ରାଧାକାନ୍ତ ନନ୍ଦ

ତବଲା ବାଦକ, ସଙ୍ଗୀତ ନିର୍ଦ୍ଦେଶକ

ରାଧାକାନ୍ତ ନନ୍ଦ (୧୩ ମଇ ୧୯୬୧ - ୩୦ ନଭେମ୍ବର ୨୦୧୯) ଜଣେ ଓଡ଼ିଆ ତବଲା ବାଦକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ [୧]ହରିବୋଲ ନାମରେ ମଧ୍ୟ ପରିଚିତ ଥିଲେ ।[୨] ବେତାର ଓ ଦୂରଦର୍ଶନର ସେ ଜଣେ ଏ ଗ୍ରେଡ଼ ତବଲା ବାଦକ ଥିଲେ ।

ରାଧାକାନ୍ତ ନନ୍ଦ
ଜନ୍ମ(1961-05-13)ମଇ ୧୩, ୧୯୬୧
ମୃତ୍ୟୁ୩୦ ନଭେମ୍ବର ୨୦୧୯(2019-11-30) (ବୟସ ୫୮)
ମୃତ୍ୟୁର କାରଣଯକୃତ କର୍କଟ
ବୃତ୍ତି(ସମୂହ)ତବଲା ବାଦକ
ସଙ୍ଗୀତ ନିର୍ଦ୍ଦେଶକ
ବୈବାହିକ-ସାଥୀନିରୁପମା ନନ୍ଦ
ସନ୍ତାନପ୍ରଭୁ ପ୍ରସାଦ ନନ୍ଦ (ପୁଅ)
ବିଭୁ ପ୍ରସାଦ ନନ୍ଦ (ପୁଅ)
ପିତାମାତାଲୋକନାଥ ନନ୍ଦ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମି

ପରିବାର ସମ୍ପାଦନା

ରାଧାକାନ୍ତ, କଟକର ଅଲିଶାବଜାର ମଙ୍ଗଳାସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଲୋକନାଥ ନନ୍ଦ, ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଥିଲେ । ତାଙ୍କ ପତ୍ନୀଙ୍କ ନାମ ନିରୁପମା ନନ୍ଦ । ଦୁଇ ପୁଅ ପ୍ରଭୁ ପ୍ରସାଦ ନନ୍ଦ ଏବଂ ବିଭୁ ପ୍ରସାଦ ନନ୍ଦ ମଧ୍ୟ ସଙ୍ଗୀତକାର ଭାବରେ କାର୍ଯ୍ୟ କରୁଛନ୍ତି ।[୩]

ପେଶା ସମ୍ପାଦନା

ମଞ୍ଚ, ବେତାର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ରାଧାକାନ୍ତ ଜଣେ ନିୟମିତ ତବଲା ବାଦକ ଥିଲେ । ଓଡ଼ିଶା ଟେଲିଭିଜନ ନେଟୱାର୍କର ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀରେ ସେ ତବଲା ବାଦକ ଭାବରେ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟକ୍ରମର ତାଳ ପର୍ଯ୍ୟାୟରେ ସେ ପଚାରୁଥିବା ତାଳ ପ୍ରଶ୍ନ ଯୋଗୁଁ ସେ ଅଧିକ ଲୋପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ପୁଅ ବିଭୁ ପ୍ରସାଦ ନନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ତବଲା ବଜାଉଥିଲେ ।

ରାଧାକାନ୍ତ ଓଡ଼ିଆ କଥାଚିତ୍ର ଜଗତରେ ହରି-ମୁବାରକ ଭାବରେ ମଧ୍ୟ ଓଡ଼ିଆ କଥାଚିତ୍ର ଦାଦାଗିରିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪] ସେ ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲବମ୍ ଓ କ୍ୟାସେଟ୍ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୮-୧୯[୫]
  • ଓଡ଼ିଆ ମ୍ୟୁଜିକ ଏକ୍ସଲେନ୍ସ ସମ୍ମାନ - ୨୦୧୯[୬]

ମୃତ୍ୟୁ ସମ୍ପାଦନା

ରାଧାକାନ୍ତ ନନ୍ଦ ୨୦୧୯ ମସିହାର ନଭେମ୍ବର ମାସ ୩୦ ତାରିଖରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତବରଣ କରିଥିଲେ ।[୨] ଯକୃତ କର୍କଟ ପାଇଁ ସେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ | Sambad". ସମ୍ବାଦ. sambad.in. 30 November 2019. Retrieved 1 December 2019.
  2. ୨.୦ ୨.୧ ୨.୨ "ହାରିଗଲେ ହରିବୋଲ, ଅମର ରହିବେ ରାଧାକାନ୍ତ ନନ୍ଦ | Sambad". ସମ୍ବାଦ. sambad.in. 1 December 2019. Retrieved 1 December 2019.
  3. "ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୦୧/୧୨/୨୦୧୯ ପୃଷ୍ଠା ୩. ସମ୍ବାଦ. Retrieved 2 December 2019.
  4. "Ace tabla player Radhakanta Nanda no more". www.dailypioneer.com. daily pioneer. Retrieved 2 December 2019.
  5. "Odisha Sangeet Natak Akademi Awards Announced". kalingatv.com. kalingatv.com. Retrieved 2 December 2019.
  6. "Eminent Tablist Radhakanta Nanda No More". odishatv.in. odisha tv. Retrieved 2 December 2019.

ଅଧିକ ତଥ୍ୟ ସମ୍ପାଦନା