ରାଣା ଆୟୁବ
ରାଣା ଆୟୁବ ଜଣେ ଭାରତୀୟ ସାମ୍ବାଦିକା ଓ ଲେଖିକା । ସେ ଗୁଜରାଟ ଫାଇଲ୍ସ: ଆନାଟୋମୀ ଅଫ୍ ଏ କଭର ଅପ୍ର ଲେଖିକା[୧]।
ରାଣା ଆୟୁବ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ସାମ୍ବାଦିକା, ଲେଖିକା |
ପରିବାର
ସମ୍ପାଦନାରାଣା ଆୟୁବଙ୍କ ଜନ୍ମ ଭାରତର ମୁମ୍ବାଇ ସହରରେ ହେଇଥିଲା । ଆୟୁବଙ୍କ ବାପା ମୁମ୍ବାଇସ୍ଥିତ ଏକ ପତ୍ରୀକା ବ୍ଲିଟ୍ଜରେ ଲେଖକ । ୧୯୯୨-୯୩ ମୁମ୍ବାଇ ଦଙ୍ଗା ସମୟରେ ଆୟୁବଙ୍କ ପରିବାର ମୁସଲିମ ବହୁଳ ଦେଓନାରରେ ରହିବା ଆରମ୍ଭ କରିଥିଲେ[୨]।
କ୍ଯାରିଅର
ସମ୍ପାଦନାରାଣା ତେହେଲ୍ଲକାରେ କାମ କରିଛନ୍ତି, ଏହା ଦିଲ୍ଲୀସ୍ଥିତ ଏକ ତଦନ୍ତକାରୀ ଖବର ପତ୍ରୀକା । ରାଣା ଭାରତୀୟ ଜନତା ପାର୍ଟିର ଓ ଦେଶର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିବାରେ ଜଣାଶୁଣା [୩]। ପୂର୍ବରୁ, ୨୦୧୦ ମସିହାରେ ରାଣାଙ୍କଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଦେଶର ବର୍ତ୍ତମାନ ଗୃହ ମନ୍ତ୍ରୀ ଅମିତ ସାହଙ୍କୁ କିଛି ସମୟ ପାଇଁ ଜେଲ ଦଣ୍ଡ ହେଇଥିଲା[୪] ।
ତେହେଲ୍ଲକାରେ ରାଣା ଜଣେ ତଦନ୍ତକାରୀ ସାମ୍ବାଦିକା ଭାବେ କାମ କରୁଥିଲେ, ଓ ନିଜର ପ୍ରଥମ ବଡ଼ କାର୍ଯ୍ୟ ଭାବେ ସେ ୨୦୦୨ରେ ହେଇଥିବା ଗୁଜରାଟ ଦଙ୍ଗା ଉପରେ ଷ୍ଟିଂଗ ଅପରେସନ କରିଥିଲେ, ଯାହା ବିଷୟରେ ସେ ତାଙ୍କ ବହି ଗୁଜରାଟ ଫାଇଲ୍ସରେ ଲେଖିଛନ୍ତି । ଷ୍ଟିଂଗ ଅପରେସନ ପରେ ତେହେଲ୍ଲକା ରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା । ସେ କିଛି ବର୍ଷ ଯାଏଁ ତେହେଲ୍ଲକାରେ କାମ କରିଥିଲେ ଓ ପରେ ତେହେଲ୍ଲକାର ସମ୍ପାଦକ ତରୁଣ ତେଜପାଳଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆସିଲା ପରେ, ସେ ସଂସ୍ଥା ଉପରେ ନିଜର ପ୍ରତିବାଦ ଦେଖେଇ ଇସ୍ଥପା ଦେଇଥିଲେ [୫]।
ଗୁଜୁରାତ ଷ୍ଟିଙ୍ଗ ଅପରେସନ
ସମ୍ପାଦନାରାଣା "ମୈଥିଳି ତ୍ୟାଗିର" ଗୁପ୍ତ ନାମରେ ୨୦୦୨ ଦଙ୍ଗାରେ ଲିପ୍ତ ଥିବା କିଛି ଲୋକଙ୍କୁ ପୋଲିସ ଅଫିସର ଓ ନେତାମାନେ କିପରି ଗୁପ୍ତ ରଖିଥିଲେ ତାକୁ ବାହାରକୁ ଆଣିବାର ପ୍ରଚେଷ୍ଠା କରିଥିଲେ । ସେ ୧୦ ମାସ ଧରି ଏହି ଛଦ୍ମ ଋପରେ ଏହି ଅପରେସନ ଚଳାଇଥିଲେ ।ପରେ କିଛି ନୂଆ ତଥ୍ୟ ନାହିଁର ଉଦାହରଣ ଦେଇ, ତେହେଲ୍ଲକା ରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା ।
ପୁରସ୍କାର
ସମ୍ପାଦନା- ଅକ୍ଟୋବର ୨୦୧୧, ସଂସ୍କୃତି ପୁରସ୍କାର ଉଚ୍ଚକୋଟିର ସମ୍ବାଦିକତା ପାଇଁ।
- 'Citation of Excellence' ପୁରସ୍କାର ୨୦୦୨ ଗୁଗୁରାଟ ଦଙ୍ଗାରେ ନିଜର ଗୁପ୍ତ ତଦନ୍ତ ପାଇଁ [୬]।
ଆଧାର
ସମ୍ପାଦନା- ↑ Mukhopadhyay, Nilanjan (25 June 2016). "Gujarat Files: Rana Ayyub and stinging truths". Business Standard India. Retrieved 16 November 2019.
- ↑ "Opinion: I Am A Practicing Muslim. My Concerns Right Now For India Are..." NDTV.com. 4 June 2017. Retrieved 27 September 2019.
- ↑ "Outrage on social media after DNA takes down article critical of Amit Shah". 14 July 2014. Retrieved 14 December 2019.
- ↑ PTI (25 July 2010). "Modi aide Amit Shah arrested, jailed in Sohrabuddin case". India Today (in ଇଂରାଜୀ). Retrieved 18 September 2019.
- ↑ "Tehelka scandal: Senior editor Rana Ayyub quits in protest". 26 November 2013. Retrieved 14 December 2019.
- ↑ "Rana Ayyub received Citation of Excellence in Global Shining Light Award for 'Gujarat Files: Anatomy of a Coverup'". The Shahab (in ଆମେରିକୀୟ ଇଂରାଜୀ). 18 November 2017. Archived from the original on 2 April 2019. Retrieved 21 November 2017.