ରଶ୍ମି ବଂଶଲ ଜଣେ ଭାରତୀୟ କାଳ୍ପନିକ ପୁସ୍ତକ ଲେଖିକା, ଉଦ୍ୟୋଗପତି ଏବଂ ଯୁବ ବିଶେଷଜ୍ଞ । ୨୦୧୭ ମସିହା ଭିତରେ ସେ ୮ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ପୁସ୍ତକ ରଚନା ମୁଖ୍ୟତଃ ବ୍ୟବସାୟ ଉପରେ ଆଧାରିତ ।[୧][୨] ତାଙ୍କର ପ୍ରଥମ ବ‌ହି ଥିଲା ଷ୍ଟେ ହଙ୍ଗ୍ରି ଷ୍ଟ ଫୁଲିସ୍ । ଏହି ବ‌ହିଟି ୨୫ ଜଣ ବ୍ୟବସାୟ ପ୍ରଶାସନ ଉଦ୍ୟୋଗପତିଙ୍କ ଉପରେ ପର୍ଯ୍ୟବସିତ ଥିଲା । ଏହି ପୁସ୍ତକଟି ୫ ଲକ୍ଷରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ଭାରତୀୟ ପୁସ୍ତକ ଭାବରେ ବ‌ହୁତ ବିକ୍ରି ହୋଇଥିବା ବ‌ହିମାନଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲା ।[୩] ତାଙ୍କର ବ‌ହିଗୁଡ଼ିକ ୱେଷ୍ଟଲାଣ୍ଡ ପ୍ରକାଶନ ସଂସ୍ଥାଦ୍ୱାରା ହିଁ ପ୍ରକାଶ ପାଉଛି ।

ରଶ୍ମି ବଂଶଲ
୨୦୧୧ରେ ରଶ୍ମୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନ
  • ଆଇ.ଆଇ.ଏମ୍ ଅହମଦାବାଦ
  • ସୋଫିଆ କଲେଜ୍ ଫର୍ ଓମେନ୍
ବୃତ୍ତିଲେଖିକା
ଉଲ୍ଲେଖନୀୟ କୃତି
  • ଷ୍ଟେ ହଙ୍ଗ୍ରି ଷ୍ଟେ ଫୁଲିସ୍
  • କେନେ‌କ୍ଟ ଦ ଡଟ୍‌ସ୍
  • ଆଇ ହାବ୍ ଏ ଡ୍ରିମ୍
  • ପୋର୍ ଲିଟିଲ୍ ରିଚ୍ ସ୍ଲମ୍
  • ଫଲୋ ଏଭ୍ରି ରେନ‌୍‌ବୋ
  • ଟେକ୍ ମି ହୋମ୍
  • ଆରିସ୍ ଏୱେକ୍
  • ଗଡ୍‌ସ୍ ଓନ୍ କିଚେନ୍
ବୈବାହିକ-ସାଥୀଯତୀନ ବଂଶଲ
ସନ୍ତାନନିବେଦିତା ବଂଶଲ

ପ୍ରାରମ୍ଭିଜ ଜୀବନ ଏବଂ ଶିକ୍ଷା ସମ୍ପାଦନା

ରଶ୍ମିଙ୍କର ପିତା ଦକ୍ଷିଣ ମୁମ୍ବାଇରେ ଟାଟା ଇନିଷ୍ଟିଚିଉଟ୍ ଅଫ୍ ଫଣ୍ଡମେଣ୍ଟାଲ ରିସର୍ଚ୍ଚ ସଂସ୍ଥାରେ ଜଣେ ଆଷ୍ଟ୍ରୋ-ଫିଜିସିଷ୍ଟ (ସୌରମଣ୍ଡଳ ଭୌତିକ ବିଜ୍ଞାନୀ) ଭାବରେ କାର୍ଯ୍ୟ କରୁଥିଲେ । ସେ ସେଠାରେ ହିଁ ପିଲାବେଳୁ ରହିଆସିଥିଲେ ଏବଂ ତାଙ୍କର ବାଲ୍ୟକାଳ ସେଠାରେ କଟିଥିଲା । ସେ କୋଲାବାର ସେଣ୍ଟ ଜୋସେଫ୍ ହାଇସ୍କୁଲରେ ତାଙ୍କର ପଢ଼ା ଆରମ୍ଭ କରିଥିଲେ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସୋଫିଆ ମହିଳା ମହାବିଦ୍ୟାଳୟ (ସୋଫିଆ କେଲଜ୍ ଫର୍ ଓମେନ୍)ରେ ଯୋଗଦେଇଥିଲେ । ଏହାପରେ ସେ ୧୯୯୩ ମସିହାରେ ଅହମଦାବାଦର ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଇଣ୍ଡିଆନ ଇନିଷ୍ଟିଚିଉଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ, ଅହମଦାବାଦ)ରେ ତାଙ୍କର ଏମ୍.ବି.ଏ ପାଇଁ ଯୋଗ ଦେଇଥିଲେ ।[୨]

ପତ୍ରପତ୍ରିକାରେ କାମ ସମ୍ପାଦନା

ଅହମଦାବାଦର ଭାରତୀୟ ପ୍ରବନ୍ଧନ ସଂସ୍ଥାନରୁ ସ୍ନାତକ ହାସଲ ପରେ ରଶ୍ମି ପ୍ରଥମେ ଭାରତୀୟ ଖବରକାଗଜ ସଂସ୍ଥା ଟାଇମସ୍ ଅଫ୍ ଇଣ୍ଡିଆରେ ବିଜ୍ଞାପନ ପରିଚାଳିକା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ଦ ଇନ୍‌ଡିପେଣ୍ଡେଣ୍ଟ୍ ପାଇଁ ଗୋଟିଏ ଯୁବ ପୃଷ୍ଠା ତିଆରି କରିବା ପରେ ଏକ ଯୁବପତ୍ରିକା ପ୍ରତିଷ୍ଠା କରିଥିଲେ । ଏହି ପତ୍ରିକାଟି ହେଉଛି ଜଷ୍ଟ ଏନାଦର୍ ମାଗାଜିନ୍ (JAM) । ଏହ ପତ୍ରିକାଟିର ପ୍ରତିଷ୍ଠା ସେ ତାଙ୍କର ପତି ଯତୀନ ବଂଶଲଙ୍କ ସ‌ହ ମିଶି କରିଥିଲେ ।[୪][୫]

ଲେଖିକା ଜୀବନ ସମ୍ପାଦନା

୨୦୦୮ ମସିହାରେ ରଶ୍ମିଙ୍କର ପ୍ରଥମ ବ‌ହି ପ୍ରକାଶିତ ହୋଇଥିଲା । ଷ୍ଟେ ହଙ୍ଗ୍ରୀ ଷ୍ଟେ ଫୁଲିସ୍ ଶୀର୍ଷକରେ ଏହି ବ‌ହିଟିକୁ ଲେଖିବାକୁ ତାଙ୍କର ଆଇ.ଆଇ.ଏମ୍, ଅହମଦାବାଦର ଶିକ୍ଷକ ରାକେଶ ବସନ୍ତ ତାଙ୍କୁ ଉପଦେଶ ଦେଇଥିଲେ । ସେ ସେହି ସଂସ୍ଥାରୁ ସ୍ନାତକ ହାସଲ କରି ନିଜର ଉଦ୍ୟୋଗ ଆରମ୍ଭ କରିଥିବା ୨୫ ଜଣ ପୂରାତନ ଛାତ୍ରଙ୍କ ଉପରେ ସେହି ପୁସ୍ତକଟି ସେ ରଚନା କରିଥିଲେ । ଏହି ବ‌ହିଟି ପ୍ରଥମ ୧୦ ମାସ ମଧ୍ୟରେ ୧,୦୦,୦୦୦ରୁ ଅଧିକ ଖଣ୍ଡ ବିକ୍ରି ହୋଇ ସଫଳ ଘୋଷିତ ହୋଇଥିଲା । ଏହାପରେ ଧୀରେ ଧୀରେ ଏହି ବ‌ହିଟି ବ‌ହୁତ ଭାବରେ ବିକ୍ରି ହୋଇଥିଲା ଏବଂ ପାଖାପାଖି ୩,୫୦,୦୦୦ରୁ ଅଧିକ ବ‌ହି ବିକ୍ରି ହୋଇଥିଲା । ୨୦୧୭ ସୁଦ୍ଧା ଏହି ବ‌ହିଟି ୫ଲକ୍ଷରୁ ଅଧିକ ବିକ୍ରି ହୋଇଥିଲା । ଏହାପରେ ତାଙ୍କର ୨ୟ ବ‌ହି ୨୦୧୦ରେ ଆସିଥିଲା । କନେକ୍ଟ ଦ ଡଟ୍‌ସ୍ ଶୀର୍ଷକରେ ଏହି ବ‌ହିଟିରେ ସେ ବ୍ୟବସାୟିକ ସ୍ନାତକ ବିନା ସଫଳ ହୋଇଥିବା କିଛି ବ୍ୟବସାୟିଙ୍କର ଉନ୍ନତୀ ଏବଂ ପ୍ରଗତି ବିଷୟରେ ବର୍ଣ୍ଣନା କରିଥିଲେ । ଏହି ବ‌ହିଟି ତାଙ୍କର ବ‌ହିମାନଙ୍କ ଭିତରେ ସବୁଠାରୁ ଅଧିକ ବିକ୍ରି ହୋଇଥିଲା । ଏହପରେ ୨୦୧୧ରେ ତାଙ୍କର ୩ୟ ପୁସ୍ତକ ଆଇ ହାଭ୍ ଅ ଡ୍ରିମ୍ ପ୍ରକାଶିତ ହୋଇଥିଲା । ଏହି ବ‌ହିଟିରେ ସେ ମୁଖ୍ୟତଃ ସାମାଜିକ ଉଦ୍ୟୋଗପତିଙ୍କ ବିଷୟରେ ବର୍ଣ୍ଣନା କରିଥିଲେ । ସେ ଏହି ବ‌ହିଟିରେ ଇଂରାଜୀ ଏବଂ ହିନ୍ଦୀ ମିଶ୍ରିତ କରି ଲେଖିଥିଲେ, ଯାହାକୁ ହିଂରାଜୀ ବା ହିଂଲିସ୍ ବୋଲି ସମ୍ବୋଧନ କରାଯାଇଥାଏ । ସେ ତାଙ୍କର ବ୍ଯକ୍ତିତ୍ୱକୁ ଆହୁରି ବାସ୍ତବାଦୀ ବା ଯଥାର୍ଥବାଦୀ କରିବା ପାଇଁ ଏହିଭଳି ପଦକ୍ଷେପ ନେଇଥିଲେ ।[୨][୪]

ଦ ନିୟୁ ୟର୍କ ଟାଇମ୍‌ସ୍‌ର ସମ୍ବାଦ‌ଦାତା ହାଇଥର୍ ଟିମ୍‌ସନ୍‌ଙ୍କ ସ‌ହ ଏକ ସାକ୍ଷାତକାର ସମୟରେ ରଶ୍ମି ତାଙ୍କ ପୁସ୍ତକରେ ଏହି ହିଂରାଜୀ ବ୍ୟବ‌ହାରକୁ ବର୍ଣ୍ଣନା କରି କ‌ହିଥିଲେ, "ଏହି ଭଳି ଶବ୍ଦ ଭାରତୀୟକୁ ନିଜ ସ‌ହ ଯୋଡ଼ିବାରେ ଅଧିକ ସାହାଯ୍ୟ କରେ, ସେମାନେ ବ‌ହିଟି ପଢ଼ିବାବେଳେ ସେଠାରେ ନିଜକୁ ହିଁ ସେହି ରୂପରେ ଦେଖିଥାନ୍ତି । ତେଣୁ ସେ ସାଧାରଣ ଲୋକଙ୍କର ସ୍ୱର ଭାବରେ ଏହାକୁ ରଚନା କରି ଅଧିକ ବାସ୍ତବଧର୍ମୀ କରିବାରେ ନିଷ୍ପତ୍ତି ନେଇଥିଲେ ।"[୪] ଏହପରେ ୨୦୧୨ରେ ତାଙ୍କର ଚତୁର୍ଥ ପୁସ୍ତକ ପୋର୍ ଲିଟିଲ୍ ରିଚ୍ ସ୍ଲମ ପ୍ରକାଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୩ରେ ଫଲୋ ଏଭ୍‌ରି ରେନ୍‌ବୋ[୬], ୨୦୧୪ରେ ଟେକ୍ ମି ହୋମ୍, ୨୦୧୫ରେ ଆରିସ୍ ଏୱେକ୍, ୨୦୧୭ରେ ଗଡ୍‌ସ୍ ଓନ୍ କିଚେନ୍ ଆଦି ପୁସ୍ତକ ପ୍ରକାଶିତ ହୋଇଥିଲା ।[୭] ତାଙ୍କର ଏହି ସବୁ ପୁସ୍ତକଗୁଡ଼ିକରେ ସେ ଉଦ୍ୟୋଗ ଏବଂ ଉଦ୍ୟୋଗପତିଙ୍କର ସଫଳତା ଉପରେ ନେବାକୁ ଥିବା କିଛି ଜରୁରୀ ଏବଂ ଅତ୍ୟାବଶ୍ୟକୀୟ ସ୍ଥଳ ଉପରେ ଉପଦେଶମାନ ବର୍ଣ୍ଣନା କରିଥିଲେ । ସେ ତାଙ୍କ ବ‌ହିମାନଙ୍କରେ ମୁଖ୍ୟତଃ ଅଶାଠୁ ଅଧିକ ସଫଳତା ପାଇଁ ଉଚ୍ଚରେ ଥିବା ଉଦ୍ୟୋଗପତିଙ୍କୁ ହିଁ ସ୍ଥାନିତ କରିଥାନ୍ତି ଏବଂ ସେହିଭଳି ସ୍ତରରେ ପ‌ହ‌ଞ୍ଚିବାକୁ ହେଲେ କେମିତି ଛୋଟଛୋଟ ବିଷୟକୁ ନିରିକ୍ଷଣ କରି ଧ୍ୟାନ ଦେବାକୁ ହୋଇଥାଏ, ସେହି ବିଷୟରେ ହିଁ ଦର୍ଶାଇଥାନ୍ତି ।[୨] ରଶ୍ମିଙ୍କର ପ୍ରତ୍ୟେକ ବ‌ହି ୱେଷ୍ଟଲାଣ୍ଡ ପ୍ରକାଶନ ସଂସ୍ଥା ହିଁ ଏବେଯାଏଁ ପ୍ରକାଶ କରିଆସିଛି ।

ପ୍ରକାଶିତ ପୁସ୍ତକ ସମ୍ପାଦନା

  • ଷ୍ଟେ ହଙ୍ଗ୍ରି ଷ୍ଟେ ଫୁଲିସ୍ (୨୦୦୮), ISBN 978-9381626719
  • କେନେ‌କ୍ଟ ଦ ଡଟ୍‌ସ୍ (୨୦୧୦), ISBN 978-93-81626-70-2
  • ଆଇ ହାବ୍ ଏ ଡ୍ରିମ୍ (୨୦୧୧), ISBN 978-93-80658-38-4
  • ପୋର୍ ଲିଟିଲ୍ ରିଚ୍ ସ୍ଲମ୍ (୨୦୧୨), ISBN 978-93-81626-18-4
  • ଫଲୋ ଏଭ୍ରି ରେନ‌୍‌ବୋ (୨୦୧୩), ISBN 978-93-82618-42-3
  • ଟେକ୍ ମି ହୋମ୍ (୨୦୧୪), ISBN 978-93-83260-80-5
  • ଆରିସ୍ ଏୱେକ୍ (୨୦୧୫), ISBN 978-93-84030-87-2
  • ଗଡ୍‌ସ୍ ଓନ୍ କିଚେନ୍ (୨୦୧୭), ISBN 978-93-85724-84-8

ଆଧାର ସମ୍ପାଦନା

  1. "Author Rashmi Bansal Biography, Books, Blog, Marriage, Husband, Daughter". Youth Developers. Retrieved 5 November 2016.
  2. ୨.୦ ୨.୧ ୨.୨ ୨.୩ "Rashmi Bansal: An Author, Speaker and Entrepreneur!". Yo! Success. 15 July 2015. Retrieved 5 November 2016.
  3. Satyam Sarvaiya (9 January 2017). "ASSIGNMENT COMMUNICATION SKILLS BOOK REVIEW ON: "STAY HUNGRY STAY FOOLISH"". Satyam Sarvaiya. Retrieved 17 March 2017.
  4. ୪.୦ ୪.୧ ୪.୨ Timmons, Heather (19 September 2011). "A Conversation With: Rashmi Bansal". New York Times.
  5. "Digital capitalization, India, Mumbai, Bansal, 12/17/2008". IFTFdate=26 December 2008. Retrieved 7 November 2016.
  6. Follow Every Rainbow
  7. "God's Own Kitchen" by Rashmi Bansal, Westland