ରବି କୁମାର ଡାହିୟା (ଜନ୍ମ : ୧୨ ଡିସେମ୍ବର ୧୯୯୭) ଜଣେ ଭାରତୀୟ କୁସ୍ତି ଖେଳାଳି । ସେ ୨୦୨୦ ଟୋକିଓ ଅଲିମ୍ପିକରେ ୫୭ କିଗ୍ରା କୁସ୍ତି ବିଭାଗରେ ପ୍ରତିଦ୍ୱନ୍ଦିତା କରି ଭାରତ ପାଇଁ ରୌପ୍ୟପଦକ ଜିତିଥିଲେ ।[୧] ୨୦୧୯ରେ ଅନୁଷ୍ଠିତ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଏସୀୟ କୁସ୍ତି ଚାମ୍ପିୟନସିପରେ ସେ ଦୁଇଥର ବିଜେତା ମଧ୍ୟ ହୋଇଥିଲେ ।

ରବି କୁମାର ଡାହିୟା
ଫାଇଲ:Ravikumar Dahiya Tokyo.jpg
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1997-12-12) ୧୨ ଡିସେମ୍ବର ୧୯୯୭ (ବୟସ ୨୬)
ନହଡ଼ି, ସୋନିପତ, ହରିୟାଣା
ଉଚ୍ଚତା୫ ଫୁଟ ୭ ଇଞ୍ଚ
Sport
ଦେଶଭାରତ
କ୍ରୀଡ଼ାକୁସ୍ତି
Event(s)୫୭ କିଗ୍ରା
Medal record
Men's freestyle wrestling
Competitor for  ଭାରତ
Event 1st 2nd 3rd
Olympic Games - 1 -
World Championships - - 1
World U23 Championships - 1 -
Asian Championships 2 - -
Olympic Games
Silver 2020 Tokyo 57 kg
World Championships
Bronze 2019 Nur-Sultan 57 kg
Asian Championships
Gold 2020 New Delhi 57 kg
Gold 2021 Almaty 57 kg
World U23 Championships
Silver 2018 Bucharest 57 kg
Junior World Championships
Silver 2015 Salvador da Bahia 55 kg

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରବି କୁମାର ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ ନହଡ଼ିଠାରେ ଜନ୍ମଗ୍ରହଣ କରିଥିଲେ । ୧୦ ବର୍ଷ ବୟସରୁ ସେ ସତପାଲ ସିଂହ ଅଧିନରେ ଦିଲ୍ଲୀର ଛତ୍ରପାଳ ଷ୍ଟାଡ଼ିୟମରେ କୁସ୍ତି ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ତାଙ୍କ ପିତା ରାକେଶ ଡାହିୟା ଜଣେ କୃଷକ । ସେ ନିଜ ଗ୍ରାମରୁ ପ୍ରତିଦିନ ୮-୧୦କିମି ଯାତ୍ରାକରି ରବିକୁମାରଙ୍କ ପାଇଁ ଫଳ ଓ କ୍ଷୀର ପହଞ୍ଚାଉଥିଲେ ।[୨][୩]

ଖେଳ ଜୀବନ ସମ୍ପାଦନା

କିଶୋର ବୟସରୁ ରବି କୁମାର କୁସ୍ତିଖେଳରେ ମନୋନିବେଶ କରିଥିଲେ । ୨୦୧୫ ମସିହାରେ ବିଶ୍ୱ ଯୁବ କୁସ୍ତି ଚାମ୍ପିୟନସିପରେ ସେ ୫୫ କିଗ୍ରା ବିଭାଗରେ ରୌପ୍ୟପଦକ ହାସଲ କରିଥିଲେ ।[୪] ୨୦୧୭ରେ ଆଘାତପ୍ରାପ୍ତ ହୋଇ ସେ ଖେଳରୁ ଏକ ବର୍ଷରୁ ଅଧିକ ସମୟ ଦୂରେଇ ରହିଥିଲେ । ୨୦୧୮ରେ ଖେଳକୁ ପ୍ରତ୍ୟାବର୍ତ୍ତନ କରି ସେ ୨୩ବର୍ଷରୁ କମ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।[୫] ୨୦୧୯ରେ ପ୍ରୋ-ରେସଲିଂ ଲିଗରେ ହରିୟାଣା ହାମର୍ସ ତରଫରୁ ଖେଳି ସେ ଅପରାଜିତ ରହିଥିଲେ ଓ ନିଜ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।[୬][୭]

୨୦୧୯ରେ ଏସୀୟ କୁସ୍ତି ଚାମ୍ପିୟନସିପରେ ବ୍ରୋଞ୍ଜପଦକ ମ୍ୟାଚରେ ପରାଜୟ ବରଣ କରିବାରୁ ତାଙ୍କର ବିଶ୍ୱ ରାଙ୍କ ୧୯ ରହିଥିଲା ।[୮] ୨୦୧୯ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସେ ବ୍ରୋଞ୍ଜପଦକ ହାସଲ କରିଥିଲେ ଓ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[୯] ୨୦୧୯ରେ ତାଙ୍କ ପ୍ରଦର୍ଶନ ଦେଖି, ତାଙ୍କୁ ଭାରତ ସରକାରଙ୍କ ଯୁବବ୍ୟାପାର ମନ୍ତ୍ରଣାଳୟର ଟ୍ରାଗେଟ ଅଲିମ୍ପିକ ପୋଡିୟମ ସ୍କିମ(ଟପ୍ସ)ରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[୧୦] ୨୦୨୦ ଏସୀୟ କୁସ୍ତି ଚାମ୍ପିୟନସିପରେ(ଦିଲ୍ଲୀ) ଓ ୨୦୨୧ ଏସୀୟ କୁସ୍ତି ଚାମ୍ପିୟନସିପରେ(ଅଲମାତି, କାଜାକିସ୍ଥାନରେ) ସେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧୧][୧୨]

୨୦୨୦ ଟୋକିଓ ଅଲିମ୍ପିକରେ ସେ ୫୭କିଗ୍ରା ବିଭାଗରେ ପ୍ରତିଦ୍ୱନ୍ଦିତା କରି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ୨ ରାଉଣ୍ଡ ଜିତିବା ପରେ, ସେ ସେମିଫାଇନାଲରେ କାଜାକିସ୍ଥାନର ପହିଲିମାନ ନୂରିସ୍ଲାମ ସାନାୟେଭଙ୍କ ସହିତ ଲଢ଼ିଥିଲେ ।[୧୩] ନୂରିସ୍ଲାମ ଡାହିୟାଙ୍କ ହାତକୁ କାମୁଡ଼ି ଦେଇଥିବା ସତ୍ତ୍ୱେ ଡାହିୟା ଜିତିକରି ଫାଇନାଲକୁ ପ୍ରବେଶ କରିଥିଲେ ।[୧୪][୧୫] ଫାଇନାଲରେ ସେ ଋଷି ପହିଲିମାନ ଜୌର ଉଗୁଏଭଙ୍କଠାରୁ ୪-୭ ସ୍କୋରରେ ପରାଜିତ ହୋଇ ରୌପପଦକ ହାସଲ କରିଥିଲେ ।[୧୬][୧୭] ସୁଶୀଲ କୁମାରଙ୍କ ପରେ ଅଲିମ୍ପିକ କୁସ୍ତିରେ ରୌପ୍ୟ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ।[୧୮]

ସମ୍ମାନ ଓ ପୁରସ୍କାର ସମ୍ପାଦନା

୨୦୨୦ ଟୋକୋଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିବା ପରେ
  • ଭାରତ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କା ପୁରସ୍କାର[୧୯]
  • ହରିଆଣା ସରକାରଙ୍କ ତରଫରୁ ୪କୋଟି ଟଙ୍କା ପୁରସ୍କାର[୨୦]

ଆଧାର ସମ୍ପାଦନା

  1. "RAVI Kumar - Tokyo 2020 Olympics". .. (in ଆମେରିକୀୟ ଇଂରାଜୀ). Olympics. Archived from the original on 5 August 2021. Retrieved 5 August 2021.
  2. "Ravi Kumar Dahiya: Latest on the list of India's wrestling sensations". Olympic Channel. 24 September 2019. Retrieved 22 February 2020.
  3. "World Wrestling Championships 2019: 'My real journey has just begun', says bronze medallist Ravi Dahiya after booking ticket to Tokyo". Firstpost. 20 September 2019. Retrieved 21 September 2019.
  4. "Junior World Championships". United World Wrestling. Archived from the original on 4 December 2020. Retrieved 22 February 2020.
  5. "Ravi Kumar's passion bears fruit in impressive Worlds debut". ESPN.in. 21 September 2019. Retrieved 21 September 2019.
  6. Siwach, Vinay (27 July 2019). "Wrestling: Deepak and Ravi continue Chhatarsaal stadium's tradition of winning medals for India". Scroll.in. Retrieved 6 March 2020.
  7. Sarangi, Y. B. (26 July 2019). "Easy day for Bajrang, Ravi Dahiya excels in Worlds trials". Sportstar. Retrieved 6 March 2020.
  8. "Asian Championships". United World Wrestling. Archived from the original on 31 October 2020. Retrieved 22 February 2020.
  9. "Wrestler Ravi Kumar Dahiya follows Bajrang Punia's footsteps, wins bronze in World Championship debut". Hindustan Times. 20 September 2019. Retrieved 21 September 2019.
  10. "Wrestler Ravi Dahiya included in TOPS, Sakshi Malik dropped". The Times of India. 4 October 2019. Retrieved 23 February 2020.
  11. Roy, Avishek; Singh, Navneet (22 February 2020). "Asian Wrestling Championships: Ravi Kumar Dahiya wins gold, Bajrang Punia loses in final". Hindustan Times. Retrieved 22 February 2020.
  12. "Asian Wrestling C'ships: Ravi Dahiya bags gold". Hindustan Times (in ଇଂରାଜୀ). 2021-04-17. Retrieved 2021-08-05.
  13. "Tokyo Olympics: Ravi Kumar Dahiya ensures at least a silver medal for India; enters men's freestyle 57kg wrestling final". Hindustan Times (in ଇଂରାଜୀ). 2021-08-04. Retrieved 2021-08-05.
  14. "Tokyo Olympics : Wrestler Ravi Kumar Dahiya enters final, to aim for Olympic gold next". 5 Dariya News. Retrieved 4 August 2021.
  15. "Ravi Dahiya endures bite by Nurislam Sanayev but is fine, says support staff" (in ଇଂରାଜୀ). 2021-08-04.
  16. "Tokyo Olympics: Ravi Kumar Dahiya wins silver in men's freestyle wrestling". The Live Mirror (in ଆମେରିକୀୟ ଇଂରାଜୀ). 2021-08-05. Retrieved 2021-08-06.
  17. "Ravi Kumar Dahiya wins silver medal for India in men's 57kg freestyle wrestling". Hindustan Times (in ଇଂରାଜୀ). 5 August 2021. Retrieved 5 August 2021.
  18. TokyoAugust 5, India Today Web Desk; August 5, 2021UPDATED:; Ist, 2021 16:53. "Tokyo Olympics: Wrestler Ravi Kumar Dahiya bags 2nd silver medal for India after Mirabai Chanu". India Today (in ଇଂରାଜୀ). Retrieved 2021-08-05. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  19. Sharma, Nitin (12 July 2021). "Rs 6 crore or Rs 25 lakh for Olympics gold? Home state key to cash prize and 'A' Grade Job in Haryana Government". Indian Express. Retrieved 24 July 2021.
  20. Basu, Hindol (23 July 2021). "Tokyo Olympics: Indians to get highest cash award for winning medals". Times of India. Retrieved 5 August 2021.