ରାଣୀ ଅବନ୍ତୀବାଈ
ରାଣୀ ଅବନ୍ତୀବାଇ (ଜନ୍ମ: ୧୬ ଅଗଷ୍ଟ ୧୮୩୧) ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ରାମଗଡ଼ର ରାଣୀ ଥିଲେ । ସେ ୧୮୫୭ ମସିହାର ଭାରତୀୟ ବିଦ୍ରୋହ ସମୟରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ସେ ନିଜ ରାଜ୍ୟର ସୁରକ୍ଷା ପାଇଁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ ।
ରାଣୀ ଅବନ୍ତୀବାଈ | |
---|---|
ଜନ୍ମ | ଅଗଷ୍ଟ ୧୬, ୧୮୩୧ ମନଖେଡ଼ି ଗ୍ରାମ, ସେଓନି |
ମୃତ୍ୟୁ | ୨୦ ମାର୍ଚ୍ଚ ୧୮୫୮ | (ବୟସ ୨୬)
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ରାଜା ବିକ୍ରମାଦିତ୍ୟ ସିଂ |
ପିତାମାତା |
|
ସେ ଭାରତୀୟ ରାମଗଡ଼ର ଶାସକ ରାଜା ବିକ୍ରମାଦିତ୍ୟ ସିଂଙ୍କ ପତ୍ନୀ ଥିଲେ । ରାଜା ଅସୁସ୍ଥ ହେବାପରେ ସେ ରାଜ୍ୟର ରାଜତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନତା ପାଇଁ ୧୮୫୭ ମସିହାର ବିଦ୍ରୋହ ସମୟରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ତାଙ୍କର ସାହସିକ ସଂଗ୍ରାମ ପାଇଁ ତାଙ୍କୁ ସ୍ମରଣ କରାଯାଇଛି ।
ପ୍ରାରମ୍ଭ ଜୀବନ
ସମ୍ପାଦନାଅବନ୍ତୀବାଇ ଲୋଧୀ ରାଜପୁତ ପରିବାରରେ ୧୬ ଅଗଷ୍ଟ ୧୮୩୧ ମସିହାରେ ମନଖେଡ଼ି ଗ୍ରାମ, ସେଓନିରେ ଜମିନ୍ଦାର ରାଓ ଜୁଜହର ସିଂଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ସେ ରାମଗଡ଼ର ରାଜା ଲକ୍ଷ୍ମଣ ସିଂଙ୍କ ପୁତ୍ର ରାଜକୁମାର ବିକ୍ରମାଦିତ୍ୟ ସିଂଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ସନ୍ତାନ ଥିଲେ, କୁନୱର ଅମାନ ସିଂ ଏବଂ କୁନୱର ଶେର ସିଂ । ୧୮୫୦ ମସିହାରେ ମହାରାଜା ଲକ୍ଷ୍ମଣ ସିଂଙ୍କର ମୃତ୍ୟୁ ହେବାପରେ ରାଜା ବିକ୍ରମାଦିତ୍ୟ ସିଂହାସନ ଗ୍ରହଣ କରିଥିଲେ । ରାଜା ବିକ୍ରମାଦିତ୍ୟ ସିଂ ଅସୁସ୍ଥ ହେବାପରେ ଦୁଇ ସନ୍ତାନ ନାବାଳକ ହୋଇଥିବାରୁ ଜଣେ ରାଣୀ ଭାବରେ ଅବନ୍ତୀବାଇ ଦକ୍ଷତାର ସହିତ ରାଜତ୍ୱ ଗ୍ରହଣ କଲେ । ଏହି ଖବର ଶୁଣି ନାବାଳକ ପୁଅମାନଙ୍କର ଅଭିଭାବକ ଭାବରେ, ବ୍ରିଟିଶମାନେ ରାମଗଡ ରାଜ୍ୟରେ "କୋର୍ଟ ଅଫ୍ ୱାର୍ଡ" ପ୍ରତିଷ୍ଠା କରିଥିଲେ ଏବଂ ଶେଖ ସରବରାହକରଙ୍କୁ ରାଜ୍ୟ ପରିଚାଳନା ପାଇଁ ନିଯୁକ୍ତ କରିଥିଲେ । ତାଙ୍କୁ ମହମ୍ମଦ ଅବଦୁଲ୍ଲାଙ୍କ ସହ ରାମଗଡକୁ ପଠାଯାଇଥିଲା । ରାଣୀ ଏହାକୁ ନିଜର ଅପମାନ ବୋଲି ଭାବି ସରବରାହକରମାନଙ୍କୁ ରାମଗଡରୁ ବାହାର କରିଦେଲେ ।[୧] ପରେ ରାଜା ବିକ୍ରମାଦିତ୍ୟ ସିଂଙ୍କ ମୃତ୍ୟୁ ପରେ ରାଣୀ ଅବନ୍ତୀବାଇ ରାଜ୍ୟର ସମସ୍ତ ଦାୟିତ୍ୱ ଭାର ସମ୍ଭାଳିଥିଲେ । ସେ ରାଜ୍ୟର କୃଷକମାନଙ୍କୁ ବ୍ରିଟିଶଙ୍କ ନିର୍ଦ୍ଦେଶ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସୁଧାର କାର୍ଯ୍ୟ ରାଣୀଙ୍କ ଲୋକପ୍ରିୟତା ବଢାଇଥିଲା ।
୧୮୫୭ ମସିହାର ଭାରତୀୟ ବିଦ୍ରୋହ
ସମ୍ପାଦନାଗୋଣ୍ଡ ରାଜା ଶଙ୍କର ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଶାଳ ସମ୍ମିଳନୀର ପ୍ରଚାର-ପ୍ରସାର କରିବାର ଦାୟିତ୍ୱ ଅବନ୍ତୀବାଇଙ୍କୁ ମିଳିଥିଲା । ଯେତେବେଳେ ୧୮୫୭ ମସିହାରେ ବିଦ୍ରୋହ ଆରମ୍ଭ ହେଲା, ଅବନ୍ତୀବାଇ ୪୦୦୦ ସୈନ୍ୟବାହିନୀଙ୍କ ନେତୃତ୍ୱ ନେଇଥିଲେ ।[୨] ବ୍ରିଟିଶମାନଙ୍କ ସହ ତାଙ୍କର ପ୍ରଥମ ଯୁଦ୍ଧ ମଣ୍ଡଳା ନିକଟସ୍ଥ ଖଇରୀ ଗ୍ରାମରେ ହୋଇଥିଲା ଯେଉଁଠାରେ ସେ ଏବଂ ତାଙ୍କ ସୈନ୍ୟମାନେ ବ୍ରିଟିଶ ଡେପୁଟି କମିଶନର ୱାଡିଙ୍ଗଟନ୍ ଏବଂ ତାଙ୍କ ସୈନ୍ୟବାହିନୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ପରେ ଅବନ୍ତୀବାଇ ସୁରକ୍ଷା ପାଇଁ ଦେବଗଡ ପାହାଡକୁ ଚାଲିଗଲେ । ବ୍ରିଟିଶ ସୈନ୍ୟବାହିନୀ ରାମଗଡରେ ନିଆଁ ଲଗାଇ ରାଣୀଙ୍କୁ ଆକ୍ରମଣ କରିବା ପାଇଁ ଦେବଗଡ ଆଡକୁ ମୁହାଁଇଥିଲେ ।[୩] ବ୍ରିଟିଶମାନଙ୍କ ସହିତ ଯୁଦ୍ଧରେ ସ୍ୱଳ୍ପ ପରାଜୟର ସମ୍ମୁଖୀନ ହେବାପରେ, ସେ ୨୦ ମାର୍ଚ୍ଚ ୧୮୫୮ ମସିହାରେ ନିଜ ଖଣ୍ଡାଦ୍ୱାରା ଶରୀରକୁ ବିଦ୍ଧ କରି ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।[୪] ବଳପୁର ଏବଂ ରାମଗଡ ମଧ୍ୟସ୍ଥ ସୁଖୀ-ତଲାଇୟା ନାମକ ଏକ ସ୍ଥାନରେ ରାଣୀ ଅବନ୍ତୀବାଇ ବୀରଗତି ହାସଲ କରିଥିଲେ । ଏହା ପରେ ଏହି ଅଞ୍ଚଳରୁ ଆନ୍ଦୋଳନକୁ ଦମନ କରାଯାଇଥିଲା ଏବଂ ରାମଗଡ ମଧ୍ୟ ବ୍ରିଟିଶ ଅଧୀଙ୍କୁ ଆସିଗଲା ।
ରାଣୀଙ୍କ ସମାଧି
ସମ୍ପାଦନାରାଜପ୍ରାସାଦର ଧ୍ୱଂସାବଶେଷଠାରୁ କିଛି ଦୂରରେ ପାହାଡ ତଳ ଆଡ଼କୁ ରାମଗଡ଼ରେ ରାଣୀଙ୍କର ଏକ ସମାଧି ରହିଛି । ଏହା ନିକଟରେ ରାମଗଡ ରାଜବଂଶର ଅନ୍ୟ ଲୋକଙ୍କ ସମାଧି ମଧ୍ୟ ରହିଛି ।
ଉତ୍ତରାଧିକାରୀ
ସମ୍ପାଦନାଭାରତର ସ୍ୱାଧୀନତା ପରେ ଅବନ୍ତୀବାଇଙ୍କୁ ପ୍ରଦର୍ଶନ ଏବଂ ଲୋକନୃତ୍ୟ ମାଧ୍ୟମରେ ସ୍ମରଣ କରାଯାଉଛି ।[୫]
ଇଣ୍ଡିଆ ପୋଷ୍ଟ ୨୦ ମାର୍ଚ୍ଚ ୧୯୮୮ ମସିହାରେ ଏବଂ ୧୯ ସେପ୍ଟେମ୍ବର ୨୦୦୧ ମସିହାରେ ଅବନ୍ତୀବାଇଙ୍କ ସମ୍ମାନାର୍ଥେ ଦୁଇଟି ଷ୍ଟାମ୍ପ ଜାରି କରିଛି ।[୬][୭]
ଆଧାର
ସମ୍ପାଦନା- ↑ "Rani Avantibai and Ramgarh".
- ↑ "Ramgarh of Rani Avantibai". September 2019.
- ↑ Sarala, Śrīkr̥shṇa (1999). Indian Revolutionaries A Comprehensive Study, 1757–1961. Vol. 1. Ocean Books. p. 79. ISBN 81-87100-16-8.
- ↑ "Biography of Rani Avantibai". Retrieved 2023-04-12.
- ↑ Narayan, Badri (2006). Women Heroes and Dalit Assertion in North India: Culture, Identity, and Politics. SAGE Publications. pp. 26, 48, 79, 86. ISBN 978-8-17829-695-1.
- ↑ 19 September 2001: A commemorative postage stamp on Rani Avantibai Archived 13 September 2015 at the Wayback Machine.. postagestamps.gov.in
- ↑ "Rani Avantibai 1988". iStampGallery.com. 11 February 2016. Retrieved 29 April 2019.