ରାଜନାଥ ସିଂହ
ରାଜନାଥ ସିଂହ (ଜନ୍ମ ୧୦ ଜୁଲାଇ, ୧୯୫୧ ବାରଣାସୀ, ଉତ୍ତର ପ୍ରଦେଶ) ଭାରତର ଜଣେ ରାଜନିତୀଜ୍ଞ ଏବଂ ଭାରତୀୟ ଜନତା ପାର୍ଟିର ସଭାପତି । [୨] ସେ ପ୍ରଥମେ ଭାରତୀୟ ଯୁବ ମୋର୍ଚା ଏବଂ ନିଜର ଗୃହରାଜ୍ୟ ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ (୧୯୯୭-୯୯) ଥିଲେ । ଭୌତିକ ବିଜ୍ଞାନ ଅଧ୍ୟାପକ ଭାବେ ବୃତ୍ତି ଆରମ୍ଭ କରିଥିବା ରାଜନାଥ ସିଂହ ଦୀର୍ଘ ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥିଲେ । ସେ ଉତ୍ତର ପ୍ରଦେଶ ରାଜ୍ୟର ଶିକ୍ଷାମନ୍ତ୍ରୀ (୧୯୯୧-୯୨) ମୁଖ୍ୟମନ୍ତ୍ରୀ[୩][୪](୨୦୦୦-୨୦୦୨), ତତ୍କାଳୀନ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ[୫] ଏବଂ ଭାରତର ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି (୨୦୦୫-୨୦୦୯)[୬][୭] ଥିଲେ ।[୮]
ରାଜନାଥ ସିଂହ | |
---|---|
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭାଭୋରା,ବାରଣାସୀ, ଉତ୍ତର ପ୍ରଦେଶ, ଭାରତ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସାବିତ୍ରୀ [୧] |
ସମ୍ପର୍କ | ରାମ ବଦନ ସିଂହ (ପିତା) ଗୁଜରାତି ଦେବୀ (ମାତା) |
ପେଷା | ରାଜନୈତିକ ନେତା, ଅଧ୍ୟାପକ |
ୱେବସାଇଟ | http://rajnathsingh.in/ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାରାଜନାଥ ସିଂହଙ୍କ ଜନ୍ମ ଭାରତର ଉତ୍ତର ପ୍ରଦେଶସ୍ଥିତ ବାରଣାସୀ ଜିଲ୍ଲାର ଏକ ଛୋଟ ଗ୍ରାମ ଭାଭୋରାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ରାମ ବଦନ ସିଂହ ଏବଂ ମାତାଙ୍କ ନାମ ଗୁଜରାତୀ ଦେବୀ । ସେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ଭୌତିକ ବିଜ୍ଞାନ ବିଭାଗରେ ସ୍ନାତକୋତର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲେ । ସେ ୧୩ ବର୍ଷ ବୟସରୁ (୧୯୬୪ ମସିହା) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥିଲେ । ମିର୍ଜାପୁରଠାରେ ଭୌତିକ ବିଜ୍ଞାନ ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିବା ସମୟରେ ମଧ୍ୟ ସେ ସଂଘ ସହିତ ସମ୍ପର୍କ ରଖିଥିଲେ । ୧୯୭୪ ମସିହାରେ ତାଙ୍କୁ ଭାରତୀୟ ଜନସଂଘର ସଚିବ ନିଯୁକ୍ତ କରାଗଲା ।
ରାଜନୈତିକ ଜୀବନ
ସମ୍ପାଦନା୧୯୭୫ ମସିହାରେ ୨୪ ବର୍ଷ ବୟସରେ ରାଜନାଥ ସିଂହ ଜନସଂଘର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ସେ ମିର୍ଜାପୁର ବିଧାନ ସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିର ଯୁବାମୋର୍ଚାର ନେତୃତ୍ୱ ନେଇଥିଲେ । ୧୯୮୪ ମସିହାରେ ସେ ଭାରତୀୟ ଯୁବା ମୋର୍ଚାର ରାଜ୍ୟ ସଭାପତି ହୋଇଥିଲେ । ୧୯୮୬ ମସିହାରେ ରାଜନାଥ ସିଂହ ଜାତୀୟ ଭାରତୀୟ ଯୁବ ମୋର୍ଚାର ସାଧାରଣ ସମ୍ପାଦକ ଓ ୧୯୮୮ ମସିହାରେ ଯୁବମୋର୍ଚାର ଜାତୀୟ ସଭାପତି ହୋଇଥିଲେ । ୧୯୯୧ ମସିହାରେ ସେ ଉତ୍ତର ପ୍ରଦେଶ ରାଜ୍ୟର ପ୍ରଥମ ବିଜେପି. ସରକାରରେ ଶିକ୍ଷାମନ୍ତ୍ରୀ ହୋଇଥିଲେ । ଶିକ୍ଷାମନ୍ତ୍ରୀ ଭାବରେ ତାଙ୍କର ପ୍ରମୁଖ କାର୍ଯ୍ୟକଳାପ ମଧ୍ୟରେ ଇତିହାସ ଗ୍ରନ୍ଥ ଗୁଡ଼ିକର ପୁନଲେଖନ ଓ ପାଠ୍ୟକ୍ରମରେ ବୈଦିକ ଗଣିତକୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ୧୯୯୪ ଅପ୍ରେଲରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଉଦ୍ୟୋଗ ପରାମର୍ଶଦାତା ସମିତି (୧୯୯୪-୧୯୯୬), କୃଷି ମନ୍ତ୍ରଣାଳୟ ପରାମର୍ଶଦାତା ସମିତି, ବ୍ୟାପାର ପରାମର୍ଶଦାତା ସମିତି, ଆବାସ ସମିତି ଏବଂ ମାନବ ସଂସାଧନ ବିକାଶ ସମିତି ସହିତ ଜଡ଼ିତ ହୋଇଥିଲେ ।
୧୯୯୭ ମାର୍ଚ୍ଚ ୨୫ରେ ସେ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ରାଜ୍ୟର ସଭାପତି ହୋଇଥିଲେ । ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭୁପୃଷ୍ଠ ମନ୍ତ୍ରଣାଳୟ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ରାଜନାଥ ସିଂହ ୨୦୦୦ ଅକ୍ଟୋବର ୨୮ରୁ ୨୦୦୨ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।
୨୦୦୫ ଡିସେମ୍ବର ୨୪ ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କ ଇସ୍ତଫା ପରେ ରାଜନାଥ ସିଂହ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ହୋଇଥିଲେ । ନଭେମ୍ବର ୨୦୦୬ ମସିହାରେ ସେ ପୁଣିଥରେ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ଶ୍ରୀ ନୀତିନ ଗଡକରୀଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରିଥିଲେ ।
୨୦୧୩ ଜାନୁଆରୀ ୨୪ ତାରିଖରେ ନୀତିନ ଗଡକରୀଙ୍କ ଇସ୍ତଫା ପରେ ରାଜନାଥ ସିଂହ ପୁନର୍ବାର ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ହୋଇଥିଲେ ।
ଆଧାର
ସମ୍ପାଦନା- ↑ http://www.indianexpress.com/news/learning-email-to-debating-2g-welcome-to-bjp-wives-club/757029/0
- ↑ Lambert M Surhone; Mariam T Tennoe; Susan F Henssonow (29 September 2010). Rajnath Singh. VDM Publishing. ISBN 978-613-3-16071-2. Retrieved 21 July 2012.
- ↑ Mahendra Gaur. Indian affairs. Gyan Publishing House. pp. 781–. ISBN 978-81-7835-539-9. Retrieved 21 July 2012.
- ↑ Jason A. Kirk (1 October 2011). India and the World Bank: The Politics of Aid and Influence. Anthem Press. pp. 86–. ISBN 978-0-85728-412-9. Retrieved 21 July 2012.
- ↑ India. Parliament. House of the People (August 2003). Lok Sabha debates. Lok Sabha Secretariat. Retrieved 21 July 2012.
- ↑ Pratiyogita Darpan (January 2007). Pratiyogita Darpan. Pratiyogita Darpan. pp. 25–. Retrieved 21 July 2012.
- ↑ Mahendra Gaur (2006). Indian Affairs Annual 2006. Gyan Publishing House. pp. 263–. ISBN 978-81-7835-533-7. Retrieved 21 July 2012.
- ↑ Aditi Phadnis (2009). Business Standard Political Profiles of Cabals and Kings. Business Standard Books. pp. 93–. ISBN 978-81-905735-4-2. Retrieved 21 July 2012.