ରତନ ଦାସ

ଭାରତୀୟ ନେତା, ଲେଖକ ଓ ସମାଜସେବୀ

ରତନ ଦାସ ହେଉଛନ୍ତି ଜଣେ ଗାନ୍ଧିବାଦୀ ସର୍ବୋଦୟ ନେତା, ଲେଖକ, ସମାଜସେବୀ ଏବଂ ସେବା ସମାଜ, ଗୁଣପୁରର ସହପ୍ରତିଷ୍ଠାତା ।

ରତନ ଦାସ
Born
ଡଃ ରତନ ଦାସ

Died୧୪ ଅପ୍ରେଲ ୨୦୧୭(2017-04-14) (ବୟସ ୮୭)
Occupationସମାଜ ସେବା
Spouseଶାନ୍ତି ଦେବୀ

ପ୍ରାଥମିକ ଜୀବନ ସମ୍ପାଦନା

୨୫ ମେ ୧୯୨୯ରେ ବାଲେଶ୍ୱରରେ ଜନ୍ମିତ ରତନ ଦାସ ୧୯୪୪ ମସିହାରେ ବଙ୍ଗବାସୀ ମହାବିଦ୍ୟାଳରରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ସେ କଲିକତା ସିଟି ମହାବିଦ୍ୟାଳରରୁ ୧୯୪୮ ମସିହାରେ ସ୍ନାତକ ଡିଗ୍ରୀ ହାସଲ କଲେ ।

ସମାଜସେବା ସମ୍ପାଦନା

ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ୧୯୫୦ ମସିହାରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ସହଧର୍ମିଣୀ ଶାନ୍ତି ଦେବୀଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲିଆସି ୧୯୫୩ ମସିହାରେ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହେଲେ । ଏହି ଦମ୍ପତ୍ତି ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଏହି ଦମ୍ପତ୍ତି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ । ସଂଖଳାପଦର ଗ୍ରାମରେ ଶାନ୍ତି ଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ୧୯୬୪ ମସିହାରେ ରାୟଗଡାଠାରେ ମାତ୍ର ଆଠ ଜଣ ଆଦିବାସୀ ଝିଅଙ୍କୁ ନେଇ ସେମାନେ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କଲେ । ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ପୁଣି ଆଉ ଏକ ଆଶ୍ରମ ଗୁଣପୂରଠାରେ ପ୍ରତିଷ୍ଠା କଲେ । ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବନ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା ହେଲା । ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା ହେଲା । ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ଏହି ଦମ୍ପତ୍ତିଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ପରିଶେଷରେ ୧୪ ଏପ୍ରିଲ ୨୦୧୭ ସେ ଇହଧାମ ତ୍ୟାଗ କରିଥିଲେ ।[୧]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • International Award for peace and temperance for Asia by IOGT, London-1997
  • Dadabhai Naroji New Millenium International Award -2000
  • Lifetime Achievement Award by United Writers Association-2000
  • International university for contemporary studies, Washingtonଦ୍ୱାରା ସମ୍ମାନ ସୂଚକ Doctorate of Philosophy ଡିଗ୍ରୀ ଲାଭ
  • ଜୁନ, ୨୦୧୪ରେ ସେ ରାୟଗଡା ଜିଲ୍ଲା ଭିଜିଲାନ୍‌ସ କମିଟିର ସଦସ୍ୟ ମନୋନୀତ ହେଲେ ।[୨]
  • ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ସମ୍ମାନରେ ମଧ୍ୟ ସମ୍ମାନିତ-୨୦୧୫[୩]

ପ୍ରକାଶିତ ବହି ସମ୍ପାଦନା

  • Jayaprakash Narayan: His Life and Mission[୪]
  • Poverty and Hunger: Causes and Consequences

ଆଧାର ସମ୍ପାଦନା

  1. "ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କ ପରଲୋକ". Dharitri. ୧୫.୦୪.୨୦୧୭. Retrieved 1 May 2017. {{cite news}}: Check date values in: |date= (help)
  2. "PANCHAYATI RAJ DEPARTMENT NOTIFICATION dated 19th June 2014" (PDF). Retrieved 25 November 2015.
  3. "Baxipatra Smaraki to Ratan Das". The Samaj. 18 November 2015. Retrieved 25 November 2015.[permanent dead link]
  4. Das, Ratan. Jayaprakash Narayan: His Life and Mission. Sarup & Sons, New Delhi.