ରମ୍ଭା (ଅପସରା)
ହିନ୍ଦୁ ପୁରାଣରେ ରମ୍ଭାଙ୍କୁ ଏକ ପ୍ରସିଦ୍ଧ ଅପ୍ସରା ଭାବରେ ଚିତ୍ରଣ କରାଯାଇଛି । ଦେବତା ଏବଂ ଅସୁରମାନଙ୍କଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ଏହାଙ୍କ ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।[୧] ଇନ୍ଦ୍ର ତାଙ୍କ ରାଜ ସଭା ପାଇଁ ଏହାଙ୍କୁ ଗ୍ରହଣ କରିଥିଲେ । ସେ ସ୍ୱର୍ଗର ନର୍ତ୍ତକୀ ଥିଲେ, ଯିଏକି ସମସ୍ତ ନୃତ୍ୟକଳା ଜାଣିଥିଲେ । ସେ ଥରେ ରମ୍ଭାକୁ ବିଶ୍ୱାମିତ୍ରଙ୍କ ତପ ଭଙ୍ଗ କରିବାକୁ ପଠାଇଥିଲେ । ବିଶ୍ୱାମିତ୍ର ମହର୍ଷି ତାଙ୍କୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପାଷାଣ ହୋଇ ରହିବାକୁ ଅଭିଶାପ ଦେଇଥିଲେ । ରମ୍ଭା ନଳକୁବେରଙ୍କ ପତ୍ନୀ ଥିଲେ । କୁବେର ହେଉଛନ୍ତି ରାବଣଙ୍କ ଭାଇ ଏବଂ କୁବେରଙ୍କ ପୁତ୍ର ହେଉଛନ୍ତି ନଳକୁବେର । ରମ୍ଭା ନଳକୁବେରଙ୍କୁ ବିବାହ କରିଥିବାରୁ ସମ୍ପର୍କରେ ସେ ଥିଲେ ରାବଣର ବୋହୁ । ଏକଦା ରାବଣ ରମ୍ଭାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ରମ୍ଭାଙ୍କୁ ଆପତ୍ତିଜନକ କଥା ପଚାରିଥିଲେ । ବାଲ୍ମିକୀ ଲିଖିତ 'ରାମାୟଣ' ଅନୁଯାୟୀ, ରାବଣ ରମ୍ଭାଙ୍କୁ ବଳାତ୍କାର କରିଥିଲେ । ରମ୍ଭା ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ ତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ମହିଳାଙ୍କୁ ସ୍ପର୍ଶ କରନ୍ତି, ତେବେ ତାଙ୍କ ଦଶ ମୁଣ୍ଡ ଏକାସାଙ୍ଗରେ ଫାଟିଯିବ ।
ପୌରାଣିକ କିମ୍ବଦନ୍ତୀ
ସମ୍ପାଦନାରମ୍ଭା କୁବେରଙ୍କ ପୁଅ ନଳକୁବେରଙ୍କ ପତ୍ନୀ ହୋଇଥିବାରୁ ଏକଦା ସେ ସ୍ୱାମୀଙ୍କୁ ଭେଟିବା ପାଇଁ କୌଳାଶକୁ ଯାଇଥିଲେ । ସେହି ସମୟରେ, ରାବଣ ତାଙ୍କୁ ଦେଖିଥିଲେ । ସେ ତାଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କୁ ବଳାତ୍କାର କରିବାପାଇଁ ଟାଣି ନେଇଥିଲେ । ତାଙ୍କୁ ମୁକ୍ତ କରିବାକୁ ସେ ରାବଣକୁ ନିବେଦନ କରିଥିଲେ, କିନ୍ତୁ ତାଙ୍କର ଉଦ୍ୟମ ତାଙ୍କୁ ବଳାତ୍କାରରୁ ରକ୍ଷା କରିପାରି ନଥିଲା । ବଳାତ୍କାର କରିବା ପରେ ରମ୍ଭାଙ୍କୁ ଭୂମି ଉପରେ ଛାଡିଦେଇ ରାବଣ ତାଙ୍କ ରାଜ୍ୟକୁ ଫେରିଗଲା । ପରେ ନଳକୁବେର ପହଞ୍ଚି ତାଙ୍କ ପତ୍ନୀଙ୍କୁ ଏଭଳି ଅବସ୍ଥାରେ ଦେଖିଲେ । ଦୁଃଖ ଓ କ୍ରୋଧରେ, ନଳକୁବେର ତାଙ୍କ ମାମୁଁ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ସେ କୌଣସି ମହିଳାଙ୍କୁ ବଳାତ୍କାର ପାଇଁ ବାଧ୍ୟ କରନ୍ତି ତେବେ ତାଙ୍କ ମସ୍ତକ ସାତ ଖଣ୍ଡରେ ଫାଟିଯିବ । ଅନ୍ୟାନ୍ୟ ପୌରାଣିକ ସଂସ୍କରଣରେ ଦର୍ଶାଯାଇଛି ଯେ ରମ୍ଭା ନିଜେ ରାବଣକୁ ଅଭିଶାପ ଦେଇଛନ୍ତି ।[୨]
ପରବର୍ତ୍ତୀ ସମୟରେ ରାବଣ ସୀତାଙ୍କୁ ଜବରଦସ୍ତ ଅପହରଣ କଲା ସିନା କେବଳ ଅଭିଶାପ ଭୟରେ ସେ ସୀତାଙ୍କୁ ସ୍ପର୍ଶ ମଧ୍ୟ କରିପାରି ନ ଥିଲା । ପରେ ସୀତାଙ୍କୁ ଅପହରଣ କରି ପ୍ରଭୁ ରାମଙ୍କ ହାତରେ ତାହାର ମୃତ୍ୟୁ ଘଟିଥିଲା ।
ଆଧାର
ସମ୍ପାଦନା- ↑ "रंभा तीज: समुद्र मंथन से प्रकट हुई थी अप्सरा रंभा, विश्वामित्र के श्राप से बन गई थी पत्थर की मूर्ति". Dainik Bhaskar (in ହିନ୍ଦୀ). 23 May 2020. Retrieved 15 February 2021.
- ↑ "Blush.me". Blush (in ଇଂରାଜୀ). Archived from the original on 20 January 2021. Retrieved 15 February 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |