ରବର୍ଟ ମୁଗାବେ
ରବର୍ଟ ମୁଗାବେ ବା ରବର୍ଟ ଗାବ୍ରିଏଲ ମୁଗାବେ (ଇଂରାଜୀ ଭାଷାରେ Robert Mugabe or Robert Gabriel Mugabe (/mʊˈɡɑːbi/; ୨୧ ଫେବୃଆରୀ ୧୯୨୪ – ୬ ସେପ୍ଟେମ୍ବର ୨୦୧୯)) ଜିମ୍ବାୱେର ବିପ୍ଲବୀ ଓ ରାଜନୀତିଜ୍ଞ ଥିଲେ ଯିଏ ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଜିମ୍ବାୱେର ସଭାପତି ବା ପ୍ରେସିଡେଣ୍ଟ ପଦବୀରେ ଅଭିଷିକ୍ତ ହୋଇଥିଲେ । ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନର (Zimbabwe African National Union) ଦଳର ଆସନରେ ୧୯୭୫ରୁ ୧୯୮୦ ପର୍ଯ୍ୟନ୍ତ ରହି ତାଙ୍କର ପରବର୍ତ୍ତୀ ରାଜନୈତିକ ଦଳ ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନ - ପାଟ୍ରିଓଟିକ ଫ୍ରଣ୍ଟକୁ (ZANU – Patriotic Front| (ZANU–PF) ଦିଗ୍ଦର୍ଶନ ଦେଇଥିଲେ । ବିଚାର ଧାରାରେ ସେ ୧୯୭୦ ଓ୧୯୮୦ ଦଶକରେ ଆଫ୍ରିକାନ ନ୍ୟାସନାଲିଷ୍ଟ (African nationalist) ଓ ମାର୍କସିସ୍ଟ ଓ ଲେନିନିସ୍ଟ (Marxist–Leninist) ଭାବରେ ପରିଚିତ ଥିଲେ ଓ ୧୯୯୦ ପରେ ସୋସିଆଲିସ୍ଟ (socialist) ଭାବରେ ପରିଚିତ ହେଲେ । ତାଙ୍କର ନୀତିକୁ ମୁଗାବେଇଜ୍ମ ଭାବରେ ବର୍ଣ୍ଣନା କରାଯାଏ ।
ରବର୍ଟ ମୁଗାବେ | |
---|---|
2nd President of Zimbabwe | |
କାର୍ଯ୍ୟକାଳ 31 ଡିସେମ୍ବର 1987 – 21 ନଭେମ୍ବର 2017 | |
ପ୍ରଧାନ ମନ୍ତ୍ରୀ | Morgan Tsvangirai (2009–2013) |
First vice-president | |
Second vice-president | |
ପୂର୍ବ ଅଧିକାରୀ | Canaan Banana |
ପର ଅଧିକାରୀ | Emmerson Mnangagwa |
1st Prime Minister of Zimbabwe | |
କାର୍ଯ୍ୟକାଳ 18 ଅପ୍ରେଲ 1980 – 31 ଡିସେମ୍ବର 1987 | |
ରାଷ୍ଟ୍ରପତି | Canaan Banana |
Deputy | Simon Muzenda |
ପୂର୍ବ ଅଧିକାରୀ | Abel Muzorewa (Zimbabwe Rhodesia) |
ପର ଅଧିକାରୀ | Morgan Tsvangirai (2009) |
Leader and First Secretary of ZANU–PF Zimbabwe African National Union (1975–1987) | |
କାର୍ଯ୍ୟକାଳ 18 ମାର୍ଚ୍ଚ 1975 – 19 ନଭେମ୍ବର 2017 | |
Chairman | |
Second Secretary | |
ପୂର୍ବ ଅଧିକାରୀ | Herbert Chitepo |
ପର ଅଧିକାରୀ | Emmerson Mnangagwa |
13th Chairperson of the African Union | |
କାର୍ଯ୍ୟକାଳ 30 ଜାନୁଆରୀ 2015 – 30 ଜାନୁଆରୀ 2016 | |
ନେତା | Nkosazana Dlamini-Zuma |
ପୂର୍ବ ଅଧିକାରୀ | Mohamed Ould Abdel Aziz |
ପର ଅଧିକାରୀ | Idriss Déby |
10th Secretary General of the Non-Aligned Movement | |
କାର୍ଯ୍ୟକାଳ 6 ସେପ୍ଟେମ୍ବର 1986 – 7 ସେପ୍ଟେମ୍ବର 1989 | |
Deputy | Janez Drnovšek |
ପୂର୍ବ ଅଧିକାରୀ | Zail Singh |
ପର ଅଧିକାରୀ | Janez Drnovšek |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Robert Gabriel Mugabe ୨୧ ଫେବୃଆରୀ ୧୯୨୪ Kutama, Southern Rhodesia |
ମୃତ୍ୟୁ | ୬ ସେପ୍ଟେମ୍ବର ୨୦୧୯ Gleneagles Hospital, Singapore | (ବୟସ ୯୫)
ରାଜନୀତିକ ଦଳ |
|
ଜୀବନ ସାଥୀ | |
ସନ୍ତାନ | 4, including Bona |
ଶିକ୍ଷାନୁଷ୍ଠାନ | |
ସନ୍ତକ |
ଦକ୍ଷିଣ ରୋଡେସିଆର Southern Rhodesia କୁତାମା, ଜିମ୍ବାୱେଠାରେ (Kutama) ତାଙ୍କର ପିତା, ଗାବ୍ରିଏଲ ମାଟିବିରି, ଜଣେ ବଢ଼େଇ ଥିଲେ ଓ ବୋନା ଗ୍ରାମୀଣ ଶିଶୁମାନଙ୍କ ନିମନ୍ତେ ଜଣେ ଖ୍ରୀଷ୍ଟିଆନ ପ୍ରଶ୍ନୋତ୍ତର ଶିକ୍ଷକ (Christian catechist) ଥିଲେ । ଏକ ଗରିବ ପରିବାରରେ ମୁଗାବେ ଜନ୍ମ ଗ୍ରହଣ କରିଥିଲେ । ଫୋର୍ଟ ହାରେ ୟୁନିଭରସିଟିର କୁତାମା କଲେଜରେ (Kutama College) ବିଦ୍ୟାଲାଭ କଲାପରେ ଏକ ସ୍କୁଲ ଶିକ୍ଷକ ଭାବରେ ଦକ୍ଷିଣ ରୋଡେସିଆ, ଉତ୍ତର ରୋଡେସିଆ ଓ ଘାନାରେ (Ghana) କାର୍ଯ୍ୟରତ ହେଲେ । ଆରମ୍ଭ କଲେ । ସଂଖ୍ୟାଲଘୁ ଗୋରା ଲୋକଙ୍କର ବ୍ରିଟିଶ ସାମ୍ରାଜ୍ୟ (British Empire) ତାଙ୍କ ନିଜ ମାତୃଭୂମି ଉପରେ ଶାସନ କରୁଥିବା ଦେଖି ସେ କ୍ରୋଧାନ୍ୱିତ ମୁଗାବେ ମାର୍କିସ୍ଟ ହୋଇ କଳା ଲୋକଙ୍କ ଶାସନାଧୀନ ସ୍ୱାଧୀନ ଦେଶ ଗଢ଼ିବା ଲକ୍ଷରେ ଆଫ୍ରିକାନ ନ୍ୟାସନାଲିସ୍ଟ ଦଳରେ ଯୋଗଦାନ କଲେ । ସରକାର ବିରୋଧୀ ଟିପ୍ପଣୀ ଦେଇ ସେ ସନ ୧୯୬୪-୧୯୭୪ ମଧ୍ୟରେ ରାଜଦ୍ରୋହ (sedition) ଅପରାଧରେ ଜେଲ ଦଣ୍ଡ ଭୋଗିଥିଲେ । ମୁକ୍ତ ହେବା ପରେ ସେ ମୋଜାମ୍ବିକକୁ ପଳାୟନ କରି ଜାନୁ ବା ଜେଡେଏନୟୁର ନେତୃତ୍ୱ ନେଇ ଇଆନ ସ୍ମିଥଙ୍କ ଗୋରା ସରକାରଙ୍କ ସହିତ ଯୁଦ୍ଧ କଲେ ଯାହାକୁ ରୋଡେସିଆନ ବୁସ ୱାର (Rhodesian Bush War) କୁହାଗଲା । ଇଂଲଣ୍ଡରେ ସେ ଅନିଚ୍ଛା ସତ୍ତ୍ୱେ କଥାବାର୍ତ୍ତା ପରେ ଲାଙ୍କାସାୟାର ହାଉସ ଆଗ୍ରିମେଣ୍ଡ (Lancaster House Agreement) ଫଳରେ ଶାନ୍ତି ନିମନ୍ତେ ଯୁଦ୍ଧ ବନ୍ଦ କଲେ । ଏହା ପରେ ସେ ସନ ୧୯୮୦ ଦକ୍ଷିଣ ରୋଡେସିଆନ ଜେନେରାଲ ଇଲେକସନରେ (1980 general election) ଜାନୁ-ପିଏଫ ନେତୃତ୍ୱରେ ଜୟଯୁକ୍ତ ହେଲେ । ରୋଡେସିଆକୁ ଜିମ୍ବାୱେ ନାମ ଦେଇ ସେ ପ୍ରଧାନ ମନ୍ତ୍ରୀ ହେଲେ ଓ ତାଙ୍କ ଶାସନରେ ସ୍ୱାସ୍ଥ୍ୟଯତ୍ନ ଓ ଶିକ୍ଷାକୁ ଅଗ୍ରାଧିକାର ଦିଆଗଲା ଯଦିଓ ତାଙ୍କର ସୋସିଆଲିସ୍ଟ (socialist society) ଶାସନ କରିବା ଇଚ୍ଛା ଥିଲା, ତଥପି ସେ ପୂର୍ବଭଳି କଞ୍ଜରଭେଟିଭ ଇକୋନୋମିକ ପଲିସି ଅନୁସାରେ କାମ କଲେ । ରୋଡେସିଆରେ ଏମରସନ ମାଙ୍ଗାଗ୍ୱାଙ୍କୁ ସେ ଲିବରେସନ ଆନ୍ଦୋଳନରେ ଯୋଗ ଦେବାକୁ ପ୍ରବର୍ତ୍ତାଇଥିଲେ ଓ ଭବିଷ୍ୟତରେ ନିଜେ ସଭାପତି ହେବେ ବୋଲି ଆଶା ଦେଇଥିଲେ । [୧]
ମୁଗାବେଙ୍କର ପିତାମହ ଊନବିଂଶ ଶତାବ୍ଦୀରେ କନସ୍ଟାଣ୍ଟିନ କାରିଗାମୋମ୍ବେ ବା ମାଟିବିରି ଥିଲେ ଓ ରାଜା ଲୋବେଙ୍ଗୁଲେଙ୍କ ସେବାରେ ନିଯୁକ୍ତ ଥିଲେ ଓ ଜଣେ ଶକ୍ତିଶାଳୀ ଲୋକ ଥିଲେ । [୨]
ସଂଖ୍ୟାଧିକ ଗୋରା ଲୋକଙ୍କର ଏମିଗ୍ରେସନ ପରିପ୍ରେକ୍ଷୀରେ ମୁଗାବେଙ୍କର ଜାତି ମିଳାମିଶା ଡାକରା ଫଳପ୍ରଦ ହେଲାନି ଓ ଜିମ୍ବାୱେ ଆଫ୍ରିକାନ ପିଉପ୍ଲସ ୟୁନିଅନ ସହ ସମ୍ପର୍କ ମଧ୍ୟ ତିକ୍ତ ହେବାକୁ ଲାଗିଲା ।
ଆଧାର
ସମ୍ପାଦନା- ↑ Marima, Tendai (24 November 2017). "Who is Emmerson Mnangagwa, Zimbabwe's 'Crocodile'?". Al Jazeera News. Archived from the original on 25 November 2017. Retrieved 25 November 2017.
- ↑ "Mugabe's grandfather served King Lobengula". Bulawayo. 23 September 2017. Archived from the original on 7 November 2017.