ରବି ଗୋସାଇଁ
ରବି ଗୋସାଇଁ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଅମାନତ ଧାରାବାହିକରେ ନିଗୋଡ଼ା ଏବଂ ସରହଦେଁ ଧାରାବାହିକରେ ସୋହେଲ୍ ଭୂମିକା ପାଇଁ ଜଣାଶୁଣା । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସବିରେଁରେ କାମ କରିଛନ୍ତି ।
ରବି ଗୋସାଇଁ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୯୫ – ଏବେଯାଏଁ |
ଅଭିନୟ ଜୀବନ
ସମ୍ପାଦନାରବି ୧୯୯୫ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଓଃ ଡାର୍ଲିଂ ହୈ ହୈ ଇଣ୍ଡିଆ । ୧୯୯୬ ମସିହାରେ ସେ ମାଚିସ୍ରେ କାମ କରିଥିଲେ, ଯେଉଁଥିରେ ତାଙ୍କ ଚରିତ୍ର କୁଳଦୀପ ପାଇଁ ସେ ଲୋକଲୋଚନକୁ ଆସିଥିଲେ ।[୧] ଶୁଟ୍ଆଉଟ୍ ଏଟ୍ ଲୋଖଣ୍ଡୱାଲାରେ ସେ ଅସଲମ ଚିକ୍ନା ଭୂମିକାରେ ଅଭିନୟ କରିଥିଲେ । ସେ ଅଭିନେତ୍ରୀ ପ୍ରିୟା ଆର୍ଯ୍ୟଙ୍କ ସହ ସ୍ପାଇସି ସ୍ମାଇଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ପ୍ରଯୋଜନା ସଂସ୍ଥାର ନିର୍ମାଣ କରିଛନ୍ତି ।[୨]
କଥାଚିତ୍ର ଓ ଦୂରଦର୍ଶନରେ କାମ କରିବା ପୂର୍ବରୁ ରବି କଲେଜରେ ପାଠ ପଢ଼ିବା ସମୟରେ ନୃତ୍ୟ କରିବା ସହିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ । ସେ ସର୍ବଭାରତୀୟ ସ୍ତରରେ ଦୁଇଟି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଇ ବିଜେତା ମଧ୍ୟ ହୋଇଥିଲେ । ମାତ୍ର ଏକ ଦୁର୍ଘଟଣାରେ ଶିକାର ହେବା ପରେ ସେ ନୃତ୍ୟଠାରୁ ଦୂରେଇ ଯାଇଥିଲେ ।[୩] ୨୦୨୨ ମସିହାରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ଦିୟା ଗଲ୍ଲେଁରେ ଅଭିନୟ କରିଥିଲେ ।[୪]
ଆଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା |
---|---|---|
୧୯୯୫ | ଓଃ ଡାର୍ଲିଂ ୟେ ହୈ ଇଣ୍ଡିଆ | |
୧୯୯୬ | ଡାୟରା | ମାଚୋ ମ୍ୟାନ୍ |
ମାଚିସ୍ | କୁଲଦୀପ | |
୧୯୯୮ | ହଜାର ଚୌରାସି କି ମାଆ | ସୋମୁ |
୧୯୯୯ | ପ୍ୟାର୍ କୋଇ ଖେଲ୍ ନେହିଁ | ଅଶୋକ ଖାନ୍ନା |
୨୦୦୩ | ରାଜା ଭୈୟା | ଅନୱର୍ |
୨୦୦୪ | ରଘୁ ରୋମିଓ | ପାର୍ଟି ଅତିଥି |
ବାଲି | ହାଇଦର ଅଲି | |
୨୦୦୫ | ଦି ଫିଲ୍ମ | ରମଣ ରାୱଲ |
୨୦୦୬ | ଚିଙ୍ଗାରି | ଚିଣ୍ଟୁ |
କଟ୍ପୁତ୍ଲି | ||
ଜିଙ୍ଗେଗି ରକ୍ସ୍ | ସାମ୍ | |
୨୦୦୭ | ସୁଟ୍ଆଉଟ୍ ଏଟ୍ ଲୋଖଣ୍ଡୱାଲା | ଅସଲମ୍ କସାଇ |
୨୦୦୮ | ସନ୍ଡେ | ହିରେନ୍ ଶେଟ୍ଟୀ |
ଶୌର୍ଯ୍ୟ | କ୍ୟାପଟେନ ପାସ୍ବୋଲା | |
୨୦୦୯ | ଆସମା: ଦି ସ୍କାଏ ଇଜ୍ ଦି ଲିମିଟ୍ | ରଣଜିତ |
ଫକ୍ସ | କନଷ୍ଟେବଲ୍ ଗାଇତୋଣ୍ଡେ | |
୨୦୧୪ | ଦେଢ଼୍ ଇଶ୍କିୟା | ଲିଆକତ୍ ଅଲ୍ଲୀ |
ଜାଲ୍ | ରାକଲ୍ | |
୨୦୧୭ | ଶାଦୀ ଅଭି ବାକି ହୈ | |
ଜୁଲି ୨ | ଚଳଚ୍ଚିତ୍ର ଲେଖକ | |
୨୦୧୯ | ଦି ଗାନ୍ଧୀ ମର୍ଡ଼ର୍ | ନାରାୟଣ ଆପ୍ଟେ |
ମୂସୋ - ଦି ମାଉସ୍ | ନନ୍ଦକିଶୋର |
ଆଧାର
ସମ୍ପାଦନା- ↑ "Ravi Gossain Joins The Cast Of 'Dil Diyaan Gallaan'". Outlook. 29 November 2022. Retrieved 15 July 2023.
- ↑ "Priya Arya and Ravi Gosain team up". Archived from the original on 12 February 2009. Retrieved 15 December 2011.
- ↑ IANS (2018-06-27). "What made Ravi Gossain ditch dancing career". TheQuint (in ଇଂରାଜୀ). Retrieved 2023-07-15.
- ↑ "Does TV face a challenge from streamers? Cast of Dil Diyaan Gallaan weighs in". The Indian Express (in ଇଂରାଜୀ). 2023-01-13. Retrieved 2023-07-15.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରବି ଗୋସାଇଁ