ରବି ନାରାୟଣ ରଥ, ପୁରୀ ତିଆଡ଼ିସାହିରେ ଜନ୍ମିତ, ଜଣେ ଭାସ୍କର୍ଯ୍ୟ ଶିଳ୍ପୀ । ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣଶିଳ୍ପୀ ଭାବରେ ସେ ତାଙ୍କର ବିଶେଷ ପରିଚୟ ରହିଛି । ଛୋଟବେଳୁ ଚିତ୍ର ଆଙ୍କିବା ଓ ମୂର୍ତ୍ତୀ ଗଢିବାରେ ତାଙ୍କର ଆଗ୍ରହ ରହିଥିଲା ଓ ପୁରୀର ବିଭିନ୍ନ ପର୍ବପର୍ବାଣିରେ ପ୍ରସ୍ତୁତ ଚିତ୍ରକଳା ତାଙ୍କୁ ପ୍ରଭାବିତ କରିଥିଲା ।

ରବି ନାରାୟଣ ରଥ
ଜନ୍ମ (1960-03-07) ୭ ମାର୍ଚ୍ଚ ୧୯୬୦ (ବୟସ ୬୪)
ତିଆଡ଼ିସାହି, ପୁରୀ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଲଳିତ କଳା)
ଶିକ୍ଷାନୁଷ୍ଠାନଶାନ୍ତି ନିକେତନ, ଏମ୍.ଏସ୍. ବିଶ୍ୱବିଦ୍ୟାଳୟ, ବରୋଦା
ପ୍ରସିଦ୍ଧିଭାସ୍କର୍ଯ୍ୟ ଶିଳ୍ପୀ
ବୈବାହିକ-ସାଥୀଜୟଶ୍ରୀ
ସନ୍ତାନକୋରାପ୍ରସାଦ,ଅପୂପା
ପିତାମାତା(s)ବିନାୟକ ରଥ, ହରପ୍ରିୟା ରଥ

ଶାନ୍ତି ନିକେତନରୁ ଲଳିତ କଳାରେ ସ୍ନାତକ ଓ ବରୋଦାର ଏମ୍.ଏସ୍. ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା, ରବି ନାରାୟଣ, "ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ"ରେ ଅଧ୍ୟାପନା ସହିତ, ଭୁବନେଶ୍ୱରଠାରେ ଅବସ୍ଥିତ, ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ସେ, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।[୧] ଏଯାବତ, ସେ ୫୦୦ରୁ ଉର୍ଦ୍ଧ ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣ କରିସାରିଛନ୍ତି । ବିଭିନ୍ନ ପ୍ରଦର୍ଶନୀ[୨] ଓ ଆର୍ଟ କ୍ୟାମ୍ପ୍ ମାଧ୍ୟମରେ, ସେ ଭାସ୍କର୍ଯ୍ୟ କଳାକୁ ଲୋକପ୍ରିୟ କରିବାକୁ ଚେଷ୍ଟା କଚିଛନ୍ତି । [୩]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୮୫[୪]
  • ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ - ୨୦୦୨
  • ଉତ୍କଳଶ୍ରୀ ସମ୍ମାନ - ୨୦୦୨[୫]
  • ଥିଙ୍କ୍ ଓଡ଼ିଶା ଲିଡ଼ରସିପ ସମ୍ମାନ - ୨୦୧୪[୬]
  • ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର
  • ମହାନଦୀ ଫେଷ୍ଟିଭାଲ ସମ୍ମାନ
  • ରୁଚି ଓଡ଼ିଶା ଗୌରବ ସମ୍ମାନ
  • ଜାତୀୟ କଳାରତ୍ନ ସମ୍ମାନ[୭]

ଆଧାର ସମ୍ପାଦନା

  1. http://www.thehindu.com/todays-paper/tp-national/tp-otherstates/lalit-kala-akademi-new-officebearers/article2160407.ece
  2. http://www.nehru-centre.org/newsletters/2012/May12.pdf
  3. "ଆର୍କାଇଭ୍ କପି". Archived from the original on 2012-01-05. Retrieved 2014-09-17. {{cite web}}: Cite has empty unknown parameter: |1= (help)
  4. http://orissa.gov.in/e-magazine/orissaannualreference/ORA-2011/pdf/109-113.pdf
  5. ଧରିତ୍ରୀ ୧୭/୦୯/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ "ଧରିତ୍ରୀ ଆଳାପ"
  6. http://timesofindia.indiatimes.com/city/bhubaneswar/Towards-better-corporate-world-leadership/articleshow/40857541.cms
  7. "ଏ ସପ୍ତାହ ସାକ୍ଷାତକାର". No. ସମାଜ ୦୧/୦୮/୨୦୧୮ କଟକ ସଂସ୍କରଣ ପୃଷ୍ଠା ୯. Retrieved 1 August 2018.