ୱାସ କରେ । ଅଳ୍ପ ବୟସ ସମୟରେ ପ୍ରକୃତି ସର୍ବଦା ମୋର ମୋର ଲୟରେ ଥିଲା । ସାତ ବର୍ଷ ବୟସ ବେଳେ ମୁଁ ଭେଟେରିନାରୀ ପଢିବାକୁ ଇଚ୍ଛା କରିଥିଲି । ମୋତେ ଗୋଟିଏ କୁକୁର ଦିଆ ଯାଇଥିଲା ଓ ସେହି କୁକୁର ସହ ମୋର ବୟସ ବଢି ଚାଲିଲା । ଏହାଦ୍ୱାରା ମୁ ପଶୁମାନଙ୍କ ଦୃଷ୍ଟିକୋଣ ସହ ପରିଚିତ ହୋଇଥିଲି ।
ମୁମ୍ବାଇର ସେଣ୍ଟ ଜାଭିଆର୍ଷ କଲେକରେ ପଢିବା ବେଳେ ପ୍ରଥମ ଦୁଇ ବର୍ଷ ଅବଧିରେ ମୋର ବୁଦ୍ଧିମତ୍ତା ବଢିବା ମୁଁ ଅନୁଭବ କରିଥିଲି । ପଦାର୍ଥ ବିଜ୍ଞାନ ପଢିବା ସମୟରେ ଶିକ୍ଷକ ଜାହାଙ୍ଗିର ମିସ୍ତ୍ରୀଙ୍କ ସୃଷ୍ଟ ଗୋଟିଏ ନିର୍ମାତା ଦଳରେ ମୁଁ ଯୋଗ ଦେଲି । ଆମର ଶୋଳ ଜଣିଆ ଦଳରେ ଭିନ୍ନ ଭିନ୍ନ ବିଭାଗରୁ ଆସିଥିଲେ, ସେମାନଙ୍କର ଅନୁରକ୍ତି ଭିନ୍ନ ଥିଲା କିନ୍ତୁ ଆମେ ପରସ୍ପର ପ୍ରତି ସଙ୍ଗେ ସଙ୍ଗେ ସ୍ନେହ ଭାବ ଆସିଗଲା । ଆମେ କେତେ ଗୁଡିଏ ପ୍ରୋଜେକ୍ଟ କରି ପ୍ରଦର୍ଶନୀ କଲୁ । ଏହି ସମୟର ସ୍ୱାଧୀନତା, ଉତ୍ତେଜନା ଓ ଶିଖିବାର ଆନନ୍ଦର ଅନୁଭୂତି ମୁଁ ସାରା ଜୀବନ ସାଉତି ରଖିଲି । ସେହି କଲେଜରେ ମୁଁ ପ୍ରାଣୀ ବିଜ୍ଞାନ ଓ ମାଇକ୍ରୋବାୟୋଲୋଜି ପଢିବାକୁ ସ୍ଥିର କଲି ।
ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିରେ ଯୋଗ ଦେବା ଆଉ ଗୋଟିଏ ଅଭୂଲା ସମୟ ଥିଲା । ସେଠାରେ ନୂଆ ତଥା ପୁରୁଣା ନାଚୁରାଲିଷ୍ଟମାନେ ଥିଲେ । ବି. ଏସ. ସି. ପଢିଲା ବେଳେ ହୁମାୟୁନ ଅବଦୁଲାଙ୍କ ସହ ଅନେକ ସନ୍ଧ୍ୟା ବିତିଥିଲା ଓ ଆଣ୍ଡାମାନ ନିକୋବରରେ ଥିବା ପକ୍ଷୀମାନଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା । ସେହି ଭଦ୍ର ଲୋକ ତାଙ୍କର ତିକ୍ଷ୍ନ ପ୍ରଶ୍ନ ବାଣ ଓ ତୀବ୍ର ହାସ୍ୟ ରସଦ୍ୱାରା ଲୋକଙ୍କୁ ଡରେଇ ଦେଉଥିଲେ କିନ୍ତୁ ତାଙ୍କ ସାଥିରେ ମୋର ଭଲ ଜମୁଥିଲା । ଏହି ସତୁରି ବର୍ଷ ବୟସ୍କ ଲୋକଙ୍କଠାରୁ ବହୁତ ବୈଜ୍ଞାନିକ ତଥ୍ୟ ଜାଣିଲି । ତାଙ୍କ ସମ୍ପର୍କୀୟ ଭାଇଙ୍କ ତତ୍ତ୍ୱାବଧାନରେ ଇକୋଲୋଜି ଓ ଇଭୋଲ୍ୟୁସନ ବିଷୟରେ ଅନେକ ଗୁଡିଏ ଲୋକପ୍ରିୟ ପ୍ରବନ୍ଧ ଲେଖିଲି । ସେତେବେଳେ ମୁଁ ଆନିମଲ ଫିଜିଓଲୋଜି ନେଇ ଏମ.ଏସ.ସି. ପଢୁଥିଲି । ମୁଁ ସଲିମ ଅଲିଙ୍କୁ ପ୍ରଶଂସା କରୁଥିଲି କାରଣ ଯେତେ ସଂପୂର୍ଣ୍ଣ ହେଲେ ମଧ୍ୟ ସେ ଆହୁରି ସିଦ୍ଧି ଖୋଜୁଥିଲେ ।
ଏତିକି ବେଳେ ମୋତେ ହେତୁ ହେଲା ଯେ ମୁଁ ଇକୋଲୋଜି ଓ ଇଭୋଲ୍ୟୁସନ ଉପରେ ଜୋର ଦେବି ଓ ଆଗକୁ ଯିବି । ମିଆମୀ ୟୁନିଭରସିଟିର କୋରାଲ ଗ୍ୟାବ୍ଲରେ ମେଟାଙ୍ଗ ପି.ଏଚ.ଡି. ଫେଲୋସିପ ପାଇ ମୁଁ ଟ୍ରପିକାଲ ବାୟୋଲୋଜି ପ୍ରୋଗ୍ରାମରେ ଯୋଗ ଦେଲି । ଏଠାରେ ମୁଁ ଏକାକୀ କାମ କରିବାକୁ ସୁଯୋଗ ପାଇଲି । ପ୍ରତ୍ୟେକ ଶିକ୍ଷାର୍ଥୀ ରିସର୍ଚ୍ଚ ଫଣ୍ଡ ପାଇବା ନିମନ୍ତେ ସ୍ୱାଧୀନ ଭାବରେ ନିଜେ ନିଜର ଗ୍ରାଣ୍ଟ ପ୍ରପୋଜାଲ ଲେଖିବାକୁ ହୁଏ । ବାଦୁଡି ଓ ଗଛ ମଧ୍ୟରେ ସମ୍ପର୍କ ବିଷୟରେ ବିଷୟରେ ମୋ ପି.ଏଚ.ଡି. ସୁପରଭାଇଜର ଟେଡ ଫ୍ଲେମିଙ୍ଗ କାମ କରୁଥିଲେ କିନ୍ତୁ ମୁଁ ବାଦୁଡିକୁ ଭଲ ପାଉ ନ ଥିଲି । ଭାରତୀୟ ବିରାଟ ଗୁଣ୍ଡୁଚି ଓ ଫାଇଟୋକେମିଷ୍ଟ୍ରି ସମ୍ପର୍କ ଉପରେ ଅନୁଶୀଳନ କରିବାକୁ ମୁଁ ପ୍ରସ୍ତାବ ଦେଲି । ମୋ ପାଖରେ କାମ କରିବାକୁ ଅର୍ଥ ନ ଥିଲା ତେଣୁ ଇଣ୍ଟରନ୍ୟାସନାଳ ଆଫେୟାର୍ସ ଅଫ ଦି ୟୁନାଇଟେଡ ଷ୍ଟେଟସ ଅଫିସର ଡେଭିଡ ଫର୍ଗୁସନଙ୍କୁ ଭେଟିଲି ସେ ମୋର କାମରେ ବହୁତ ସାହାଯ୍ୟ କଲେ । ମୋର ଡିଗ୍ରୀ ନିମନ୍ତେ ତଥ୍ୟ ପାଇବାକୁ ମୁଁ କର୍ଣାଟକ ଓ ଭୀମଶଙ୍କରରେ ବର୍ଷେ ଲେଖାଏ ରହି କାମ କଲି । ଏହି ସ୍ଥାନମାନଙ୍କରେ ବିରାଟ ଗୁଣ୍ଡୁଚି ରହନ୍ତି । ମୁଁ ଏକୁଟିଆ ରହୁଥିଲି, ଜିପରେ ଜଙ୍ଗଲରେ ବୁଲୁଥିଲି, ନିଜେ ନିଜର ସହକର୍ମୀ ବାଛୁଥିଲି । ଅନ୍ୟ ଦେଶରେ କାମ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଲି । ମିଆମୀ ଫେରି ମୋ ଥେସିସ ଲେଖିଲି । ମୋର ସାଥି ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଥାନ ଯଥା ପାପୁଆ, ପେରୁ, ଭେନେଜୁଏଲା, କୋଷ୍ଟା ରିକା, ଘାନା ଓ ୟୁରୋପରୁ ଆସିଥିଲେ । ଏହିପରି ମୋର ଆନ୍ତର୍ଜାତୀୟ ବୁଦ୍ଧିମତା ।
ମିଆମିରୁ ପି.ଏଚ.ଡି. ପାଇ ଫେରିଲି ଓ ୫ ବର୍ଷ ପୋଷ୍ଟଡକ୍ଟରାଲ କଲି । ଏହା ସେହି ବିରାଟ ଗୁଣ୍ଡୁଚି ଉପରେ ଥିଲା ଓ ଗ୍ରାଣ୍ଟ ପାଇ ଡେରାଡୁନର ୱାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ କଲି ଯେଉଁଠାରେ ବିଖ୍ୟାତ ହେମେଦ୍ର ସିଂହ ପାନବର ତାହାର ନିର୍ଦ୍ଦେଶକ ଥିଲେ । ସେ ବହୁତ ଦୟାଳୁ ଥିଲେ । ଏହି ସମୟରେ ମୁଁ ବମ୍ବେର ନାଚୁରାଲ ହିଷ୍ଟ୍ରି ସୋସାଇଟିରେ ଡେପୁଟି ଡାଇରେକ୍ଟର ରୂପେ ଯୋଗ ଦେଲି । ସେଠାରେ ମୋର ପ୍ରଥମ ଦୁଇ ଛାତ୍ର ହେମ ସୋମନାଥନ ଓ ସୁଭାଷ ମାଲି ପି.ଏଚ.ଡି. କରିବାକୁ ଯୋଗ ଦେଲେ । ସେମାନେ ମଧ୍ୟ ବିରାଟ ଗୁଣ୍ଡୁଚି ଓ ପ୍ଳାଣ୍ଟ ପଲିନେଟର ଇଣ୍ଟରଆକସନ ଉପରେ ଭୀମଶଙ୍କରରେ ରହି କାମ କଲେ ।
ଏହି ସମୟରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ଇକୋଲୋଜିକାଲ ସାଇନ୍ସ ସେଣ୍ଟ୍ର ଫ୍ୟାକଲ୍ଟି ନିମନ୍ତେ ବିଜ୍ଞାପନ ପ୍ରକାଶ କଲେ । ମୁଁ ବହୁତ ଭାଗ୍ୟବତି ଥିଲି, ସେଠାରେ ମୋତେ ଗ୍ରହଣ କରାଗଲା । ବୈଜ୍ଞାନିକ ପରିବେଶ, ଓ ସ୍ୱାଧୀନତା ମିଳିବାରୁ ମୋର ଇଚ୍ଛା ପୂରଣ ହେଲା । ସେଠାକାର ଚେୟାରମ୍ୟାନ ରାଘବେନ୍ଦ୍ର ଗଡଗକରଙ୍କର ସହ ମୋର ସାକ୍ଷାତକାର ମୁଁ କେବେ ଭୁଲି ପାରିବି ନାହିଁ । ସେ ମୋ ସାଥିରେ କର୍ତ୍ତବ୍ୟ ଓ ଦାୟିତ୍ତ୍ୱ ବିଷୟରେ ବାର୍ତ୍ତାଳାପ ନ କରି ଏକାଡେମିକ ସ୍ୱାଧୀନତା ବିଷୟରେ ଚର୍ଚ୍ଚା କରିବା ମୋତେ ଆଶ୍ଚର୍ଯ୍ୟ ଚକିତ କରିଥିଲା ।
ସେଠାରେ ମୁଁ ଗୋଟିଏ ଲାବୋରେଟରୀ ପ୍ରସ୍ତୁତ କଲି । ସେଠାରେ ମୋର ସହକର୍ମୀ, ଛାତ୍ର ଛାତ୍ରୀ, ରିସର୍ଚ ଆସୋସିଏଟ, ରିସର୍ଚ ଆସିଷ୍ଟାଣ୍ଟ ଇତ୍ୟାଦି ସମସ୍ତେ ବହୁତ ଭଲ ଥିଲେ । ଆମେ ପୃଥିବୀର ପ୍ରଥମ ମହୁମାଛି ପାଇଲୁ ଯିଏ ରାତିରେ ପରାଗ ସଙ୍ଗମ କରୁଥିଲେ ଓ ତାରା ଆଲୁଅରେ ରଙ୍ଗ ଚିହ୍ନି ପାରୁଥିଲେ । ଆର୍ବୋରିଆଲ ଜିଆ ଆଣ୍ଟ-ପ୍ଳାଣ୍ଟ ଭିତରେ ବଞ୍ଚିବା ଦେଖିଲୁ । ୱାଷ୍ପ ଗନ୍ଧ ବାରି ପିମ୍ପୁଡି ତାଙ୍କୁ ଖାଆନ୍ତି । ପୁରୁଷ ବୁଢିଆଣୀ ପିମ୍ପୁଡି ଭଳି ବ୍ୟବହାର କରି ଖୋସାରୁ ଜାଣିପାରେ ତାହା ସ୍ତ୍ରୀ ବୁଢିଆଣୀର କି ନୁହେଁ । କଙ୍କଡା ବୁଢିଆଣୀ ଫୁଲ ଭଳି ଅନୁକରଣ କରିପାରେ, ଗଛ ଏ ଭଳି ବାସ୍ନା ତିଆରି କରେ ଯାହା ନିର୍ଦ୍ଦିଷ୍ଟ ପତଙ୍ଗକୁ ଆକର୍ଷଣ କରେ । ଏହି ଭଳି ପ୍ରତ୍ୟେକ ଦିନ ଆମେ ନୂତନ ଉନ୍ମାଦନା ପାଉଥିଲୁ ।

  1. http://www.ias.ac.in/womeninscience/renee.html#17
ସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ

http://www.ias.ac.in/womeninscience/liladaug.html