ରୀନା ଅଗ୍ରୱାଲ
ରୀନା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଯିଏକି ମୁଖ୍ୟତଃ ଫିଚର ଫିଲ୍ମ, ଦୂରଦର୍ଶନ ଧାରାବାହିକ ଏବଂ ଥିଏଟର ନାଟକରେ ଅଭିନୟ କରିନ୍ତି । ସେ ରୀନା ମଧୁକର ଭାବରେ ମଧ୍ୟ ଜଣାଶୁଣା ।
ରୀନା ଅଗ୍ରୱାଲ | |
---|---|
ଜନ୍ମ | ପୁଣେ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ଅଭିନୟ ଓ ମଡେଲିଂ
ସମ୍ପାଦନାରୀନା ୨୦୦୯ ମସିହାରେ ଡିଜନି ଚ୍ୟାନେଲ ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ କ୍ୟା ମସ୍ତ ହୈ ଲାଇଫ୍ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ନିତିନ ଦେଶାଇଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଅଜିନ୍ତାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅମୀର ଖାନଙ୍କ ଅଭିନୀତ କଥାଚିତ୍ର ତାଲାଶ: ଦି ଆନ୍ସାର୍ ଲାଇଜ୍ ଉଇଦିନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ସେ ଜଣେ ମହିଳା ପୋଲିସ କନଷ୍ଟେବଳ ସବିତା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ଆଣ୍ଡ ଟିଭିରେ ପ୍ରସାରିତ ଧାରାବାହିକ ଏଜେଣ୍ଟ ରାଘବ - କ୍ରାଇମ ବ୍ରାଞ୍ଚରେ ଫରେନସିକ୍ ଡାକ୍ତର ଆରତୀ ମିସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୧] ତାଙ୍କର ମରାଠୀ କଥାଚିତ୍ର ଝାଲା ବାଭତା ଜାନୁଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା ।[୨] ସେ ହିନ୍ଦୀ କଥାଚିତ୍ର ବେହେନ୍ ହୋଗି ତେରୀ ଓ ମରାଠୀ କଥାଚିତ୍ର ଦେବ ଦେବହାରୀତ୍ ନହିରେ ଅଭିନୟ କରିଥିଲେ ।[୩] ସେ ମଞ୍ଚରେ ବିଭିନ୍ନ ନାଟକ ଓ ଡ୍ରାମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଜଣାଶୁଣା ମରାଠୀ ଥିଏଟର ନାଟକ ହେଉଛି ମାଜି ବାଇକୋ ମାଜି ମେହୁନି ଓ ହିନ୍ଦୀ ଥିଏଟର ନାଟକ ହେଉଛି କୃଷ୍ଣପ୍ରିୟା । ସେ କୋନ୍ ହୋଈଲ୍ ମରାଠୀ କରୋଡ଼ପତି ୩ର ବିଜ୍ଞାପନରେ[୪] ଓ ମ୍ୟୁଜିକ୍ ଭିଡିଓ ରଙ୍ଗ ପ୍ରୀତିରେ ଅଭିନୟ କରିଥିଲେ ।[୫] ୨୦୧୮ ମସିହାରେ, ସେ ୩୧ ଦିବସରେ ଅଭିନୟ କରିଥିଲେ ।[୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ଆଧାର |
---|---|---|---|---|
୨୦୧୨ | ଅଜିନ୍ତା | କମଳା | ମରାଠୀ | |
୨୦୧୨ | ାଲାଶ:
ି ଆନ୍ସାର୍ ଲାଇଜ୍ ଉଇଦିନ୍ଦ |
ସବିତା | ହିନ୍ଦୀ | [୭] |
୨୦୧୭ | ଝାଲା ବୋଭାତା | ମରାଠୀ | ||
୨୦୧୭ | ବେହେନ୍ ହୋଗି ତେରୀ | ରିତୁ | ହିନ୍ଦୀ | |
୨୦୧୭ | ଦେବ ଦେବହାରତ ନାହି | ବିଦ୍ୟା | ମରାଠୀ | [୮] |
୨୦୧୮ | ୩୧ ଦିବସ | ମୀରା | [୯] | |
୨୦୨୩ | ଚାପା କାଟା | ମରାଠୀ | [୧୦] |
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଚ୍ୟାନେଲ୍ | ଭୂମିକା |
---|---|---|---|
୨୦୦୯-୨୦୧୦ | କ୍ୟା ମସ୍ତ ହୈ ଲାଇଫ୍ | ଡିଜନି ଚ୍ୟାନେଲ ଇଣ୍ଡିଆ | ଟିଆ |
୨୦୧୨-୨୦୧୩ | ବାଲିକା ବଧୁ | କଲର୍ସ ଟିଭି | ଅସୀମା |
୨୦୧୫-୨୦୧୬ | ଏଜେଣ୍ଟ ରାଘବ - କ୍ରାଇମ୍ ବ୍ରାଞ୍ଚ | ଆଣ୍ଡ ଟିଭି | ଡ. ଆରତୀ ମିସ୍ତ୍ରୀ |
୨୦୨୧-୨୦୨୨ | ମ୍ୟାନ୍ ଉଦୁ ଉଦୁ ଝାଲା | ଜୀ ମରାଠୀ | ସନିକା ଦେଶପାଣ୍ଡେ[୧୧] |
ଆଧାର
ସମ୍ପାଦନା- ↑ "Reena Agarwal excited for 'Agent Raghav - Crime Branch'". www.mid-day.com. 2 September 2015. Retrieved 28 June 2018.
- ↑ "Zhalla Bobhata heroine shares screen with Shruti Haasan". Times of India. 18 January 2017. Retrieved 28 June 2018.
- ↑ "Marathi Actress 'Reena Aggarwal' to Act with Shruti Hasan and Rajkumar Rao in a Bollywood Film". marathicineyug.com. Archived from the original on 30 December 2019. Retrieved 28 June 2018.
- ↑ Kon Hoeel Marathi Crorepati, Season 3 | Colors Marathi | Swapnil Joshi | Reena Madhukar | Promo (in ଇଂରାଜୀ), retrieved 2023-10-23
- ↑ Rang Priticha - Marathi Song | Hrishikesh Ranade, Priyanka Barve | Reena Aggarwal, Ashish Dixit (in ଇଂରାଜୀ), retrieved 2023-10-23
- ↑ "Team 31 Divas come together for music launch of the film". timesofindia.indiatimes.com. 22 June 2018. Retrieved 28 June 2018.
- ↑ "'मन उडु उडु झालंय' मालिकेतील सानिका बद्दल हे माहित्येय का?". Maharashtra Times (in ମରାଠୀ). Retrieved 2023-10-23.
- ↑ Developer, Web. "Reena Aggarwal's Marathi film 'Dev Devharyat Nahi' based on true events". Mid-day. Retrieved 2023-10-23.
- ↑ "Reena Madhukar- I-dont-have-any-restrictions-when-it-comes-to-choosing-any-role".
- ↑ "मकरंद अनासपुरेचा नवीन चित्रपट ; 'छापा काटा' लवकरच प्रेक्षकांच्या भेटीला". Loksatta (in ମରାଠୀ). 2023-11-26. Retrieved 2023-12-02.
- ↑ "Reena Madhukar makes marathi TV debut in Man Udu Udu Zhala".[permanent dead link]
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୀନା ଅଗ୍ରୱାଲ