ରାଜେନ୍ଦ୍ର କୁମାରୀ ବାଜପାୟୀ

ଭାରତୀୟ ରାଜନୀତିଜ୍ଞ

ରାଜେନ୍ଦ୍ର କୁମାରୀ ବାଜପାୟୀ (୮ ଫେବୃଆରୀ ୧୯୯୫ରୁ ୨୨ ଏପ୍ରିଲ, ୧୯୯୯ )  ଭାରତୀୟ କଂଗ୍ରେସ ଦଳର ଜଣେ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଥିଲେ । ସେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ । 

ରାଜେନ୍ଦ୍ର କୁମାରୀ ବାଜପାୟୀ
Lieutenant Governor of Pondicherry
କାର୍ଯ୍ୟକାଳ
2 May 1995 – 22 April 1998
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-02-08)୮ ଫେବୃଆରୀ ୧୯୨୫
Laluchak, Bhagalpur district, Bihar.
ମୃତ୍ୟୁ୧୭ ଜୁନ ୧୯୯୯(1999-06-17) (ବୟସ ୭୪)
Allahabad, Uttar Pradesh
ରାଜନୀତିକ ଦଳIndian National Congress

ବ୍ୟକ୍ତିଗତ ଜୀବନୀ  ସମ୍ପାଦନା

ତାଙ୍କର ଜନ୍ମ ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ହେଇଥିଲା । ତାଙ୍କ ପିତା ପଣ୍ଡିତ ଏସ . କେ . ମିଶ୍ର ତଥା ପିତାମହ ରବିଶଙ୍କର ଶୁକ୍ଲା ଥିଲେ । ଶ୍ୟାମା ଚରଣ ଶୁକ୍ଲା [୧] ତାଙ୍କର ମାମୁ ଥିଲେ । ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ତଥା Ph. D. ଡିଗ୍ରୀ ପାଇଥିଲେ ।[୨]

ସେ ୧୯୪୭ ମସିହାରେ ଡି . ଏନ  ବାଜପାୟୀଙ୍କୁ ବିବାହ କରିଥିଲେ । ସେ ଦୁଇଜଣ ୧୯୪୨ ମସିହାରେ ହେଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇଥିଲେ । ତାଙ୍କର ଜଣେ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । .

କାର୍ଯ୍ୟ କାଳ  ସମ୍ପାଦନା

ସେ ୧୯୬୨ ମସିହାରୁ ୧୯୭୭ ମସିହା ଯାଏ ଉତ୍ତର ପ୍ରଦେଶ ବିଧାନ ସଭାର ସଦସ୍ୟ ରହିଥିଲେ ।ଏହା ସହ ସେ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ମଧ୍ୟ ରହିଥିଲେ । ସେ ଇନ୍ଦିରା ଗାନ୍ଧୀଙ୍କ ସହ ଘନିଷ୍ଠ ଥିଲେ । [୩] ୧୯୭୦ ମସିହାରୁ ୧୯୭୭ ମସିହା ଯାଏ ସେ ଉତ୍ତର ପ୍ରଦେଶର ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । . ଏହା ପରେ ସେ କ୍ରମାଗତ 3 ଥର ଲୋକ ସଭାକୁ ନିର୍ବାଚିତ ହେଇ ସମାଜ ମଙ୍ଗଳ  ବିଭାଗ ଓ ଅନ୍ୟ ବିଭାଗର   ମିନିଷ୍ଟର ଅଫ ଷ୍ଟେଟ ହେଇଥିଲେ ।  ତାଙ୍କୁ ୧୯୯୫ ମସିହାରେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ନିଯୁକ୍ତ କରାଯାଇଥିଲା । [୪] ୧୭ ଜୁଲାଇ ୧୯୯୯ରେ ତାଙ୍କର ନିଧନ ହେଇଥିଲା । ତାଙ୍କ ପୁତ୍ର ଅଶୋକ ସେହି ସମୟରେ ଉତ୍ତର ପ୍ରଦେଶ କଂଗ୍ରେସ ଦଳର ମୁଖ୍ୟ ଥିଲେ । [୫]

ଆଧାର  ସମ୍ପାଦନା

  1. "Rajendra Kumari Bajpai". S9 Biography. Archived from the original on 5 November 2013. Retrieved 22 December 2012.
  2. "9th Lok Sabha: Members Bioprofile". Lok Sabha Official website.
  3. "It's family first for UP parties in poll battle". India Today. 14 January 2012.
  4. "Worldwide Guide to Women in Leadership". guide2womenleaders. Retrieved 22 December 2012.
  5. "Bajpai dead". 18 July 1999. Archived from the original on 22 December 2004. Retrieved 23 December 2012.