ରହମାନ ଅବ୍ବାସ (ଜନ୍ମ ୩୦ ଜାନୁୟାରୀ ୧୯୭୨) ଜଣେ ଭାରତୀୟ କାଳ୍ପନିକ ଔପନ୍ୟାସିକ ଅଟନ୍ତି । ୨୦୧୮ ମସିହାରେ ତାଙ୍କ ଉପନ୍ୟାସ ରୋହଜିନ ପାଇଁ ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।[୧][୨][୩] ସେ ତାଙ୍କର ତୃତୀୟ ଏବଂ ଚତୁର୍ଥ ଉପନ୍ୟାସ "ଶ୍ୟାଡୋ ଅଫ ଗଡ଼" (୨୦୧୧) ଏବଂ "ରୋହଜିନ" (୨୦୧୭) ପାଇଁ ଦୁଇଟି ଷ୍ଟେଟ ଏକାଡେମୀ ପୁରସ୍କାର ପାଇଛନ୍ତି ।[୪][୫] ସେ ହେଉଛନ୍ତି ଏକମାତ୍ର ଭାରତୀୟ ଔପନ୍ୟାସିକ, ଯାହାଙ୍କୁ ଜର୍ମାନ ଭାଷାରେ ଫେଡରଲ ବୈଦେଶିକ କାର୍ଯ୍ୟାଳୟ ଏବଂ ସ୍ୱିସ-ଦକ୍ଷିଣ ସାଂସ୍କୃତିକ ପାଣ୍ଠିଦ୍ୱାରା ଅନୁଦାନ ପ୍ରାପ୍ତ ଲିଟପ୍ରୋମ ଗ୍ରାଣ୍ଟ ମିଳିଛି ।[୬][୭] ସେ ସାଧାରଣତଃ ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେରେ ଲେଖନ୍ତି |[୮] ତାଙ୍କର ଉପନ୍ୟାସଗୁଡ଼ିକ ମୁଖ୍ୟତଃ ନିଷେଧ ରାଜନୀତି ଏବଂ ପ୍ରେମର ବିଷୟବସ୍ତୁ ବାବଦରେ ଆଲୋଚନା କରିଥାଏ ।[୯]

ରହମାନ ଅବ୍ବାସ
ଜନ୍ମ ଓ ଜନ୍ମସ୍ଥାନ (1972-01-30) ୩୦ ଜାନୁଆରୀ ୧୯୭୨ (ବୟସ ୫୨)
ଶିକ୍ଷାନୁଷ୍ଠାନମୁମ୍ବାଇର ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତି
  • ଏକ ମାମନୁଆ ମୁହବତ୍ କି କାହାନି
  • ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି
  • ରୋହଜିନ
  • ଜିନ୍ଦୀକ
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର

ସର୍ବବୃହତ ଅନଲାଇନ ପୋର୍ଟାଲ ରେଖତାଦ୍ୱାରା ପ୍ରକାଶ ପାଇଛି ଯେ, ରହମାନ ଅବ୍ବାସ; ସର୍ବାଧିକ ମାତ୍ରାରେ ପଠନ କରାଯାଉଥିବା ଉର୍ଦ୍ଦୁ ଔପନ୍ୟାସିକ ମାନଙ୍କ ମଧ୍ୟରୁ ଅନ୍ୟତମ ।[୧୦]

ଜୀବନ ଏବଂ ବୃତ୍ତି ସମ୍ପାଦନା

ଅବ୍ବାସ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁ ଏବଂ ଇଂରାଜୀ ସାହିତ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।[୧୧]

ରହମାନ ଅବ୍ବାସ ପାଞ୍ଚଟି ଉପନ୍ୟାସ ସମେତ ନଅଟି ପୁସ୍ତକ ରଚନା କରିଛନ୍ତି: ନଖାଲିସ୍ତାନ କି ତଲାଶ, ଏକ ମାମନୁଆ ମୁହବତ୍ କି କାହାନି, ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି, ଶ୍ୟାଡୋ ଅଫ୍ ଗଡ଼, ରୋହଜିନ ଏବଂ ଜିନ୍ଦେକ୍ ।[୧୨][୧୩] [୧୪]

ସେ ତାଙ୍କର ତୃତୀୟ ଉପନ୍ୟାସ ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି ପାଇଁ ୨୦୧୧ ମସିହାରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ । କିନ୍ତୁ ୨୦୧୫ ମସିହାରେ ସେ ଏହି ପୁରସ୍କାର ଫେରସ୍ତ କରିଥିଲେ, ଯେତେବେଳେ ପ୍ରମୁଖ ଭାରତୀୟ ଲେଖକ ଓ କଳାକାରମାନେ ଦକ୍ଷିଣପନ୍ଥୀ ରାଜନୀତିରେ ସୃଷ୍ଟି ହୋଇଥିବା 'ଭାରତୀୟ ସମାଜରେ ଅସହିଷ୍ଣୁତାର ତରଙ୍ଗ' ବିରୋଧରେ ବିରୋଧ କରିଥିଲେ ।[୧୫][୧୬][୧୭]

ସମାଲୋଚନାମୂଳକ ପ୍ରତିଷ୍ଠା ସମ୍ପାଦନା

ପାକିସ୍ତାନୀ ଲେଖକ ମୁସ୍ତାନସର ହୁସେନ୍ ଡରାର କହିଛନ୍ତି ଯେ ରହମାନଙ୍କ ନୂତନ ଉପନ୍ୟାସ ରୋହଜିନ ଏକ ନିର୍ଭୀକ ସୃଜନଶୀଳ କାହାଣୀ ଅଟେ । ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପ୍ରଫେସର ଗୋପୀଚାନ୍ଦ ନାରଙ୍ଗ ରୋହଜିନକୁ ଉର୍ଦ୍ଦୁ ଉପନ୍ୟାସ ଇତିହାସରେ ଏକ ପରିବର୍ତ୍ତନଶୀଳ ସ୍ଥାନ ବୋଲି କହିଛନ୍ତି ।[୧୮][୧୯][୨୦][୨୧]

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

  • ୨୦୧୧ ମସିହାରେ ଖୁଦା କେ ସାଏ ମେନ୍ ଆଙ୍ଖ ମିଚୋଲି ପାଇଁ ମହାରାଷ୍ଟ୍ର ରାଜ୍ୟ ଉର୍ଦ୍ଦୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୨୨]
  • ରୋହଜିନ ପାଇଁ ୨୦୧୭ ମସିହାରେ ମହାରାଷ୍ଟ୍ର ରାଜ୍ୟ ଉର୍ଦ୍ଦୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୨୩]
  • ପୁନର୍ବାର ରୋହଜିନ ପାଇଁ ୨୦୧୮ ମସିହାରେ ମୁଖ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ଆଧାର ସମ୍ପାଦନା

  1. "Sahitya Akademi announces winners in 24 languages". 6 December 2018. Retrieved 5 January 2019.
  2. "Sahitya Akademi Awards for 2018 announced". uniindia.com. Retrieved 15 June 2020.
  3. Rasia (6 December 2018). "Sahitya Akademi announces 2018 awards in 24 languages, Rahman Abbas bags Urdu award". The Siasat Daily. Retrieved 5 January 2019.{{cite web}}: CS1 maint: url-status (link)
  4. دیشمکھ, ڈاکٹر محمد راغب (6 November 2017). "رحمن عباس کے ناول 'روحزن' کو ریاستی اکیڈمی کا انعام". Archived from the original on 7 July 2018. Retrieved 5 January 2019.
  5. "Lokmat Hello Mumbai Newspaper | Hello Mumbai: Marathi Epaper | Hello Mumbai: Online Marathi Epaper |Hello Mumbai Daily Marathi Epaper | लोकमत वृत्तपत्रे". epaperlokmat.in. Retrieved 15 June 2020.
  6. "Willkommen / LitProm". litprom.de. Archived from the original on 2 July 2018. Retrieved 5 January 2019.
  7. "Übersetzungsförderung durch Litprom / Zuschuss für zwölf Verlage". boersenblatt.net. Retrieved 5 January 2019.
  8. "Urdu Literature Award". Archived from the original on 2018-07-30. Retrieved 2022-07-20.
  9. TNS Editor. "Of forbidden politics and love". TNS - The News on Sunday. {{cite web}}: |author= has generic name (help)
  10. "کیا آپ جانتے ہیں 'ریختہ' پر 2020 میں سب سے زیادہ کون سی کتاب پڑھی گئی؟". 31 December 2020.
  11. "rahmanabbas.in/". rahmanabbas.in. Archived from the original on 24 September 2016. Retrieved 15 June 2020.
  12. Dutta-Asane, Sucharita (12 May 2018). "Rohzin: First Urdu novel to be discussed in Germany". Retrieved 5 January 2019.
  13. "Rahman Abbas: 'English writers enjoy more freedom than us'". OPEN Magazine. 21 September 2018. Retrieved 5 January 2019.
  14. "Zindeeq-Interprets the Dreams of the Future: Dr Shahid Iqbal Kamran". 25 February 2022.
  15. "Dadri lynching: Urdu writer Rahman Abbas to return award in protest". dna. 9 October 2015. Retrieved 5 January 2019.
  16. Mukkath, Rini (9 October 2015). "Urdu writer joins protest, to return prize". The Hindu. Retrieved 5 January 2019 – via thehindu.com.
  17. "Novelist Sara Joseph returns Akademi Award; says intolerance is visible everywhere". Rediff. Retrieved 5 January 2019.
  18. SALAM, ZIYA US (30 March 2016). "Writers and thinkers should speak up". Frontline. Retrieved 5 January 2019.
  19. "Rohzin, A Novel by Rahman Abbas. Password Ep91". siasat-pk.com. Archived from the original on 19 September 2018. Retrieved 5 January 2019.
  20. "Rohzin: A monologue to soul - The Indian Awaaz". 23 May 2016. Retrieved 5 January 2019.
  21. "Best Digital Marketing & Photography Institute in Mulund,Mumbai". TSCMC. Retrieved 15 June 2020.
  22. "Dadri incident: Urdu writer Rahman Abbas to return award in protest". The Economic Times. 9 October 2015. Retrieved 5 January 2019.
  23. WordPress.com, Create a free website or blog at (10 May 2018). "Rahman Abbas' 'Rohzin': First Urdu novel to be discussed in Germany". Retrieved 5 January 2019.