ରାଜାଜୀ ଜାତୀୟ ଉଦ୍ୟାନ
ରାଜାଜୀ ଜାତୀୟ ଉଦ୍ୟାନ ଉତ୍ତର ଭାରତର ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟମାନଙ୍କ ମଧ୍ୟରୁ ଗୋଟିଏ ।[୧] ଏହି ଜାତୀୟ ଉଦ୍ୟାନ ନିମ୍ନ ହିମାଳୟର ସିୱାଲିକ୍ ପର୍ବତଶ୍ରେଣୀରେସ୍ଥିତ । ଜାତୀୟ ଉଦ୍ୟାନଟି ୮୨୦ (କି.ମି.)୨ କ୍ଷେତ୍ରଫଳ ବିଶିଷ୍ଟ[୨] ଓ ଉତ୍ତରାଖଣ୍ଡ ରାଜ୍ୟର ତିନୋଟି ଜିଲ୍ଲା ହରିଦ୍ୱାର, ଦେରାଦୁନ୍ ଏବଂ ପୌରି ଗଡ଼ୱାଲ୍ରେ ବ୍ୟାପ୍ତ । ୧୯୮୩ ମସିହାରେ ଚିଲ୍ଲା, ମୋତିଚୁର ଓ ରାଜାଜୀ ନାମକ ତିନୋଟି ଅଭୟାରଣ୍ୟକୁ ମିଶାଇ ରାଜାଜୀ ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା ।[୨]
ରାଜାଜୀ ଜାତୀୟ ଉଦ୍ୟାନ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ | |
---|---|
IUCN Category II (National Park) | |
ଫାଇଲ:Jungle-safari-rajaji-national-park-4.jpg | |
ଭାରତରେ ରାଜାଜୀ ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ଉତ୍ତରାଖଣ୍ଡ, ଭାରତ |
ପାଖ ସହର | ହରିଦ୍ୱାର ଓ ଦେରାଦୁନ୍ |
ଦିଗବାରେଣି | 30°03′29″N 78°10′22″E / 30.05806°N 78.17278°E |
କ୍ଷେତ୍ରଫଳ | ୨୦୨୬୩୦ ଏକର୍ |
ସ୍ଥାପିତ | ୧୯୮୩ |
ପରିଚାଳନା | ପ୍ରମୁଖ ବନ ସଂରକ୍ଷଣ ଅଧିକାରୀ, ଉତ୍ତରାଖଣ୍ଡ |
ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ (ରାଜାଜୀ) ନାମାନୁସାରେ ଏହି ଜାତୀୟ ଉଦ୍ୟାନକୁ ନାମିତ କରାଯାଇଛି । ରାଜଗୋପାଳଚାରୀ ଜଣେ ସ୍ୱାଧୀନତା ସଂଗ୍ରାମୀ, ଭାରତର ଶେଷ ଗଭର୍ଣ୍ଣର୍-ଜେନେରାଲ୍ ଥିଲେ । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ରାଜଗୋପାଳଚାରୀ । (୧୯୫୪ ମସିହା)
ବାଘ ଅଭୟାରଣ୍ୟ ମାନ୍ୟତା
ସମ୍ପାଦନା୧୫ ଅପ୍ରେଲ୍ ୨୦୧୫ ମସିହାରେ କର୍ଣ୍ଣାଟକର କୁଦ୍ରେମୁଖ ଓ ଉତ୍ତରାଖଣ୍ଡର ରାଜାଜୀ ଉଦ୍ୟାନକୁ ବ୍ଆଘ୍ର ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରାଗଲା ।[୩] ଫଳରେ ରାଜାଜୀ ଉତ୍ତରାଖଣ୍ଡର ଦ୍ୱିତୀୟ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଉଭା ହେଲା ।[୪][୫]
ଉଦ୍ଭିଦ
ସମ୍ପାଦନାଉତ୍ତରକୁ ସିୱାଲିକ୍ ଓ ଦକ୍ଷିଣକୁ ଗାଙ୍ଗେୟ ସମତଳ ଭୂମି ମଧ୍ୟରେ ରାଜାଜୀ ଜାତୀୟ ଉଦ୍ୟାନ ଅବସ୍ଥିତ । ଏଠାରେ ପର୍ଣ୍ଣମୋଚୀ ଅରଣ୍ୟ, ପାଇନ୍ ଅରଣ୍ୟ, ବୁଦାଳିଆ ଜଙ୍ଗଲ ଓ ବିସ୍ତୃତ ତୃଣଭୂମିମାନ ରହିଛି । ଘଞ୍ଚ ଅରଣ୍ୟ ବିବିଧ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ । ଏପରି ବିବିଧତାର ପ୍ରଧାନ କାରଣ ହେଲା ଏଠାକାର ଭୌଗୋଳିକ ଗଠନ ଓ ଅରଣ୍ୟମାନଙ୍କ ବିବିଧତା । ରୋହିଣୀ, ଶିଶୁ, ଶାଳ, ପଳାଶ, ଅର୍ଜୁନ, ଖଇର, ବାଉଁଶ, ଶିମୁଳି, ବନ୍ଦନ, ଅଁଳା, Ehretia, ବରକୋଳି, ବେଲ, କୋକରା, କାଞ୍ଚନ ଆଦି ବୃକ୍ଷରେ ଏହି ଜାତୀୟ ଉଦ୍ୟାନର ସବୁଜିମା ପ୍ରସ୍ଫୁଟିତ ହୋଇଛି ।
-
ରାଜାଜୀ ଜାତୀୟ ଉଦ୍ୟାନର ଜଙ୍ଗଲ
-
ଜାତୀୟ ଉଦ୍ୟାନ ହେବା ପୂର୍ବରୁ ଋଷିଙ୍କ ଧ୍ୟାନ ପାଇଁ ନିର୍ମିତ କୁଟୀର ଏବେ ଅବହେଳିତ ଓ ପରିତ୍ୟକ୍ତ
-
ରାଜାଜୀ ଉଦ୍ୟାନରେ ସୂର୍ଯ୍ୟାସ୍ତ
-
ବଣ ମଧ୍ୟରେ ରହିଥିବା ଏକ ବିରାଟ ହ୍ରଦ
-
ବିସ୍ତୀର୍ଣ୍ଣ ତୃଣଭୂମି
ବନ୍ୟଜନ୍ତୁ
ସମ୍ପାଦନାରାଜାଜୀ ଜାତୀୟ ଉଦ୍ୟାନର ଜଙ୍ଗଲ ଅତି ଘଞ୍ଚ ଓ ଚିର ହରିତ୍ । ତେଣୁ ଏଠାକାର ଅଧିବାସ ବହୁ ପ୍ରଜାତିର ଜୀବଙ୍କ ଘର ପାଲଟିଛି । ରାଜାଜୀ ଜାତୀୟ ଉଦ୍ୟାନ ଭାରତରେ ମହାବଳ ବାଘ ଓ ହାତୀଙ୍କ ଭୌଗୋଳିକ ବ୍ୟାପ୍ତିର ଦକ୍ଷିଣ-ପଶ୍ଚିମ ସୀମା । ଏହି ଜାତୀୟ ଉଦ୍ୟାନ ଏହାର ହାତୀଙ୍କ ପାଇଁ ଖ୍ୟାତ । ପାର୍ବତୀୟ ଛେଳି ଗୋରାଲ୍ ଏଠାକାର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପ୍ରଜାତି । ପାର୍ବତୀୟ ପାଇନ୍ ଜଙ୍ଗଲର ଢାଲୁଆ ଅଞ୍ଚଳରେ ଗୋରାଲ୍ ଛେଳିମାନେ ରହନ୍ତି । ହାତୀ ଓ ଗୋରାଲ୍ ଛଡ଼ା ରାଜାଜୀ ଉଦ୍ୟାନରେ ଚିତଲ୍ ହରିଣ (ପ୍ରାୟ ୨୫୦ଟି), ସମ୍ବର ହରିଣ, କୁଟୁରା, କୁଜି ହରିଣ, ନୀଳଗାଈ, ବାର୍ହା ଓ ଭାଲୁ ମଧ୍ୟ ଦେଖିବାକୁ ମିଳନ୍ତି । ତେବେ ଏହି ଜୀବମାନେ କ୍ୱଚିତ୍ ଦୃଷ୍ଟିଗୋଚର ହୁଅନ୍ତି । ପାତି ମାଙ୍କଡ଼ ଓ ହନୁ ମାଙ୍କଡ଼ ଏଠାକାର ଅନ୍ୟ ଦୁଇଟି ସର୍ବବ୍ୟାପୀ ପ୍ରଜାତି । ରାଜାଜୀ ଜାତୀୟ ଉଦ୍ୟାନର ଖାଦ୍ୟ ଶୃଙ୍ଖଳରେ ମହାବଳ ବାଘ ଓ କଲରାପତରିଆ ବାଘ ସର୍ବୋଚ୍ଚ ପ୍ରାଣୀ । ଚିତା ବିରାଡ଼ି, ବଣଭୁଆ, କଟାସ, ମାର୍ଟେନ୍, ବିଲୁଆ, ହେଟାବାଘ ଓ କୋକିଶିଆଳୀ ଇତ୍ୟାଦି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ପରି ପ୍ରାଣୀ ମଧ୍ୟ ରାଜାଜୀ ଉଦ୍ୟାନରେ ଦେଖିବାକୁ ମିଳନ୍ତି । ଜାତୀୟ ଉଦ୍ୟାନର ଉଚ୍ଚ ଅଂଶରେ ହିମାଳୟ ଭାଲୁ ରହିବା ଜଣାପଡ଼ିଛି । ରାଜାଜୀ ଉଦ୍ୟାନର ମୁଖ୍ୟ ପ୍ରାଣୀଙ୍କ ଏକ ତାଲିକା ନିମ୍ନରେ ପ୍ରଦତ୍ତ ହେଲା :
ହାତୀ | ମହାବଳ ବାଘ | କଲରାପତରିଆ ବାଘ | ବଣଭୁଆ | ହେଟା ବାଘ |
ଭାରତୀୟ ଠେକୁଆ | ଭାଲୁ | ହିମାଳୟ ଭାଲୁ | ଅହିରାଜ | ବିଲୁଆ |
ସମ୍ବର | ବାର୍ହା | ଝିଙ୍କ | ପାତି ମାଙ୍କଡ଼ | ହନୁ ମାଙ୍କଡ଼ |
ଅଜଗର | ଗୋଧି | କୁଟୁରା | ଗୋରାଲ୍ | ଚିତଲ୍ ହରିଣ |
ରାଜାଜୀ ଜାତୀୟ ଉଦ୍ୟାନ ମଧ୍ୟରେ ୩୧୫ରୁ ଅଧିକ ପ୍ରଜାତିର ପକ୍ଷୀ ବାସ କରନ୍ତି । ତେବେ ଉଦ୍ୟାନ ଆଖପାଖର ପ୍ରଶସ୍ତ ଅଞ୍ଚଳରେ ୫୦୦ରୁ ଅଧିକ ପ୍ରଜାତିର ପ୍ରବାସୀ ଓ ମୂଳ ନିବାସୀ ପକ୍ଷୀ ଦେଖିବାକୁ ପାଇବା ।[୨] ଏଠାରେ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଜାତିମାନ ହେଲେ – ମୟୂର, ଶାଗୁଣା, ମାଛରଙ୍କା, କାଠହଣା, ତିତିରି ଓ ବାର୍ବେଟ୍ ଇତ୍ୟାଦି । ଶୀତ ଋତୁରେ ପ୍ରବାସୀ ପକ୍ଷୀମାନେ କିଛି ସମୟ ପାଇଁ ରାଜାଜୀ ଉଦ୍ୟାନରେ ଆଶ୍ରୟ ନିଅନ୍ତି । କୋଚିଲାଖାଇ, କଳାଧଳା ମାଛରଙ୍କା ମଧ୍ୟ ଏହି ଜାତୀୟ ଉଦ୍ୟାନର ବିହଗ ପରିବାରର ସଦସ୍ୟ । ପ୍ରବାସୀ ପକ୍ଷୀମାନେ ହିମାଳୟ ପର୍ବତଶ୍ରେଣୀ ଅତିକ୍ରମ କଲାପରେ ରାଜାଜୀ ଉଦ୍ୟାନରେ ପ୍ରଥମେ କିଛି ଦିନ ବିଶ୍ରାମ ନେଇ ଅନ୍ୟ ସ୍ଥାନମାନଙ୍କୁ ଯାଆନ୍ତି ବୋଲି ଅନୁମାନ କରାଯାଏ ।
ରାଜାଜୀ ଉଦ୍ୟାନର ନଦୀମାନଙ୍କରେ ମାହାଶୀର ଓ ବୁଗୁଆ ପରି ମାଛ ମିଳନ୍ତି ।
-
ରାଜାଜୀ ଜାତୀୟ ଉଦ୍ୟାନର କଲରାପତରିଆ ବାଘଟିଏ ଗଛ ଉପରେ ବିଶ୍ରାମ ନେଉଛି
-
ରାଜାଜୀ ଜାତୀୟ ଉଦ୍ୟାନର ଏକ ଅଣ୍ଡିରା ଘୋରାଲ୍ ଛେଳି
-
ସତର୍କ ସମ୍ବର ହରିଣ
-
କଲରାପତରିଆ ବାଘର ପଞ୍ଝାଚିହ୍ନ
-
ଚିତଲ୍ ହରିଣ
-
ବିରାଟ ବଡ଼ ଦନ୍ତା ହାତୀ
ରାଜାଜୀ ଉଦ୍ୟାନରେ ଘଟଣା ଦୁର୍ଘଟଣା
ସମ୍ପାଦନା୨୦୧୦ ମସିହା ଅପ୍ରେଲ୍ ମାସରେ ରାଜାଜୀ ଜାତୀୟ ଉଦ୍ୟାନରେ ଏକ ଭୟଙ୍କର ବଣ ନିଆଁ ଲାଗିଥିଲା । ଜାତୀୟ ଉଦ୍ୟାନର ବାହାର ପଟେ ନିଆଁ ଲାଗି କ୍ରମେ ବଣର ବହୁ ଅଂଶ ପୋଡ଼ିଗଲା । ଏପରିକି ସେଠାରେ ଥିବା ଚଣ୍ଡୀ ଦେବୀଙ୍କ ମନ୍ଦିର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିଲା ।[୬]
୨୦୧୫ ମସିହାରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ନଭେମ୍ବର ମାସର ଦରମା ମିଳିବାରେ ବିଳମ୍ବ ହେବା ଯୋଗୁଁ ବିକ୍ଷୋଭ କରିଥିଲେ ଓ ରାଜାଜୀ ଜାତୀୟ ଉଦ୍ୟାନରେ ବାଘଗଣତି ପ୍ରକ୍ରିୟାରେ ସହଯୋଗ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ ।[୭]
ଆଧାର
ସମ୍ପାଦନା- ↑ http://projecttiger.nic.in/News/25_Newsdetails.aspx
- ↑ ୨.୦ ୨.୧ ୨.୨ Rajaji Archived 19 February 2008 at the Wayback Machine. Official website of Haridwar.
- ↑ "ଆର୍କାଇଭ୍ କପି". Archived from the original on 2020-10-01. Retrieved 2020-10-08.
{{cite web}}
: Cite has empty unknown parameter:|1=
(help) - ↑ http://hillpost.in/2015/04/rajaji-becomes-second-tiger-reserve-in-uttarakhand/103025/
- ↑ http://www.thehindu.com/news/national/other-states/rajaji-park-notified-as-tiger-reserve/article7120327.ece
- ↑ Article, NDTV.com, 10 April 2010
- ↑ "Rajaji reserve staff to boycott census". Tribune India. Dec 2015. Archived from the original on 2017-02-04. Retrieved 2018-03-30.
https://rajajitigerreserve.in/about.php Archived 2022-03-01 at the Wayback Machine.