ରାଇଚରଣ ଦାସ

ଓଡ଼ିଆ ସାହିତ୍ୟିକ

ରାଇଚରଣ ଦାସ ଜଣେ ଓଡ଼ିଆ ପ୍ରାବନ୍ଧିକ ତଥା ସାହିତ୍ୟିକ । ତାଙ୍କର ପୁସ୍ତକ “ଏକବିଂଶ ଶତାବ୍ଦୀର ସାହିତ୍ୟ” ପାଇଁ ସେ ୨୦୦୫ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୧] ରାଇଚରଣ ଦାସଙ୍କ ଲିଖିତ ବଣ୍ଡା ପର୍ବତର ଅଧିବାସୀ ନାମକ ପୁସ୍ତକରେ ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡଃ ଖଗେଶ୍ୱର ମହାପାତ୍ରଙ୍କର ‘ବଣ୍ଡା ଭାଷା’ ସମ୍ପର୍କିତ ଗବେଷଣାତ୍ମକ ପ୍ରବନ୍ଧ ସ୍ଥାନ ପାଇଛି ତଥା କୋରାପୁଟର ବଣ୍ଡା ଜନଜାତିଙ୍କ ସହିତ ଅନୁଭୂତିର ବିବରଣୀ ମଧ୍ୟ ରହିଛି ।[୨]

ରାଇଚରଣ ଦାସ
ବୃତ୍ତିପ୍ରାବନ୍ଧିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଏକବିଂଶ ଶତାବ୍ଦୀର ସାହିତ୍ୟ
ଆଧୁନିକ ଅବବୋଧ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୫)

ରଚନାବଳୀ ସମ୍ପାଦନା

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ଏକବିଂଶ ଶତାବ୍ଦୀର ସାହିତ୍ୟ[୩] ଜ୍ଞାନଯୁଗ ପବ୍ଲିକେସନ୍‍ସ୍
ଚେତନାର ଉନ୍ମେଶ ଉତ୍ତରଣ[୪] ଅଗ୍ରଦୂତ
Festivals of Orissa (ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କ ସହିତ) [୫] ୧୯୮୨ ଓଡ଼ିଶା ସାହିତ୍ୟ ଏକାଡେମୀ
ଚେତନାର ଉନ୍ମେଶ ଓ ବିକାଶ[୬] ୧୯୮୩ ଅଗ୍ରଦୂତ
ବଣ୍ଡା ପର୍ବତର ଅଧିବାସୀ
ଆଧୁନିକ ଅବବୋଧ ୧୯୮୩ ଓଡ଼ିଆ ଗବେଷଣା ପରିଷଦ (କଟକ)
ପରିବେଶକ ପୁସ୍ତକ ଭଣ୍ଡାର (ବ୍ରହ୍ମପୁର)
ବୈଜ୍ଞାନିକର ସମସ୍ୟା ୧୯୬୬ ମାକ୍ ବୁକ୍‍ସ୍
ସିରସ୍ତା ଓ ସରସୀ ମାକ୍ ବୁକ୍‍ସ୍
ଅଭ୍ୟୁଥାନ କଥା ମାକ୍ ବୁକ୍‍ସ୍

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫ (“ଏକବିଂଶ ଶତାବ୍ଦୀର ସାହିତ୍ୟ” ପାଇଁ)

ଆଧାର ସମ୍ପାଦନା

  1. "Odisha Sahitya Akademi". odishasahityaakademi.org. Archived from the original on 2019-03-27. Retrieved 2019-02-21.
  2. http://odishasahityaakademi.org/pdf/book_2014.pdf
  3. http://odiabookbazar.com/index.php?route=product/product&product_id=2115
  4. http://vnautocollege.org/LibraryBooks.asp?pgno=1263
  5. https://books.google.co.in/books?id=a9PQAAAAMAAJ&redir_esc=y
  6. http://shodhganga.inflibnet.ac.in/bitstream/10603/202789/15/15_backmatter.pdf