ରାମଚଣ୍ଡୀ ମନ୍ଦିର
ରାମଚଣ୍ଡୀ
କୋଣାର୍କ ମନ୍ଦିରଠାରୁ ପ୍ରାୟ ଛଅ-ସାତ କି.ମି. ଦୂରରେ ସମୁଦ୍ରକୂଳରେ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ରାମଚଣ୍ଡୀଙ୍କ ମନ୍ଦିରର ମାତ୍ର ଅଳ୍ପଦୂରରେ କୁଶଭଦ୍ରା ନଦୀ ବଙ୍ଗୋପ ସାଗରରେ ମିଶିଛି । ପୂର୍ବେ ଏଠାରେ ଏକ ସୁଦୃଶ୍ୟ ମନ୍ଦିର ଥିବାର ମନେହୁଏ, ସମୁଦ୍ର ନିକଟରେ ଥିବାରୁ ଲହରୀର ପ୍ରଭାବରେ ଭାଙ୍ଗିଯିବା ପରେ ଏହି କ୍ଷୁଦ୍ର ମନ୍ଦିରଟି ନିର୍ମିତ ହୋଇଛି ।
କିମ୍ବଦନ୍ତୀ
ସମ୍ପାଦନାଲାଙ୍ଗୁଡା ନରସିଂହ ଦେବ ସୂର୍ଯ୍ୟମନ୍ଦିର ନିର୍ମାଣ କରିବା ପୂର୍ବରୁ ମନ୍ଦିର ବେଢାରେ ପ୍ରଥମେ ରାମଚଣ୍ଡୀଙ୍କୁ ପ୍ରତିଷ୍ଠା କରି ଅନ୍ୟ ମନ୍ଦିର ନିର୍ମାଣ କରିଥିଲେ । କଳାପାହାଡ ଏହି ମନ୍ଦିରକୁ ଧ୍ୱଂସ କଲାବେଳେ କିମ୍ବଦନ୍ତୀ ରହିଛି ରାମଚଣ୍ଡୀ ଦେବୀ ଏକ ଲାଲ ପାଟଶାଢୀ ପିନ୍ଧିଥିବା ବେଶରେ କାଖରେ କଳସୀଟିଏ ଧରି କଳାପାହାଡକୁ ଭୁଲାଇ ତାର ତୃଷା ମେଣ୍ଟାଇବା ପାଇଁ ପାଣି ଆଣିବା ପାଇଁ କୋଣାର୍କ ମନ୍ଦିରରୁ ବାହାରି ଯାଇଥିଲେ ଓ ବହୁଦିନପରେ ସ୍ଥାନୀୟ ସେବାୟତଙ୍କୁ ସ୍ୱପ୍ନରେ ଦେଖାଦେଲେ । ଫଳରେ କୁଶଭଦ୍ରା ନଦୀର ମୁହାଣରେ ଗଭୀର ଜଳରୁ ଦେବୀ ମୂର୍ତ୍ତିଟିକୁ ଉଦ୍ଧାର କରାଯାଇ ନୂତନ ମନ୍ଦିରଟି ପ୍ରତିଷ୍ଠା କରାଯାଇଛି ।
ଅନ୍ୟ ଏକ ଜଣଶୃତିରୁ ଜଣାଯାଏ, ସୀତା ହରଣ ପରେ ଶୋକାକୁଳ ରାମଚନ୍ଦ୍ର ସମୁଦ୍ର କୂଳରେ ବୁଲୁଥିବା ଅବସ୍ଥାରେ କୋଣାର୍କ କ୍ଷେତ୍ରରେ ପହଞ୍ଚିଥିଲେ ଓ ରାମଚଣ୍ଡୀଙ୍କୁ ଉପାସନା କରି ଲଙ୍କା ବିଜୟ ପାଇଁ ସମର୍ଥ ହୋଇଥିଲେ । ରାମଚନ୍ଦ୍ର ପୂଜା କରିଥିବାରୁ ସେହି ଦେବୀଙ୍କୁ ରାମଚଣ୍ଡୀ କୁହାଯାଏ ।
ଦେବୀଙ୍କ ସ୍ୱରୂପ
ସମ୍ପାଦନାଦେବୀଙ୍କ ମୂର୍ତ୍ତିଟି ପ୍ରାୟ ଅଢେଇଫୁଟ ଉଚ୍ଚ । ଦେବୀ ଦଶଭୂଜା ଓ ସିଂହାସନାରୁଢା । ସେ ମହିଷାସୁରକୁ ଶୂଳବିଦ୍ଧ କରିଥିବା ଦେଖାଯାଏ । ଏହି ମନ୍ଦିର ବେଢାରେ ଏକ ଶିବଲିଙ୍ଗ ମଧ୍ୟ ପୂଜା ପାଉଛନ୍ତି । ଆଶ୍ୱିନ ମାସରେ ଏଠାରେ ଷୋହଳ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣ ଚଣ୍ଡୀପାଠ ଓ ହୋମ କରିଥାନ୍ତି । ଏଠାରେ ମହାଷ୍ଟମୀ ଦିନ ଯଜ୍ଞ ପରେ ଗୋଟିଏ ମେଷ ବଳି ଦିଆଯାଏ । ଏହା ବ୍ୟତୀତ ଷୋଳପୂଜା ସମୟରେ ବିଭିନ୍ନ ପାରମ୍ପରିବ ଭୋଗ ଅର୍ପଣ କରାଯାଏ ।[୧]
ଆଧାର
ସମ୍ପାଦନା- ↑ ପଣ୍ଡିତ ଶ୍ରୀ ନୀଳାମ୍ବର ନନ୍ଦ, ଶ୍ରୀ ପୂର୍ଣ୍ଣେନ୍ଦୁ ନନ୍ଦ ପୃଷ୍ଠା-୧୯-୨୦,ଓଡ଼ିଶାରେ ଦେବୀପୂଜା ଓ ଶକ୍ତି ଦର୍ଶନ, ISBN81-8005-081-5
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |