ରେଟ୍ରୋଫାରିଞ୍ଜିଆଲ ଆବସେସ
ରେଟ୍ରୋଫାରିଞ୍ଜିଆଲ ଆବସେସ ( ଆରପିଏ) ରୋଗରେ ତଣ୍ଟି ପଛ ପାଖରେ ପୂଯ ଜମା ହୋଇଯାଏ । [୨] ଏହାର ଲକ୍ଷଣ ମଧ୍ୟରେ ଗିଳିବାରେ ଅସୁବିଧା, ବେକ ଯନ୍ତ୍ରଣା, ଜ୍ୱର, କଠିନ ବେକ, ସ୍ୱର ପରିବର୍ତ୍ତନ ଏବଂ ବଡ଼ ଲସିକା ଗ୍ରନ୍ଥି ହୋଇପାରେ ।[୧] ବେକ ପଛକୁ ବୁଲେଇଲେ ଲକ୍ଷଣଗୁଡ଼ିକ ଆହୁରି ଖରାପ ହୋଇପାରେ ।[୧] ଆରମ୍ଭ ହେବା ନିମନ୍ତେ କିଛି ଦିନରୁ ଅଧିକ ଲାଗିଥାଏ ।[୧] ରୋଗ ଜଟିଳ ହେଲେ ଶ୍ୱାସନଳୀରେ ବାୟୁ ଚଳାଚଳରେ ବାଧା ହୁଏ ବା ମିଡିଆଷ୍ଟାଇନାଇଟିସ୍ ହୋଇପାରେ ।[୧]
Retropharyngeal abscess | |
---|---|
ବିଭାଗ | ENT surgery |
ଲକ୍ଷଣ | Difficulty swallowing, neck pain, fever, stiff neck, change in voice, large lymph nodes[୧] |
ବିପଦ କାରକ | Injury to the back of the throat, preceeding upper respiratory tract infection, diabetes, poor oral hygiene[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, confirmed by medical imaging[୨] |
ସଠିକ ରୋଗ ନିର୍ଣ୍ଣୟ | Pharyngitis, epiglottitis, mediastinitis, peritonsillar abscess[୧] |
ଚିକିତ୍ସା | Antibiotics, endotracheal intubation, incision and drainage[୧][୨] |
ପୁନଃପୌନିକ | Uncommon[୧] |
ଏହା ପ୍ରାୟ ଗଳା ପଛପଟୁ ଆଘାତ କିମ୍ବା ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।[୧] ମଧୁମେହ ଏବଂ ପାଟି ତଥା ଗଳା ଅସୁସ୍ଥତା ଯୋଗୁ ଏହା ହୋଇପାରେ ।[୧] ସାଧାରଣତଃ ଜୀବାଣୁ ଗ୍ରୁପ୍ ଏ ସ୍ଟ୍ରପ୍ଟୋକୋକସ, ଷ୍ଟାଫିଲୋକୋକସ ଆରିଅସ୍, ଫୁସୋବ୍ୟାକ୍ଟେରିୟମ୍, ହେମୋଫିଲସ ଯୋଗୁ ଏହା ହୁଏ । [୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ରଞ୍ଜନରଶ୍ମି କିମ୍ବା ସିଟି ସ୍କାନଦ୍ୱାରା ନିଶ୍ଚିତ କରାଯାଏ ।[୨]
ଏହାର ଚିକିତ୍ସାରେ ଆଣ୍ଟିବାୟୋଟିକ୍, ଏବଂ ସମ୍ଭବତଃ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍ ଏବଂ ଛେଦନ ଏବଂ ନିଷ୍କାସନ କରାଯାଏ ।[୧] [୨] ସାଧାରଣତଃ ସେଫ୍ଟ୍ରିଆକ୍ସନ୍ କିମ୍ବା କ୍ଲିଣ୍ଡାମାଇସିନ ଭଳି ଆଣ୍ଟିବାୟୋଟିକ୍ ବ୍ୟବହୃତ ହୁଏ ।[୨] ଠିକ୍ ସମୟରେ ଚିକିତ୍ସା କଲେ ଫଳାଫଳ ସାଧାରଣତଃ ଭଲ ହୁଏ ।[୨] ଏହି ରୋଗ କ୍ୱଚିତ ହୁଏ । [୧] ଯଦିଓ ଏହା ଯେ କୌଣସି ବୟସରେ ହୋଇପାରିଲେ ମଧ୍ୟ ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଅଧିକ ଦେଖାଯାଏ ।[୩] [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Jain, H; Knorr, TL; Sinha, V (January 2022). "Retropharyngeal Abscess". PMID 28722903.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Retropharyngeal Abscess - Ear, Nose, and Throat Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 29 April 2022.
- ↑ "Retropharyngeal abscess - Symptoms, diagnosis and treatment | BMJ Best Practice US". bestpractice.bmj.com. Archived from the original on 6 May 2021. Retrieved 29 April 2022.