ରିଲୋନାସେପ୍ଟ

ଏକ ଔଷଧ ଯାହା ଅନେକ ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।

ରିଲୋନାସେପ୍ଟ (ଇଂରାଜୀ ଭାଷାରେ Rilonacept), ଆର୍କାଲାଇଷ୍ଟରେ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାରିବାରିକ ଶୀତଳ ଅଟୋଇନଫ୍ଲାମେଟୋରି ସିଣ୍ଡ୍ରୋମ ଓ ମକଲେ-ୱେଲ୍ଲସ ସିଣ୍ଡ୍ରୋମ ସ‌ହିତ କ୍ରାୟୋପାଇରିନ-ଜଡ଼ିତ ପର୍ଯ୍ୟାୟୀ ସିଣ୍ଡ୍ରୋମ;ଇଣ୍ଟରଲିଉକିନ-୧ ରିସେପ୍ଟର ବିରୋଧୀ ଏବଂ ବାରମ୍ବାର ପେରିକାର୍ଡ଼ାଇଟିସ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

ରିଲୋନାସେପ୍ଟ
Clinical data
Trade namesArcalyst
SynonymsIL-1 Trap
AHFS/Drugs.commonograph
data
Routes of
administration
Subcutaneous
Legal status
Legal status
Chemical and physical data
FormulaC9030H13932N2400O2670S74
Molar mass୨,୦୧,୨୦୯.୩୬ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, କର୍କଟ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା ଅଛି ।[୪] ଏହା ଏକ ଇଣ୍ଟରଲିଉକିନ୍ ଗ୍ରାହକ (ରିସେପ୍ଟର) ଇନହିବିଟର ।[୩]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିଲୋନାସେପ୍ଟ ଅନୁମୋଦିତ ହୋଇଥିଲା ।[୩] ୨୦୦୯ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ୨୦୧୨ରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୨୦ ମିଗ୍ରା ବିଶିଷ୍ଟ ଚାରି ଭାଏଲର ମୂଲ୍ୟ ପ୍ରାୟ ୨୧,୦୦୦ ଡଲାର ଥିଲା ।[୬]

ଆଧାର ସମ୍ପାଦନା

  1. "Rilonacept Regeneron (previously Arcalyst) EPAR". European Medicines Agency (EMA). Archived from the original on 2 March 2021. Retrieved 18 March 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Arcalyst- rilonacept injection, powder, lyophilized, for solution". DailyMed. Archived from the original on 16 January 2021. Retrieved 18 March 2021.
  3. ୩.୦ ୩.୧ ୩.୨ "Rilonacept Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 17 October 2021.
  4. "Rilonacept (Arcalyst) Use During Pregnancy". Drugs.com (in ଇଂରାଜୀ). Archived from the original on 25 January 2021. Retrieved 17 October 2021.
  5. "Rilonacept Regeneron (previously Arcalyst)". Archived from the original on 2 March 2021. Retrieved 17 October 2021.
  6. "Arcalyst Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 November 2020. Retrieved 17 October 2021.