ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡ଼େ ୨୭ଦିନରେ ଥରେ ଘୁରି ଆସେ । ଏଥିପାଇଁ ନାକ୍ଷତ୍ରିକ ମାସ ୨୭ଦିନ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ରମାନେ ପୂର୍ବରେ ଉଦିତ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର କରି ତାହାର ଚାରିଆଡ଼େ ପୂର୍ବରୁ ପଶ୍ଚିମକୁ ବୁଲୁଅଛନ୍ତି । ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡ ଉପରେ ଆକାଶରେ ଅବସ୍ଥିତ । ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ, ଏହାର ଉଦୟ ବା ଅସ୍ତ ନାହିଁ । ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୁଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି । ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ । ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ ୭ଟି ଉଜ୍ଜଳ ନକ୍ଷତ୍ରବିଶିଷ୍ଟ ଗୋଟିଏ ନକ୍ଷତ୍ର ପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡପାଖର ୨ଟି ନକ୍ଷତ୍ର ଯୋଗ କରି ସେହି ଗାରକୁ ବଢ଼ାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ । ଥରେ ଧ୍ରୁବତାରାକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବା ସହଜ ହୁଏ । ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା ୪ ମିନିଟ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା ୭ଟାବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ ୭ଟା ବାଜି ୪ ମିନିଟ ହୋଇଥିବ । ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌରମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ । ଯେଉଁ ଚାନ୍ଦ୍ରମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତାହା ପୂର୍ବର ଚାନ୍ଦ୍ରମାସର ନାମକରଣ ହୁଏ; ଯଥା ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ । ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତିମାନଙ୍କୁ ଧ୍ରୁବତାରାର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ବଦଳୁନଥିବା ବୋଲି ଜଣାଯାଏ ।

ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ ୨୭ଟି ନାମ ଦେଇଥିଲେ ଓ ଏ ୨୭ ନକ୍ଷତ୍ରରୁ ଅଧିକା ଅଭିଜିତ ନାମରେ ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ । ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସରୋମବାସୀମାନଙ୍କ ଦିଆ ନାମର ସମାନତା ଅଛି । ଯଥା ହିନ୍ଦୁମାନଙ୍କ ସିଂହ ରାଶି = ଗ୍ରୀକମାନଙ୍କର ଲିଓ (Leo)= ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖାଯାଏ ନାହିଁ । ହିନ୍ଦୁ ଜ୍ୟୋତିଷୋକ୍ତ ୨୭ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଦେଖା ଯାଆନ୍ତି ।

ଖଗୋଳ = ୪ ସମକୋଣ = ୩୬୦ ଡିଗ୍ରୀ । ଏହି ୩୬୦ ଡିଗ୍ରୀକୁ ୧୨ଟି ରାଶି ଏବଂ ୨୭ଟି ନକ୍ଷତ୍ର ଅଧିକାର କରିଅଛି । ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ = ୩୬୦/୧୨ = ୩୦ ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ = ୩୬୦/୨୭ = ୧୩ ୧/୩ ଡିଗ୍ରୀ; ଅର୍ଥାତ ପ୍ରତ୍ୟେକ ରାଶିର ସୀମା ମଧ୍ୟରେ ୨ ୧/୪ ନକ୍ଷତ୍ର ଅଛି ।

  1. ମେଷ ରାଶି (La-Aries, En-The Ram) = ୧ ଅଶ୍ୱିନୀ ନକ୍ଷତ୍ର + ୧ ଦ୍ୱିଜା + ୧/୪ କୃତ୍ତିକା
  2. ବୃଷ (La-Taurus, En-The bull) = ୩/୪ କୃତ୍ତିକା + ୧ ରୋହିଣି + ୧/୨ ମୃଗଶିରା
  3. ମିଥୁନ (La-Gemini, En-The twins) = + ୧/୨ ମୃଗଶିରା + ୧ ଆର୍ଦ୍ରା + ୩/୪ ପୁନର୍ବସୁ
  4. କର୍କଟ (La-Cancer, En-The crab) = ୧/୪ ପୁନର୍ବସୁ+ ୧ ପୁଷ୍ୟା + ୧ ଅଶ୍ଳେଷା
  5. ସିଂହ (La-Leo, En-Lion) = ୧ ମଘା + ୧ ପୂର୍ବଫାଲ୍ଗୁନୀ + ୧/୪ ଉତ୍ତର ଫାଲ୍ଗୁନୀ
  6. କନ୍ୟା (La-Virgo, En-Virgin) = ୩/୪ ଉତ୍ତର ଫାଲ୍ଗୁନୀ + ୧ ହସ୍ତା + ୧ ଚିତ୍ରା
  7. ତୁଳା (La-Libra, En-The scales) = ୧/୨ ଚିତ୍ରା + ୧ ସ୍ୱାତି + ୩/୪ ବିଶାଖା
  8. ବିଛା (La-Scorpio, En-Scorpion) = ୧/୪ ବିଶାଖା + ୧ ଅନୁରାଧା + ୧ ଜ୍ୟେଷ୍ଠା
  9. ଧନୁ (La-Sagitarius, En-The archer) = ୧ ମୂଲା + ୧ ପୂର୍ବାଷାଢ଼ା + ୧/୪ ଉତ୍ତରାଷାଢ଼ା
  10. ମକର (La-Capricornus, En-Capricorn) = ୩/୪ ଉତ୍ତରାଷାଢ଼ା + ୧ ଶ୍ରବଣା + ୧/୨ ଧନିଷ୍ଠା
  11. କୁମ୍ଭ (La-Aquarius, En-Water-bearer) = ୧/୨ ଧନିଷ୍ଠା + ୧ ଶତଭିଷା + ୩/୪ ପୂର୍ବ ଭାଦ୍ରପଦ
  12. ମୀନ (La-Pisces, En-Fishes) = ୧/୪ ପୂର୍ବ ଭାଦ୍ରପଦ + ୧ ଉତ୍ତର ଭାଦ୍ରପଦ + ୧ ରେବତୀ

ବିଷୟସୂଚୀ

୧. ଅଶ୍ୱିନୀସମ୍ପାଦନ କରନ୍ତୁ

୨. ଦ୍ୱିଜାସମ୍ପାଦନ କରନ୍ତୁ

(ଭରଣୀ, ଯମ)

୩. କୃତ୍ତିକାସମ୍ପାଦନ କରନ୍ତୁ

(ମାତୃମଣ୍ଡଳ, ବହୁଳା, ଅନଳ)

୪. ରୋହିଣିସମ୍ପାଦନ କରନ୍ତୁ

(ପ୍ରଜାପତି, ରୋହିତ ତାରା)

୫. ମୃଗଶିରାସମ୍ପାଦନ କରନ୍ତୁ

(ବିଧୁ, ଏଣବ)

୬. ଆର୍ଦ୍ରାସମ୍ପାଦନ କରନ୍ତୁ

(ଶୂଳିନୀ)

୭. ପୁନର୍ବସୁସମ୍ପାଦନ କରନ୍ତୁ

(ସୁରମାତା)

୮. ପୁଷ୍ୟାସମ୍ପାଦନ କରନ୍ତୁ

(ଗୁରୂ)

୯. ଅଶ୍ଳେଷାସମ୍ପାଦନ କରନ୍ତୁ

(ଭୁଜଙ୍ଗ, ରାହୁ)

୧୦. ମଘାସମ୍ପାଦନ କରନ୍ତୁ

(ପିତୃ)

୧୧. ପୂର୍ବଫାଲ୍ଗୁନୀସମ୍ପାଦନ କରନ୍ତୁ

(ଯୋନିଭ, ଅର୍ଜୁନୀ)

୧୨. ଉତ୍ତର ଫାଲ୍ଗୁନୀସମ୍ପାଦନ କରନ୍ତୁ

(ଅର୍ଯ୍ୟମା)

୧୩. ହସ୍ତାସମ୍ପାଦନ କରନ୍ତୁ

(କରୀ)

୧୪. ଚିତ୍ରାସମ୍ପାଦନ କରନ୍ତୁ

(ତ୍ୱଷ୍ଟା, ନାଭିତାରା)

୧୫. ସ୍ୱାତିସମ୍ପାଦନ କରନ୍ତୁ

(ବାୟୁ, ନିଷ୍ଠ୍ୟ)

୧୬. ବିଶାଖାସମ୍ପାଦନ କରନ୍ତୁ

୧୭. ଅନୁରାଧାସମ୍ପାଦନ କରନ୍ତୁ

(ମିତ୍ର)

୧୮. ଜ୍ୟେଷ୍ଠାସମ୍ପାଦନ କରନ୍ତୁ

(ବାସବ)

୧୯. ମୂଳାସମ୍ପାଦନ କରନ୍ତୁ

୨୦. ପୂର୍ବାଷାଢ଼ାସମ୍ପାଦନ କରନ୍ତୁ

୨୧. ଉତ୍ତରାଷାଢ଼ାସମ୍ପାଦନ କରନ୍ତୁ

(ବିଶ୍ୱ)

୨୨. ଶ୍ରବଣାସମ୍ପାଦନ କରନ୍ତୁ

(କେଶବ)

୨୩. ଧନିଷ୍ଠାସମ୍ପାଦନ କରନ୍ତୁ

(ଶ୍ରବିଷ୍ଠା, ଧନ)

୨୪. ଶତଭିଷାସମ୍ପାଦନ କରନ୍ତୁ

(ଶତତାରକା)

୨୫. ପୂର୍ବ ଭାଦ୍ରପଦସମ୍ପାଦନ କରନ୍ତୁ

୨୬ ଉତ୍ତର ଭାଦ୍ରପଦସମ୍ପାଦନ କରନ୍ତୁ

୨୭. ରେବତୀସମ୍ପାଦନ କରନ୍ତୁ

୨୮. ଅଭିଜିତସମ୍ପାଦନ କରନ୍ତୁ

ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଏହାକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । ଏହା ଧନିଷ୍ଠା ନକ୍ଷତ୍ର ଲାଞ୍ଜ ଦିଗରେ ଅବସ୍ଥିତ । ସୌର ଜଗତ ଏହି ତାରା ଆଡ଼କୁ ଗତି କରୁ ଅଛି ବୋଲି ପାଶ୍ଚାତ୍ୟ ପଣ୍ଡିତ ମାନେ କହନ୍ତି । ବହୁ ସହସ୍ର ବର୍ଷ ପୂର୍ବେ ଏହି ତାରା ଧ୍ରୁବତାରା (Pole star) ଥିବାର ପଣ୍ଡିତ ମାନେ ନିର୍ଣ୍ଣୟ କରନ୍ତି ।

ଏହି ୨୮ ନକ୍ଷତ୍ର ବା ତାରାପୁଞ୍ଜ ଛଡ଼ା ଆଉ ଅନେକ ଗୁଡ଼ିଏ ନକ୍ଷତ୍ର ବା ତାରକା ଆକାଶରେ ଦେଖା ଯାଆନ୍ତି । ହିନ୍ଦୁ ଜ୍ୟୋତିଷିମାନେ ତହିଁରୁ କେତେଗୁଡିଏର ନାମକରଣ କରି ଅଛନ୍ତି ।

ବଡ଼ ସପ୍ତର୍ଷିମଣ୍ଡଳସମ୍ପାଦନ କରନ୍ତୁ

(ପିତୃଗଣ; ଚିତ୍ରଶିଖଣ୍ଡୀ; ଋକ୍ଷମଣ୍ଡଳ) (En:The Great Bear; The Plough; Charle’s Wain; The Wagon; The Butcher’s cleaver) ଉତ୍ତରାକାଶରେ ଧ୍ରୁବତାରାକୁ କେନ୍ଦ୍ର କରି ତା ଚାରିପାଖରେ କିଛିଦୂର ଛଡ଼ାରେ ଘୂରୁଥିବା ୭ଟି ଉଜ୍ଜଳ ତାରା ୧:କ୍ରତୁ, ୨: ପୂଲହ, ୩. ପୂଲସ୍ତ୍ୟ, ୪. ଅତ୍ରି, ୫. ଅଙ୍ଗିରା, ୬. ବଶିଷ୍ଠ, ୭. ମରୀଚି ।

ଅରୁନ୍ଧତୀସମ୍ପାଦନ କରନ୍ତୁ

(La:Alcor; Fr:Saidak) ଉତ୍ତରାକାଶରେ ସପ୍ତର୍ଷିମଣ୍ଡଲର ଲାଞ୍ଜର ଶେଷ ମୁଣ୍ଡ ତାରକାକୁ ଛାଡ଼ି ଗୋଟିଏ ତାରା (୬ଷ୍ଠ ତାରା) ନିକଟରେ ଥିବା କ୍ଷୁଦ୍ର ତାରା । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମରିବାର ୬ମାସ ପୂର୍ବରୁ ଏ ତାରା ମନୁଷ୍ୟର ଆଖିକୁ ଦେଖାଯାଏ ନାହିଁ । ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା । ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀଙ୍କୁ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ ଓ ବାକି ୬ ଜଣଙ୍କୁ ନିଜ ନିଜ ପାଖରୁ ତଡ଼ିଦେଲେ । ସେମାନେ ଯାଇ କୃତ୍ତିକାପୁଞ୍ଜରେ ରହିଲେ । ଅରୁନ୍ଧରୀ ପତିବ୍ରତା ନାରୀର ଆଦର୍ଶ । ଏଥିପାଇଁ ବିବାହିତ ଦମ୍ପତି ପାଣିଗ୍ରହଣବିଧି ଶେଷରେ ସାଙ୍ଗ ହୋଇ ବଷିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି ।

ଧ୍ରୁବତାରାସମ୍ପାଦନ କରନ୍ତୁ

(ସୌମ୍ୟଧ୍ରୁବ; ଶିଶୁମାର ପୁଚ୍ଛ) (North pole star; The Polaris) ସବୁ ନକ୍ଷତ୍ର ମଧ୍ୟରେ କେବଳ ଏହି ଧ୍ରୁବତାରା ସ୍ଥିର ଓ ଅଚଳ । ଆକାଶମଣ୍ଡଳର ଅନ୍ୟ ସମସ୍ତ ତାରା ଧ୍ରୁବକୁ କେନ୍ଦ୍ର କରି ପୂର୍ବରୁ ପଶ୍ଚିମକୁ ବେଙ୍ଗଳା ପରି ଘୂରୁଛନ୍ତି। ଏ ତାରା ଅପେକ୍ଷାକୃତ ନିଶ୍ଚଳ ଥିଲେ ମଧ୍ୟ ଏହାର ଗତି ଅଛି ।

ଛୋଟ ସପ୍ତର୍ଷିମଣ୍ଡଳସମ୍ପାଦନ କରନ୍ତୁ

(ଶିଶୁମାରମଣ୍ଡଳ; ଧ୍ରୁବାମଣ୍ଡଳ; ଧ୍ରୁବପୁଞ୍ଜ)(La:Ursa Minoris; La: Polaris; En:The Little or Lesser Bear; Ar:Arkas; Ar:Kochab; Ar:Pherkad )

ଧ୍ରୁବମତ୍ସ୍ୟସମ୍ପାଦନ କରନ୍ତୁ

(Gr:Thuban; Ar;Rastaban)

କାଶ୍ୟପୀୟ ମଣ୍ଡଳସମ୍ପାଦନ କରନ୍ତୁ

(En:Lady’s chair or The lady in ther throne, Caph, Cedar)

ବ୍ରହ୍ମ କଟାହସମ୍ପାଦନ କରନ୍ତୁ

(ବ୍ରହ୍ମ ମଣ୍ଡଳ) (Gr:Aige Cappella; Ar:Alajoth, Menakalinnan)

କାଳପୁରୂଷ ପୂଞ୍ଜସମ୍ପାଦନ କରନ୍ତୁ

(ରୁଦ୍ର; ଅଗ୍ରହାୟଣ) (En:Orion)

ଆପାଂବତ୍ସସମ୍ପାଦନ କରନ୍ତୁ

(ଆପାଂନପାତ୍) (Theta Virginus)

ଅଗସ୍ତ୍ୟସମ୍ପାଦନ କରନ୍ତୁ

(Canopus)

ଯାମୀସମ୍ପାଦନ କରନ୍ତୁ

(ଯମୂନା; ନଦୀମୂଖ; ଶୂଳ) (La:Acherner; En Eridani; Alpha Eridani)

ତ୍ରିଶଙ୍କୁନଣ୍ଡଳସମ୍ପାଦନ କରନ୍ତୁ

(Southern Cross)

ଜୟସମ୍ପାଦନ କରନ୍ତୁ

(Alpha Centauris): ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ପ୍ରଥମ ତାରା ।

ବିଜୟସମ୍ପାଦନ କରନ୍ତୁ

(Beta Centauris) : ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ଦ୍ୱିତୀୟ ତାରା ।

ସାରମେୟ ଯୁଗଳସମ୍ପାଦନ କରନ୍ତୁ

(କାଳକଞ୍ଜ ମଣ୍ଡଳ) (Cor Caroli or Charle’s heart)

ପରଶୁରାମ ମଣ୍ଡଳସମ୍ପାଦନ କରନ୍ତୁ

(Perseus; Merfak; Algol; Caput)

ମତ୍ସ୍ୟ ମୂଖସମ୍ପାଦନ କରନ୍ତୁ

(Formalhaut)

କାଳୀୟସମ୍ପାଦନ କରନ୍ତୁ

(ହ୍ରଦ ସର୍ପ; ରାହୁମଣ୍ଡଳ) (Hydra)

ତିମି ମଣ୍ଡଳସମ୍ପାଦନ କରନ୍ତୁ

(Cetus)

ଆଧାରସମ୍ପାଦନ କରନ୍ତୁ