ମୁଖ୍ୟ ସୂଚୀ ଦେଖିବେ

ରାଜାରାଣୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ସୋମବଂଶୀ ଶାସକଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।[୧] ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା ।

ରାଜାରାଣୀ ମନ୍ଦିର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°16′41.95″N 85°50′36.67″E / 20.2783194°N 85.8435194°E / 20.2783194; 85.8435194Coordinates: 20°16′41.95″N 85°50′36.67″E / 20.2783194°N 85.8435194°E / 20.2783194; 85.8435194
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ସ୍ଥାନଭୁବନେଶ୍ୱର

ବିଷୟସୂଚୀ

ବିବରଣୀସମ୍ପାଦନ କରନ୍ତୁ

ରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲିପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଇଥାଏ । ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି । ମନ୍ଦିରର ଗର୍ଭଗୃହ ରେଖା ଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ । ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଅଛି । ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ରାଜାରାଣୀ ମନ୍ଦିରର ରକ୍ଷଣାବେକ୍ଷଣ କରୁଅଛି ।

ପର୍ବପର୍ବାଣୀସମ୍ପାଦନ କରନ୍ତୁ

ଓଡ଼ିଶା ସରକାରଦ୍ୱାରା ପ୍ରତିବର୍ଷ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ କରାଯାଏ ।[୨] ଭାରତର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତଶିଳ୍ପୀ ଏଥିରେ ସଙ୍ଗୀତ ପରିବେଷଣ କରିଥାନ୍ତି ।[୩]

ଚିତ୍ରାବଳୀସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Rajarani Temple, Bhubaneswar". Archaeological Survey of India. Retrieved 2013-03-17.
  2. "Season of melas". Daily News. Sri Lanka. 23 December 2010. Retrieved 2 June 2015 – via HighBeam Research. (Subscription required (help)).
  3. "Bhubaneswar hosts Rajarani music festival". Hindustan Times. Bhubaneswar. 22 January 2010. Retrieved 2 June 2015 – via HighBeam Research. (Subscription required (help)).