ରାମବିଭା

ଓଡ଼ିଆ-ଭାଷାରେ ଲିଖିତ ପୁସ୍ତକ

ରାମ‌ବିଭା କବି ଅର୍ଜୁନ ଦାସଙ୍କ ଲିଖିତ ଏକ ଛାନ୍ଦକାବ୍ୟ । ଏଥିରେ ରାମଚନ୍ଦ୍ରଙ୍କ ବିବାହ ବର୍ଣ୍ଣିତ ହୋଇଛି । ଏହା ଓଡ଼ିଆ ଭା‌ଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । [୧]

କାବ୍ୟ ଛାନ୍ଦ ସଂଖ୍ୟା ବାଣୀ
ରାମ‌ବିଭା ମଙ୍ଗଳ ଧନାଶ୍ରୀ ମେଢ଼ତୋଳା
ରାମ‌ବିଭା ୧୦ ପିଅର ଗମନ
ରାମ‌ବିଭା ମେଢ଼ତୋଳା
କଳ୍ପଲତା ଜୟ ଦାମୋଦର
କଳ୍ପଲତା ବସନ୍ତ ଭଇରବ
କଳ୍ପଲତା ମୁନିବର
କଳ୍ପଲତା ୧୦ ଶ୍ରୀରାମଚନ୍ଦ୍ର ବରିଲେ
କଳ୍ପଲତା ୧୨ ପିଅର ଜନନୀ ନିଜ ମନ୍ଦିରେ ମିଳିଲେ
କଳ୍ପଲତା ୧୩ ଦଶରଥ ରାୟେ ଘରେ ମିଳିଲେ

ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତ‌ଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମ‌ବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବ‌ହୁ ପ୍ରାଚୀନ ଶବଦର ପ୍ର୍‌ୟୋଗ ହୋଇଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବ‌ହୃତ ହୋଇଥିବାରୁ ଅର୍ଜଆଧାରୁାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମ‌ବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷ‌ର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।

ପାଟ ଜଉତିଷ ନଟ ମୂଳ
ପାରି ହୋଇ ଯାଇ ରହିଲେ କୃଷ୍ଣକୁନ୍ତଳା ନ‌ଦୀତୀର ।

— ଚତୁର୍ଥ ଛାନ୍ଦ, କଳ୍ପଲତା, ଅର୍ଜୁନ ଦାସ

ଆଧାର ସମ୍ପାଦନା

  1. ମହାନ୍ତି, ସୁରେନ୍ଦ୍ର (୧୯୭୯). ଓଡ଼ିଆ ସାହିତ୍ୟର ମଧ୍ୟପର୍ବ. କଟକ ଷ୍ଟୁଡେଣ୍ଟସ ଷ୍ଟୋର,.{{cite book}}: CS1 maint: extra punctuation (link)