ରବୀନ୍ଦ୍ର କୁମାର ନାୟକ

ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଅନୁବାଦକ

ରବୀନ୍ଦ୍ର କୁମାର ନାୟକ (ଜନ୍ମ: ୨୫ ମାର୍ଚ୍ଚ ୧୯୬୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଅନୁବାଦକ । ସେ ବିଶ୍ୱସାହିତ୍ୟ ଓ ବିଭିନ୍ନ ଭାରତୀୟ ପ୍ରାନ୍ତୀୟ ସାହିତ୍ୟର କୃତିକୁ ଓଡ଼ିଆରେ ଏବଂ ଓଡ଼ିଆ ରଚନାକୁ ଇଂରାଜୀରେ ଅନୁବାଦ କରିଛନ୍ତି । ସେ ବାତ୍ସାୟନଙ୍କ କାମସୂତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ ।

ରବୀନ୍ଦ୍ର କୁମାର ନାୟକ
ଜନ୍ମ ଓ ଜନ୍ମସ୍ଥାନ (1965-03-25) ୨୫ ମାର୍ଚ୍ଚ ୧୯୬୫ (ବୟସ ୫୯)
ନୂଆରମ୍ପାସ, ହାଟଡ଼ିହି, କେନ୍ଦୁଝର
ବୃତ୍ତିଅନୁବାଦକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଥାଇସ୍
କାମସୂତ୍ର

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ରବୀନ୍ଦ୍ର ୧୯୬୫ ମସିହାରେ ମାତା ରମ୍ଭାବତୀ ଓ ପିତା ନାରାୟଣ ନାୟକଙ୍କ ଔରସରୁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅନ୍ତର୍ଗତ ନୂଆରମ୍ପାସରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମସିହାରେ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ, କେନ୍ଦୁଝରରୁ ମ୍ୟାଟ୍ରିକ, ୧୯୮୫ରେ ଭଦ୍ରକ କଲେଜରୁ ସ୍ନାତକ, ୧୯୮୮ରେ ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ସ୍ନାତକୋତ୍ତର ଓ ୧୯୯୨ରେ ରାଭେନ୍ସା କଲେଜ, କଟକରୁ ଏମ୍.ଫିଲ.ଡିଗ୍ରୀ ଲାଭ କରିଥିଲେ । ଆନନ୍ଦପୁର ମହାବିଦ୍ୟାଳୟ, କେନ୍ଦୁଝରରେ ଇଂରାଜୀ ବିଭାଗରେ ରିଡ଼ର ଭାବେ କାର୍ଯ୍ୟରତ ରବୀନ୍ଦ୍ର ଗ୍ରାମାଞ୍ଚଳର ଶିଶୁ (ଚତୁର୍ଥରୁ ଦଶମ ଶ୍ରେଣୀ)ମାନଙ୍କ ମଧ୍ୟରେ ଉଚ୍ଚକୋଟୀର ସାହିତ୍ୟ ପଠନ ରୁଚି ଓ ସର୍ଜନଶୀଳତାର ବିକାଶ ନିମନ୍ତେ ପ୍ରୟାସଶୀଳ 'ବିବେକାନନ୍ଦ ପାଠକ ମଞ୍ଚ' ଅନୁଷ୍ଠାନର ପ୍ରତିଷ୍ଠାତା-ଆବାହକ ରୂପେ  ୨୦୦୫ ରୁ କାର୍ଯ୍ୟରତ ହେଲେ । []

ରଚନାବଳୀ

ସମ୍ପାଦନା

ଅନୁବାଦ

ସମ୍ପାଦନା
  • ବିଦ୍ରୋହ - ୧୮୫୭ (୨୦୦୭))[]
  • ଗୌରବ ସି ସାୱନ୍ତ, ବୀର ଅବଦୁଲ ହମିଦ (୨୦୧୭)
  • ଥାଇସ୍
  • ବାତ୍ସାୟନ, କାମସୂତ୍ର
  • ଇଭାନ ଇଲିଚଙ୍କ ମୃତ୍ୟୁ
  • ଏ. ସେତୁମାଧବନ, ପାଣ୍ଡବପୁର (ମାଲୟାଲମ)
  • ନାଜେଦଜା ଓବ୍ରାଡୋଭିକ, ଉଷ୍ଣ ଦିନ ଦୀର୍ଘ ରାତି (ସଙ୍କଳକ)
  • ଶିଶୁଶଙ୍କର ଦାସ, ଉଷାଭିଳାଷ (ଇଂରାଜୀ)
  • ଅମ୍ରିକ ସିଂ, ମୁଲ୍କ ରାଜ ଆନନ୍ଦ: କୃତୀ ଓ କୀର୍ତ୍ତି
  • ସୁନନ୍ଦା ସେନ, ଜଗତୀକରଣ ଓ ଉନ୍ନୟନ
  • ବ୍ରହ୍ମଚାରୀ ଅମଲ, ସ୍ଵାମୀ ବିବେକାନନ୍ଦ : ଏକ ସରଳ ଜୀବନ କାହାଣୀ
  • ସନ୍ଦୀପନ ସେନ, ସ୍ୱାମୀ ବିବେକାନନ୍ଦ : ଯୁବଶକ୍ତିର ଚିରନ୍ତନ ପ୍ରେରଣା
  • ଖ୍ରୀଷ୍ଟୋପର ଚେଙ୍ଗ, ଜଳ
  • ପ୍ରଚେତା ଗୁପ୍ତ, ବନ୍ଧୁ
  • ଦୀପାନ୍ୱିତା ରାୟ, ବାଇ ଚଢ଼େଇ ବସା
  • ରମେଶ ବିଜଲାନି, ନିଜ ମନକୁ ବୁଝାଇ ଦେଲା କାବ୍ୟା
  • ଗୌରବ ସି ସାୱନ୍ତ, ସୈତାନ ସିଂ
  • ଗୌରବ ସି ସାୱନ୍ତ, ଅରୁଣ କ୍ଷେତ୍ରପାଳ[]
  • ଗୌରବ ସି ସାୱନ୍ତ, ମେଜର ସୋମନାଥ ଶର୍ମା
  • ଗୌରବ ସି ସାୱନ୍ତ, ମନୋଜ କୁମାର ପାଣ୍ଡେୟ'
  • ରମେଶ ପୋଖରୀୟାଲ ନିଶଙ୍କ, ହିମାଳୟରେ ସ୍ୱାମୀ ବିବେକାନନ୍ଦ
  • ସବୁଦିନର ସାଥି
  • ମହାନ୍ ଭାରତୀୟ ସଂସ୍କୃତି
  • ଭାରତର ମହାନ୍ ଶିଶୁ
  • ଭାରତର ମହାନ୍ ମନିଷୀ

ଇଂରାଜୀ

ସମ୍ପାଦନା
  • Our Leaders (Social Reformers)
  • Leaders of India (Freedom Fighters)
  • A Pictorial Approach to English Grammar
  • A Glossary of Idioms and Phrases

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ୨୦୧୩ରେ ବଉଳା ସାହିତ୍ୟ ସଂସଦ, ହାଟଡ଼ିହି, କେନ୍ଦୁଝର ଦ୍ୱାରା ଶ୍ରେଷ୍ଠ ଅନୁବାଦକ ସମ୍ମାନ
  • ୨୦୨୦ରେ କଟକ ଲେଖକ ସହଯୋଗ ସମିତି ଦ୍ବାରା ଶ୍ରେଷ୍ଠ ଅନୁବାଦକ ଭାବେ ସମ୍ବର୍ଦ୍ଧିତ
  • ୨୦୧୮ରେ ନୂଆ ଦିଲ୍ଲୀର ବୁଦ୍ଧିବାଦୀ ସଙ୍ଗଠନ The Intellect ଦ୍ୱାରା ସମ୍ବର୍ଦ୍ଧିତ
  1. "Chhutidina Page: 6". Online Odia ePaper | Today Newspaper | Latest news from Odisha, India and world. Retrieved 2024-10-07.
  2. "Bidroh 1857 (PC Josi, Ed.; RK Naik, Tr. 2007, NBT) p.pdf". Google Docs. Retrieved 2024-09-30.
  3. "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-30.