ରାମ ମନ୍ଦିର, ଭୁବନେଶ୍ୱର

(ରାମ ମନ୍ଦିର, ଭୁବନେଶ୍ଵରରୁ ଲେଉଟି ଆସିଛି)

ରାମ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ରାମ ମନ୍ଦିର ।[୧] ଏହା ନଗରର ଜନପଥରେ ଖାରବେଳ ନଗରଠାରେ ଅବସ୍ଥିତ ।[୨] ୧୯୭୯ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।

ରାମ ମନ୍ଦିର
ରାମ ମନ୍ଦିର, ଭୁବନେଶ୍ୱର
ରାମ ମନ୍ଦିର, ଭୁବନେଶ୍ୱର
Religion
ସମ୍ବନ୍ଧତାHinduism
Districtଖୋର୍ଦ୍ଧା
Location
ଅବସ୍ଥିତିଭୁବନେଶ୍ୱର
ଦେଶଭାରତ

ମନ୍ଦିରଟି ୧.୨୫ ଏକର ପରିମିତ ଜାଗାରେ ପ୍ରତିଷ୍ଠିତ । ବେଢ଼ାରେ ମୁଖ୍ୟ ମନ୍ଦିର ସହିତ ଅନ୍ୟ ୬ଟି ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ରହିଛି ।

ରାମ ମନ୍ଦିର ମୁଖଶାଳା

ଇତିହାସସମ୍ପାଦନ କରନ୍ତୁ

ଭୁବନେଶ୍ୱରରେ ରାମ ମନ୍ଦିରଟିଏ ନଥିବାରୁ, ଏହି ମନ୍ଦିରଟି ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲେ ବାରଙ୍ଗ କାଚ କାରଖାନାର ପ୍ରତିଷ୍ଠାତା ଦେଓକରଣ ଝୁନଝୁନୱାଲା । ମନ୍ଦିରର ରାମ, ଲକ୍ଷ୍ମଣ ଓ ସୀତାଙ୍କର ବିଗ୍ରହ ସେ ରାଜସ୍ଥାନରେ ଆଣି ବର୍ତ୍ତମାନ ମନ୍ଦିରର ଖାଇବା ସ୍ଥାନରେ ରଖି ପୂଜା ଆରମ୍ଭ କରିଥିଲେ । ୧୯୬୮ ମସିହାରେ ଦେଓକରଣଙ୍କର ପରଲୋକ ଘଟିଥିଲା ଓ ମନ୍ଦିର ପ୍ରତିଷ୍ଠା ହେବାର ଆଶା ମଧ୍ୟ ମଉଳିଥିଲା । ବହୁ ବର୍ଷ ପରେ, ଓଡ଼ିଶା ସରକାର ମନ୍ଦିର ପାଇଁ ୧.୨୫ ଏକର ଜମି ଯୋଗାଇ ଦେଇଥିଲେ । ସାତ ଜଣ ପ୍ରତିଷ୍ଠିତ ବ୍ୟବସାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ । ସେମାନେ ଥିଲେ ହଂସରାଜ ନରୁଲା, ଜଗଦୀଶ ଚନ୍ଦ୍ର ବୁଦ୍ଧିରାଜା, ଯୁଗଳ କିଶୋର ଝୁନଝୁନୱାଲା, ଶ୍ୟାମସୁନ୍ଦର ଅଗ୍ରୱାଲା, ଜଗଦୀଶ ରାୟ ଗୁପ୍ତା, ରାଜକିଶୋର ସାହୁ ଓ ବି. ଜେ. ପାଠକ । ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ କୋଠାରି ଆଣ୍ଡ ଆସୋସିଏଟସ । ୧୯୭୯ ମସିହା ଜୁନ ୨୭ ତାରିଖ, ରଥଯାତ୍ରା ପରଦିନ ପୁରୀର ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।[୩]

ପର୍ବପର୍ବାଣିସମ୍ପାଦନ କରନ୍ତୁ

ଏଠାରେ ପ୍ରତିବର୍ଷ ରାମ ନବମୀରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ ।

ଆଧାରସମ୍ପାଦନ କରନ୍ତୁ

  1. http://www.odishatourism.gov.in/?q=node/193
  2. The India Travel Planner. Cross Section Publications (P) Limited. 1989.
  3. "୭ଜଣ ମିଶି ପ୍ରତିଷ୍ଠା କରିଥିଲେ ରାମ ମନ୍ଦିର". No. ସମ୍ବାଦ ୧୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. 13 April 2021. Archived from the original on 13 April 2021. Retrieved 13 April 2021.