ରାମ୍ବୁଟାନ୍ (ବୈଜ୍ଞାନିକ ନାମ: ନେଫେଲିୟମ୍ ଲାପେସେମ୍) ସାପିଣ୍ଡେସିଆ ପରିବାରର ଏକ ମଧ୍ୟମ ଆକାରର କ୍ରାନ୍ତୀୟ ଉଦ୍ଭିଦ । ଏହାର ଫଳକୁ ମଧ୍ୟ ରାମ୍ବୁଟାନ୍ କୁହାଯାଏ | ରାମ୍ବୁଟାନ୍ ଉତ୍ପତି ଦକ୍ଷିଣ ପୂର୍ବ ଏସିଆ ମୂଳର ଅଟେ। ଏହା ଲିଚୁ, ଲଙ୍ଗାନ୍, ପୁଲାସାନ୍, ଏବଂ ମାମୋନସିଲୋ ପରି ଅନ୍ୟାନ୍ୟ ଖାଇବା ଯୋଗ୍ୟ କ୍ରାନ୍ତୀୟ ଫଳର ସମ୍ପର୍କିୟ ।[]

ନାମର ଉତ୍ପତ୍ତି

ସମ୍ପାଦନା

"ରାମ୍ବୁଟାନ୍" ନାମ ମାଳୟ ଶବ୍ଦ ରାମବୁଟରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "କେଶ"। ଏହା ଫଳର ବହୁ ଲୋମଯୁକ୍ତ ଚୋପାକୁ ସୁଚେଇ ଥାଏ ।[]

ଉତ୍ପତ୍ତି ଓ ବ୍ୟାପକତା

ସମ୍ପାଦନା
 
ରାମ୍ବୁଟାନ , କାଟିବା ପରେ

ରାମ୍ବୁଟାନର ଆନୁବଂଶିକ(ଜେନେଟିକ) ବିବିଧତାର କେନ୍ଦ୍ର ହେଉଛି କାଲିମାନ୍ଟାନ୍ (ବୋର୍ନେଓ ଦ୍ୱୀପର ଇଣ୍ଡୋନେସିଆ ଅଂଶ)। ଯାହକି ଏହାର ସମ୍ଭାବ୍ୟ ଉତ୍ପତ୍ତି ସ୍ଥଳକୁ ସୂଚାଇଥାଏ । ଏହା ସେଠାରୁ ଏସିଆ, ଆଫ୍ରିକା, ଓସେନିଆ ଏବଂ ମଧ୍ୟ ଆମେରିକାର କିଛି ଅଂଶକୁ ବ୍ୟାପିଛି ।[]

ପ୍ରାୟ ତ୍ରୟୋଦଶରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଭାରତ ମହାସାଗର ବାଣିଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆରବ ବ୍ୟବସାୟୀମାନଙ୍କଦ୍ୱାରା ରାମ୍ବୁଟାନର ପ୍ରସାର ହୋଇଥିଲା। ସେମାନଙ୍କଦ୍ୱାରା ପୂର୍ବ ଆଫ୍ରିକାର ଜାଞ୍ଜିବର ଏବଂ ପେମ୍ବାରେ ରାମ୍ବୁଟାନ୍ ପ୍ରବେଶ କରିଥିଲା । ଭାରତର କେତେକ ସ୍ଥାନରେ ସୀମିତ ରାମ୍ବୁଟାନ୍ ଦେଖିବାକୁ ମିଳେ । ଊନବିଂଶ ଶତାବ୍ଦୀରେ, ଡଚ୍ ଔପନିବେଶିକମାନେ ଦକ୍ଷିଣ ପୂର୍ବ ଏସିଆରରୁ ଦକ୍ଷିଣ ଆମେରିକାର ସୁରିନାମ ପର୍ଯ୍ୟନ୍ତ ରାମ୍ବୁଟାନ୍ ପରିଚିତ କରାଇଲେ । ସମୟକ୍ରମେ ଏହା କ୍ରାନ୍ତୀୟ ଆମେରିକାରେ ଯଥା କଲମ୍ବିଆ, ଇକ୍ୟୁଏଡର୍, ହୋନ୍ଡୁରାସ, କୋଷ୍ଟାରିକା, ତ୍ରିନିଦାଦ ଏବଂ କ୍ୟୁବାର ଉପକୂଳ ନିମ୍ନଭୂମିରେ ବ୍ୟାପିଗଲା । ୧୯୧୨ ମସିହାରେ ଇଣ୍ଡୋନେସିଆରୁ ଫିଲିପାଇନ୍ସରେ ରାମ୍ବୁଟାନ୍ ପରିଚିତ ହୋଇଥିଲା । ୧୯୫୦ ଦଶକ ପର୍ଯ୍ୟନ୍ତ ଏହାର ବ୍ୟାପକତା ସୀମିତ ଥିଲା ।

ବର୍ଣ୍ଣନା

ସମ୍ପାଦନା
 
ରାମ୍ବୁଟାନ , ଚୋପା ସହ ଓ ଚୋପା ଛଡାହେଲା ପରେ

ଏହା ଏକ ଚିର ସବୁଜ ଗଛ ଯାହାକି ୧୨–୨୦ ମିଟର ଉଚ୍ଚତାରେ ବଢିଥାଏ । ପତ୍ରଗୁଡିକ ୧୦-୩୦ ସେମି ଲମ୍ବ, ଫୁଲଗୁଡ଼ିକ ଛୋଟ, ୫ ମିମି ବିଶିଷ୍ଟ ହୋଇଥାଏ । ଏହାର ଫଳ ଅଣ୍ଡାକାର ଏବଂ , ୩-୬ ସେମି (କ୍ୱଚିତ୍ ୮ ସେମି) ଲମ୍ବ ଏବଂ ୩-୪ ସେମି ପ୍ରସ୍ତ । ଏଥିରେ ଗୋଟିଏ ମଞ୍ଜି ଥାଏ । ଏକତ୍ର ୧୦–୨୦ ଫଳର ଏକ ପେନ୍ଥାରେ ଫଳ ଧରେ । ଚୋପା ଲାଲ ରଙ୍ଗର (କ୍ୱଚିତ୍ କମଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ), ଏବଂ ଲୋମଯୁକ୍ତ । ଫଳର ଛୋପ ଓ ମାଂସ , ଉଭୟ ଖାଦ୍ୟ ଯୋଗ୍ୟ ।

ପ୍ରତ୍ୟେକ ଫଳର ଗୋଟିଏ ବାଦାମୀ ରଙ୍ଗର ମଞ୍ଜି ଥାଏ । ମଞ୍ଜିର ଆକାର ୧ ସେମି ହୋଇଥାଏ । ମଞ୍ଜିଗୁଡିକ ମଧ୍ୟ ଖାଦ୍ୟ ଯୋଗ୍ୟ ।[]

 
ରାମ୍ବୁଟାନ ପେନ୍ଥା

ଉତ୍ପାଦନ

ସମ୍ପାଦନା

ରାମ୍ବୁଟାନ୍ ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ବିଶିଷ୍ଠ ଦକ୍ଷିଣ ପୂର୍ବ ଏସିଆରେ ଚାଷ କରାଯାଏ | ଏହା ଏକ ଲୋକପ୍ରିୟ ଫଳ ଗଛ ଏବଂ ଛୋଟ ବଗିଚାରେ ବ୍ୟବସାୟିକ ଭାବରେ ଚାଷ ହୁଏ | ଏହା ଦକ୍ଷିଣ ପୂର୍ବ ଏସିଆର ଅନ୍ୟତମ ଜଣାଶୁଣା ଫଳ ଏବଂ ଆଫ୍ରିକା, ଦକ୍ଷିଣ ମେକ୍ସିକୋ, କାରିବିଆନ୍ ଦ୍ୱୀପପୁଞ୍ଜ, କୋଷ୍ଟାରିକା, ହୋଣ୍ଡୁରାସ, ପାନାମା, ଭାରତ, ଫିଲିପାଇନ୍ସ ଏବଂ ଶ୍ରୀଲଙ୍କା ସମେତ ଅନ୍ୟାନ୍ୟ ସ୍ଥାନରେ ଚାଷ କରାଯାଏ |

ଥାଇଲ୍ୟାଣ୍ଡ ହେଉଛି ରାମ୍ବୁଟାନ୍ ବୃହତ୍ତମ ଉତ୍ପାଦକ, ୫୮୮,୦୦୦ ଟନ୍ (୫୫.୫ ପ୍ରତିଶତ) ସହିତ ଇଣ୍ଡୋନେସିଆ, ତା’ପରେ ଇଣ୍ଡୋନେସିଆ ୩୨୦,୦୦୦ ଟନ୍ (୩୦.୨ ପ୍ରତିଶତ) ଏବଂ ମାଲେସିଆ ୧୨୬,୩୦୦ ଟନ୍ (୧୧.୯ ପ୍ରତିଶତ) ସହିତ ୨୦୦୫ରେ ଏହି ତିନୋଟି ଦେଶ ମିଳିତ ଭାବରେ 97 ପ୍ରତିଶତ ଅଂଶ ଉତ୍ପାଦନ କରିଛନ୍ତି।[]

  1. "Rambutan". Purdue University. Retrieved 2020-11-27.
  2. ୨.୦ ୨.୧ "Opening the rambutan". Opening the rambutan. Retrieved 2020-11-27.
  3. Paull, R.E.; Duarte, O.; International, C.A.B. (2011). Tropical Fruits. Crop production science in horticulture. CABI. ISBN 978-1-84593-789-8. Retrieved 2020-11-27.
  4. ACTIMAGE. "Rambutan". FruiTrop online. Retrieved 2020-11-27.