ରାମକୃଷ୍ଣ ମଠ ଓ ମିଶନ, ଭୁବନେଶ୍ୱର

ଭୁବନେଶ୍ୱରରେ ଥିବା ଶ୍ରୀରାମକୃଷ୍ଣ ମଠ ଓ ମିଶନଟି ଓଡ଼ିଶାରେ ସ୍ଥାପିତ ସର୍ବପ୍ରଥମ ଶ୍ରୀରାମକୃଷ୍ଣ ମଠ ଅଟେ । ସ୍ୱାମୀ ବ୍ରହ୍ମାନନ୍ଦ ୧୯୧୯ ମସିହାରେ ଭୁବନେଶ୍ୱରଠାରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ । ସ୍ୱାମୀ ବ୍ରହ୍ମାନନ୍ଦଙ୍କ ବ୍ୟତୀତ ସ୍ୱାମୀ ଶିବାନନ୍ଦ, ସ୍ୱାମୀ ପ୍ରେମାନନ୍ଦ, ସ୍ୱାମୀ ନିରଞ୍ଜନାନନ୍ଦ ଏବଂ ସ୍ୱାମୀ ବିଜୟାନନ୍ଦ ମଧ୍ୟ ଏହି ମଠକୁ ଦେଖିବାକୁ ଆସିଛନ୍ତି ।

ଶ୍ରୀରାମକୃଷ୍ଣ ମଠ(ଭୁବନେଶ୍ୱର)ର ମନ୍ଦିର

ଇତିହାସ ସମ୍ପାଦନା

ଶ୍ରୀରାମକୃଷ୍ଣଙ୍କର ଜଣେ ପ୍ରଧାନ ଶିଷ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ୧୯୧୯ ମସିହା ଅକ୍ଟୋବର ମାସ ୩୧ ତାରିଖଦିନ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠ ଓ ମିଶନ ଉଦଘାଟନ କରିଥିଲେ । ମାତ୍ର ୧୯୨୦ ମସିହାରେ ଶ୍ରୀରାମକୃଷ୍ଣ ମିଶନ ପ୍ରତିଷ୍ଠିତ ହୋଇଥିଲା ।

ମଠର କାର୍ଯ୍ୟଧାରା ସମ୍ପାଦନା

ପ୍ରତ୍ୟହ ମଠ ପରିସରରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା, ପରିସର ମଧ୍ୟରେ ଏବଂ ବାହାରେ ନିୟମିତ ସତସଙ୍ଗ ସଭାର ଆୟୋଜନ ଆଦି ମଠର ମୁଖ୍ୟ କାର୍ଯ୍ୟ । ଏତଦବ୍ୟତୀତ କାଳୀପୂଜା ଏବଂ ଅନ୍ୟ ପର୍ବପର୍ବାଣିର ଆୟୋଜନ ମଧ୍ୟ ରାମକୃଷ୍ଣ ମଠ କରିଥାଏ । ଏକ ଓଡ଼ିଆ ପୁସ୍ତକ ପ୍ରକାଶନ ସଂସ୍ଥା ମଧ୍ୟ ଏହାର ଉଦ୍ୟମରେ ପ୍ରତିଷ୍ଠିତ ହୋଇଛି ।[୧]

ମିଶନର କାର୍ଯ୍ୟଧାରା ସମ୍ପାଦନା

ଶ୍ରୀରାମକୃଷ୍ଣ ମିଶନଦ୍ୱାରା ଏକ ଉଚ୍ଚବିଦ୍ୟାଳୟ ପରିଚାଳିତ, ଯେଉଁଠାରେ ୩୫୪ଜଣ ବାଳକ ଏବଂ ୨୪୭ଜଣ ବାଳିକା ପାଠ ପଢ଼ିଥାନ୍ତି । ଷାଠିଏ ଜଣ ଆଦିବାସୀ ପିଲାମାନେ ଏଠାରେ ମାଗଣାରେ ରହିଥାନ୍ତି ।[୨]

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା

  1. https://www.mapsofindia.com/bhubaneshwar/vivekananda-library-of-ramakrishna-mission.html
  2. http://www.rkmhatamuniguda.org/

ଆହୁରି ଦେଖିପାରିବେ ସମ୍ପାଦନା