ରାଜନୀତିର ଅପରାଧିକରଣରେ ଅଦାଲତି ଫଇସଲା

ଫୌଜଦାରୀ ମାମଲାରେ ଜଡ଼ିତ ବ୍ୟକ୍ତି ବିଶେଷ ସାଂବିଧାନିକ ପଦ ପଦବୀ ଅର୍ଥାତ ବିଧାୟକ କିମ୍ବା ସାଂସଦ ପଦ ପାଇଁ ପ୍ରାର୍ଥୀ ହେବାରୁ ବଞ୍ଚିତ କରିବା ପାଇଁ ଯେଉଁ ମାମଲା ଭାରତର ଉଚ୍ଚତମ ନ୍ୟାୟାଳୟରେ ଦାୟର ହୋଇଥିଲା ସେଥିରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ କୌଣସି ଆଇନଗତ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ ବି ରାଜନୈତିକ ପ୍ରାର୍ଥୀମାନଙ୍କ୍ ପାଇଁ କେତେକ ଦିଶା ନିର୍ଦ୍ଦେଶ ଜାରୀ କରିଛନ୍ତି ।[୧][୨]

ପୃଷ୍ଠଭୂମି ସମ୍ପାଦନା

ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି । ଅଧିକରୁ ଅଧିକ ଅପରାଧିକ ପୃଷ୍ଠଭୂମି ରହିଥିବା ବ୍ୟକ୍ତି ରାଜନୀତିରେ ପ୍ରବେଶ କରିଥିବାରୁ ସେମାନଙ୍କୁ ରୋକିବା ତଥା ରାଜନୀତିକୁ ଅପରାଧିମୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହୋଇ ଆସୁଥିଲା । ପ୍ରାୟତଃ ସମସ୍ତ ରାଜନୈତିକ ଦଳରେ ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିବିଶେଷ ରହୁଥିବାରୁ ଏହି ବିଷୟରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ମତାନ୍ତର ରହି ଆସୁଥିବାରୁ ଏଭଳି କୌଣସି ଆଇନ ଲାଗୁ କରିବା ସମ୍ଭବପର ନ ଥିଲା । ମାମଲା ଗୁଡିକର ଫୈସଲାରେ ବିଳମ୍ବ ଯୋଗୁଁ ଅନେକ ସମୟରେ ନେତା ରୂପରେ ଥିବା ଅପରାଧୀମାନଙ୍କୁ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଦଣ୍ଡିତ କରାଯାଇପାରୁ ନ ଥିଲା । ଅତଏବ ଏଥିରେ ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡି ଆଗତ ଆବେଦନର ଶୁଣାଣି କରି ଅଦାଲତ ଏହି ରାୟ ପ୍ରଦାନ କରିଥିଲେ ।[୩]

ମାମଲା ସଂପର୍କରେ ସମ୍ପାଦନା

"Public Interest Foundation" ନାମକ ସ୍ୱେଚ୍ଚାସେବୀ ଅନୁଷ୍ଠାନ ତଥା ଅନ୍ୟମାନଙ୍କଦ୍ୱାରା ଦାୟର ଆବେଦନର ବିଚାର ବେଳେ ଆବେଦନକାରୀ ତଥା ଭାରତ ସରକାର ନିଜ ନିଜ ପକ୍ଷ ରଖିଥିଲେ । ଆବେଦନକାରୀଙ୍କ ମତ ଦାବୀ ଥିଲା ଯେ ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ ହେଲେ ଅପରାଧ ପୃଷ୍ଠଭୂମିର ବ୍ୟକ୍ତି ବିଶେଷଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯିବା ଦରକାର । ଅପର ପକ୍ଷରେ ଭାରତ ସରକାରଙ୍କ ଯୁକ୍ତି ଥିଲା ଯେ ଭାରତୀୟ ଆଇନରେ ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ପ୍ରତ୍ୟେକ ଅପରାଧୀ ନିର୍ଦ୍ଦୋଷ । ଅତଏବ ଜଣେ ନିର୍ଦ୍ଦୋଷକୁ ତାଙ୍କ ସାଂବିଧାନିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । ତେବେ ଅଦାଲତ ସଂସଦ ଉପରେ ଏହି ଦାୟିତ୍ୱ ହେଇ ତାଙ୍କ ରାୟରେ କହିଗଲେ ଯେ ଏଥିପାଇଁ ଉପଯୁକ୍ତ ଆଇନ କାର୍ଯ୍ୟକାରୀ କରା ନ ଯିବା ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରିବେ ନାହିଁ । [୪][୫][୬]ତେବେ ଆଇନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ କେତେକ ଅଦାଲତ ତାଙ୍କ ରାୟରେ ଦିଶା ନିର୍ଦ୍ଦେଶ ମଧ୍ୟ ଜାରୀ କରିଛନ୍ତି ।

ଦିଶାନିର୍ଦ୍ଦେଶ ସମ୍ପାଦନା

ବିଷୟର ଗମ୍ଭୀରତା ତଥା ସାମ୍ବିଧାନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାରେ (ଅନୁଚ୍ଛେଦ ୧୧୮ରେ) ନିମ୍ନ ଦିଶାନିର୍ଦ୍ଦେଶ ଜାରୀ କରିଥିଲେ ।

  1. ନିର୍ବାଚନରେ ଲଢୁଥିବା ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନ ଆୟୋଗଙ୍କଦ୍ୱାରା ଅଧିକୃତ ଫର୍ମରେ ଆବଶ୍ୟକୀୟ ତଥ୍ୟ ଦେବାକୁ ବାଧ୍ୟ ହେବେ ।
  2. ଉକ୍ତ ଫର୍ମରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡର ବିବରଣୀ ଅର୍ଥାତ ପ୍ରାର୍ଥୀଙ୍କ ବିରୁଦ୍ଧରେ ପଡିରହିଥିବା ଫୌଜଦାରୀ ମାମଲାର ବିବରଣୀ ବଡ଼ ଅକ୍ଷରରେ ଲେଖା ହେବେ ।
  3. ପ୍ରାର୍ଥୀଟିଏ କୌଣସି ରାଜନୈତିକ ଦଳ ତରଫରୁ ନିର୍ବାଚନ ଲଢୁଥିଲେ, ସେ ସଂପୃକ୍ତ ଦଳକୁ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସଂପର୍କିତ ସଠିକ ବିବରଣୀ ଦେବେ ।
  4. ଏପରି ସ୍ଥଳେ ସଂପୃକ୍ତ ରାଜନୈତିକ ଦଳ ନିଜ ଦଳର ୱେବସାଇଟରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସଂପର୍କରେ ଉକ୍ତ ତଥ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ ହେବେ ।
  5. ସମସ୍ତ ରାଜନୈତିକ ଦଳ ତଥା ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀ ଏକ ବହୁଳ ଭାବେ ପ୍ରକାଶିତ ଖବର କାଗଜରେ ତଥା ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମିର ବିବରଣୀ ସପନ୍ନ ଏକ ଘୋଷଣାନାମା ଜାରୀ କରିବେ । ପ୍ରାର୍ଥୀପତ୍ର ଦାଖଲ ପରେ ପରେ କମ୍ ସେ କମ୍ ତିନିଥର ଏହି ଷୋଷଣାନାମା ଜାରୀ ହେବା ସର୍ବାଦୌ ଆବଶ୍ୟକ ।[୭]

ଆଧାର ସମ୍ପାଦନା

  1. "Supreme Court leaves decision on criminal netas on parliament". The Economic Times. 25 September 2018. Retrieved 19 October 2018.
  2. Rajagopal, Krishnadas (25 September 2018). "Supreme Court asks Parliament to frame laws to bar those accused of crimes from fighting elections". The Hindu (in Indian English). Retrieved 19 October 2018.
  3. "Voters have right to know criminal background of candidates: Supreme Court". www.hindustantimes.com/ (in ଇଂରାଜୀ). 28 August 2018. Retrieved 19 October 2018.
  4. "Court's lost chance". The Indian Express. 29 September 2018. Retrieved 19 October 2018.
  5. "Breaking: Candidates Cannot Be Disqualified On Framing Of Charges In Criminal Case: SC [Read Judgment] | Live Law". Live Law. 25 September 2018. Retrieved 19 October 2018.
  6. "SC Rules Against Barring Politicians Facing Criminal Charges From Contesting Elections". The Wire. Retrieved 19 October 2018.
  7. "Public Interest Foundation vs Union Of India on 25 September, 2018". indiankanoon.org. Retrieved 19 October 2018.

ଆହୁରି ପଢନ୍ତୁ ସମ୍ପାଦନା